ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ବାଜିଲା ମୋହର

The Sakala Picture
Published On

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ମୋହର ବାଜିଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ବପୁର୍ଣ୍ଣ କ୍ୟାବିନେଟ ବୈଠକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଛି। ଏହି ପ୍ରରିପେକ୍ଷୀରେ ଆଜିର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ଉପରେ ମୋହର ବାଜିଛି। ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ […]

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ମୋହର ବାଜିଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ବପୁର୍ଣ୍ଣ କ୍ୟାବିନେଟ ବୈଠକ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଛି। ଏହି ପ୍ରରିପେକ୍ଷୀରେ ଆଜିର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ଉପରେ ମୋହର ବାଜିଛି। ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି। ମୋ ଘର ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି।  ଏହି ସହିତ ଭିତ୍ତିଭୂମି ବିକାଶ, ପାନୀୟ ଜଳ, ସହରାଞ୍ଚଳ ବିକାଶ,ମିଶନ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଉଚ୍ଚଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ସମେତ ଆଉ କିଛି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଅନ୍ୟପଟେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି ମିଳିଛି। ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଥିବା କାରଣରୁ ନବୀନ ସରକାର ଏହି ଘୋଷଣା କରିଛନ୍ତି। ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର