ମନୋରଞ୍ଜନ
ଓଡ଼ିଶା
ବାହାନଗା ଟ୍ରେନ ଟ୍ରାଜେଡି: ଜଣାପଡ଼ିଲା ଦୁର୍ଘଟଣାର କାରଣ, ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା । ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେ କହିିଛନ୍ତି ଯେ, ଇଲେକ୍ଟ୍ରୋନିକ ଇଣ୍ଟରଲିକିଂ ପରିବର୍ତ୍ତନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । […]
ଭୁବନେଶ୍ବର: ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା । ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେ କହିିଛନ୍ତି ଯେ, ଇଲେକ୍ଟ୍ରୋନିକ ଇଣ୍ଟରଲିକିଂ ପରିବର୍ତ୍ତନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିପାଇଁ କେଉଁ କର୍ମଚାରୀ ଦାୟୀ ମଧ୍ୟ ଜଣାପଡ଼ିଛି । ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି। ରେଲ୍ ସେଫ୍ଟି କମିଶନର ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବେ। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଖବର ଅନୁଯାୟୀ, ଶୁକ୍ରବାର ଦିନ ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।