ଟିକା ନ ନେଲେ ମିଳିବନି ସରକାରୀ ସୁବିଧା, ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ଜାରି ହେଲା ଚେତାବନୀ

The Sakala Picture
Published On

ଭୁବନେଶ୍ୱର: କିଛି ସ୍ୱାସ୍ଥ୍ୟକର୍ମୀ ବିନା କାରଣରେ ଟିକା ନେବାକୁ ଆସୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଚେତାବନୀ ଜାରି କରାଯାଇଛି। ଯେଉଁ ହିତାଧିକାରୀ ବିନା କାରଣରେ ଟିକା ନେଉ ନାହାନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳିବ ନାହିଁ। ଏହା ସେମାନଙ୍କୁ ଜଣାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନରମାନଙ୍କୁ […]

ଭୁବନେଶ୍ୱର: କିଛି ସ୍ୱାସ୍ଥ୍ୟକର୍ମୀ ବିନା କାରଣରେ ଟିକା ନେବାକୁ ଆସୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଚେତାବନୀ ଜାରି କରାଯାଇଛି। ଯେଉଁ ହିତାଧିକାରୀ ବିନା କାରଣରେ ଟିକା ନେଉ ନାହାନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳିବ ନାହିଁ। ଏହା ସେମାନଙ୍କୁ ଜଣାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଶ୍ରୀ ମହାପାତ୍ର କହିଛନ୍ତି ଯେ ବାରମ୍ବାର ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ କିଛି ପଞ୍ଜିକୃତ ହିତାଧିକାରୀଙ୍କୁ ଆଜି ପର୍ଯ୍ୟନ୍ତ ପ୍ରଥମ ଡୋଜ୍‍ ଦିଆଯାଇ ନାହିଁ। ପଞ୍ଜିକୃତ ହିତାଧିକାରୀଙ୍କ ସଂଖ୍ୟା ଆଧାରରେ କେନ୍ଦ୍ର ସରକାର ଆମକୁ ଟିକା ଆବଣ୍ଟନ କରିଛନ୍ତି। ଯଦି ମିଳିଥିବା ଟିକାର ଶତପ୍ରତିଶତ ବ୍ୟବହାର କରିବାରେ ବିଫଳ ହେଉଛୁ ତା ହେଲେ ଭବିଷ୍ୟତରେ କୋଭିଡ୍‍ ବିରୋଧୀ ଲଢ଼େଇରେ ଆମେ ପଛରେ ପଡ଼ିଯିବା। ଯେଉଁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇ ନାହାନ୍ତି ସେମାନେ ନିଜ ସମ୍ପର୍କୀୟ ଓ କର୍ମସ୍ଥଳରେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବା ସମ୍ଭାବନା ଅଛି। ତେଣୁ ଯେଉଁ ହିତାଧିକାରୀମାନେ କୌଣସି ବଳିଷ୍ଠ କାରଣ ନଥାଇ ଟିକା ନେବାକୁ ଆସୁ ନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ବିଶେଷକରି କୋଭିଡ୍‍ ସଂକ୍ରମଣ ହେଲେ ସେମାନଙ୍କୁ ସରକାରଙ୍କ ପ୍ରଦତ୍ତ ମାଗଣା ଚିକିତ୍ସା ମିଳିବ ନାହିଁ। ସଂକ୍ରମିତ ହୋଇ ସଂଙ୍ଗରୋଧ କିମ୍ବା କ୍ୱାରେଣ୍ଟାଇନ୍‍ରେ ରହିଲେ ପୂର୍ବଭଳି ଡ୍ୟୁଟିରେ ରହିଥିବା ସୁବିଧା ମିଳିବ ନାହିଁ। ବିନା କାରଣରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ମିଳିବ ନାହିଁ। ଏହି ସୂଚନାକୁ ଟିକା ନେଇନଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଟିକା ନେବା ପାଇଁ ସେମାନଙ୍କୁ ସଚେତନ କରିବା ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ମଙ୍ଗଳବାର ସୁଦ୍ଧା ରାଜ୍ୟରେ ୫୭୭୬୪୬ ହିତାଧିକାରୀଙ୍କୁ ଟିକା ଦିଆଗଲାଣି। ଟିକା ନେବା ପାଇଁ ୨୦୪୪୬୯ ସମ୍ମୁଖ ଯୋଦ୍ଧାଙ୍କ ପଞ୍ଜୀକରଣ ହୋଇଛି। ଚଳିତ ମାସ ୨୫ ତାରିଖ ସୁଦ୍ଧା ଶତପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ୮୬ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଲକ୍ଷ୍ୟ ପୂରଣ ପାଇଁ ହାତରେ ଆଉ ଦୁଇ ଦିନ ସମୟ ଅଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

