ବଡ଼ଦାଣ୍ଡରେ ବିଶ୍ବ ନିୟନ୍ତା: ସରିଲା ପହଣ୍ଡି ବିଜେ, ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଶେଷ ହେଲା ପହଣ୍ଡି ଯାତ୍ରା। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି। ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଶ୍ରୀଜିଉ। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ସବୁ ନୀତିକାନ୍ତି ସଠିକ ସମୟରେ ଚାଲିଥିବାରୁ ରଥଟଣା ବି ଧାର୍ଯ୍ୟ ସମୟରେ ହେବ ବୋଲି ଆଶା କରାଯାଉଛି। ଶ୍ରୀ ସୁଦର୍ଶନ ଦେବଙ୍କ ପହଣ୍ଡି ବିଜେ । The 'Pahandi Bije' of Shree 'Sudarshana Deba'.#JayJagannatha#RathaYatra2023#Pahandi […]
ପୁରୀ: ଶେଷ ହେଲା ପହଣ୍ଡି ଯାତ୍ରା। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି। ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଶ୍ରୀଜିଉ। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ସବୁ ନୀତିକାନ୍ତି ସଠିକ ସମୟରେ ଚାଲିଥିବାରୁ ରଥଟଣା ବି ଧାର୍ଯ୍ୟ ସମୟରେ ହେବ ବୋଲି ଆଶା କରାଯାଉଛି।
ଶ୍ରୀ ସୁଦର୍ଶନ ଦେବଙ୍କ ପହଣ୍ଡି ବିଜେ ।
The 'Pahandi Bije' of Shree 'Sudarshana Deba'.#JayJagannatha#RathaYatra2023#Pahandi pic.twitter.com/9lSZfE4iLE
— Shree Jagannatha Temple, Puri (@JagannathaDhaam) June 20, 2023
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବଦଳନ ରଥରେ ବିଜେ କରାଯାଇଥିଲା । ଏହା ପରେ ବଡ଼ ଭାଇ ଶ୍ରୀ ବଳଭଦ୍ର ଧାଡ଼ ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ ହେବା ପରେ ମା’ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଦେବଦଳନ ରଥରେ ବିଜେ କରିଥିଲେ । ଏହା ପରେ ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିଥିଲେ କାଳିଆ ସାଆନ୍ତେ । ପହଣ୍ଡି ସମୟରେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଉଠିଥିଲା । ତେବେ ଏହାରି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି ତିନି ଠାକୁର ।
ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ପହଣ୍ଡି ବିଜେ ।
'Pahandi Bije' of 'Badathakura Shree Balabhadra' to the 'Taladhwaja Ratha'.#RathaYatra2023#JayJagannatha#Pahandi pic.twitter.com/IWUXDlsCvR

ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଉଛନ୍ତି ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ଆଜି ସକାଳ ସାଢେ ୯ଟାରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି।
ମା ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ପହଣ୍ଡି ବିଜେ ।
Pahandi Bije of 'Maa Subhadra' to 'Darpadalana ratha'.#RathaYatra2023#JayJagannatha#Pahandi pic.twitter.com/Zlx5jMjDXi

ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରାଯାଇଛି। ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।
ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ।
'Pahandi Bije' of the 'Chaturdha Murti'#RathaYatra2023#JayJagannatha#Pahandi pic.twitter.com/qlV4E9yQoI
— Shree Jagannatha Temple Office, Puri (@SJTA_Puri) June 20, 2023
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ସିସିଟିଭି କ୍ୟାମେରା ସହରକୁ ଜଗିଛି। ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ପ୍ରବଳ ଖରା ସତ୍ତ୍ବେ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ହୋଇଛି।