24 Feb 2021 By The Sakala

ଟିକା ନ ନେଲେ ମିଳିବନି ସରକାରୀ ସୁବିଧା, ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ଜାରି ହେଲା ଚେତାବନୀ

ଭୁବନେଶ୍ୱର: କିଛି ସ୍ୱାସ୍ଥ୍ୟକର୍ମୀ ବିନା କାରଣରେ ଟିକା ନେବାକୁ ଆସୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଚେତାବନୀ ଜାରି କରାଯାଇଛି। ଯେଉଁ ହିତାଧିକାରୀ ବିନା କାରଣରେ ଟିକା ନେଉ ନାହାନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳିବ ନାହିଁ। ଏହା ସେମାନଙ୍କୁ ଜଣାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ବାରମ୍ବାର ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ କିଛି ପଞ୍ଜିକୃତ ହିତାଧିକାରୀଙ୍କୁ ଆଜି ପର୍ଯ୍ୟନ୍ତ ପ୍ରଥମ ଡୋଜ୍‍ ଦିଆଯାଇ ନାହିଁ। ପଞ୍ଜିକୃତ ହିତାଧିକାରୀଙ୍କ ସଂଖ୍ୟା ଆଧାରରେ କେନ୍ଦ୍ର ସରକାର ଆମକୁ ଟିକା ଆବଣ୍ଟନ କରିଛନ୍ତି। ଯଦି ମିଳିଥିବା ଟିକାର ଶତପ୍ରତିଶତ ବ୍ୟବହାର କରିବାରେ ବିଫଳ ହେଉଛୁ ତା ହେଲେ ଭବିଷ୍ୟତରେ କୋଭିଡ୍‍ ବିରୋଧୀ ଲଢ଼େଇରେ ଆମେ ପଛରେ ପଡ଼ିଯିବା। ଯେଉଁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇ ନାହାନ୍ତି ସେମାନେ ନିଜ ସମ୍ପର୍କୀୟ ଓ କର୍ମସ୍ଥଳରେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବା ସମ୍ଭାବନା ଅଛି। ତେଣୁ ଯେଉଁ ହିତାଧିକାରୀମାନେ କୌଣସି ବଳିଷ୍ଠ କାରଣ ନଥାଇ ଟିକା ନେବାକୁ ଆସୁ ନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ବିଶେଷକରି କୋଭିଡ୍‍ ସଂକ୍ରମଣ ହେଲେ ସେମାନଙ୍କୁ ସରକାରଙ୍କ ପ୍ରଦତ୍ତ ମାଗଣା ଚିକିତ୍ସା ମିଳିବ ନାହିଁ। ସଂକ୍ରମିତ ହୋଇ ସଂଙ୍ଗରୋଧ କିମ୍ବା କ୍ୱାରେଣ୍ଟାଇନ୍‍ରେ ରହିଲେ ପୂର୍ବଭଳି ଡ୍ୟୁଟିରେ ରହିଥିବା ସୁବିଧା ମିଳିବ ନାହିଁ। ବିନା କାରଣରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ମିଳିବ ନାହିଁ। ଏହି ସୂଚନାକୁ ଟିକା ନେଇନଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଟିକା ନେବା ପାଇଁ ସେମାନଙ୍କୁ ସଚେତନ କରିବା ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର କହିଛନ୍ତି।

ମଙ୍ଗଳବାର ସୁଦ୍ଧା ରାଜ୍ୟରେ ୫୭୭୬୪୬ ହିତାଧିକାରୀଙ୍କୁ ଟିକା ଦିଆଗଲାଣି। ଟିକା ନେବା ପାଇଁ ୨୦୪୪୬୯ ସମ୍ମୁଖ ଯୋଦ୍ଧାଙ୍କ ପଞ୍ଜୀକରଣ ହୋଇଛି। ଚଳିତ ମାସ ୨୫ ତାରିଖ ସୁଦ୍ଧା ଶତପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ୮୬ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଲକ୍ଷ୍ୟ ପୂରଣ ପାଇଁ ହାତରେ ଆଉ ଦୁଇ ଦିନ ସମୟ ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର