ପରଲୋକରେ ଟ୍ୟାଙ୍କ ମ୍ୟାନ୍ ମେଜର ଜେନେରାଲ ବସନ୍ତ ମହାପାତ୍ର

The Sakala Picture
Published On

ଭୁବନେଶ୍ୱର: ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ସମସ୍ତେ ଶେଷ ଦର୍ଶନ କରୁଛନ୍ତି । ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ଯେ ଭାରତୀୟ […]

ଭୁବନେଶ୍ୱର: ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ସମସ୍ତେ ଶେଷ ଦର୍ଶନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ଯେ ଭାରତୀୟ ସେନାରେ ମେଜର ଜେନେରାଲ ପଦବୀ ପାଇଥିଲେ। ଏପରିକି ସେ ଟ୍ୟାଙ୍କ ମ୍ୟାନ ନାଁରେ ମଧ୍ୟ ବେଶ୍ ପରିଚିତ । ସେ ଦେଶର ପ୍ରମୁଖ ଚାରିଟି ଯୁଦ୍ଧରେ ଭାଗ ନେଇଥିଲେ । ୧୯୬୧ରେ ଗୋଆ ମୁକ୍ତି, ୧୯୬୨ରେ ଭାରତ-ଚୀନ ଯୁଦ୍ଧ ଓ ୧୯୬୫ ଓ ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ ମେଜର ଜେନେରାଲ ମହାପାତ୍ର ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

କଟକରେ ଜନ୍ମିତ ମେଜର ଜେନେରାଲ ମହାପାତ୍ର ପୂର୍ବତନ ଚିଫ୍ ଜଷ୍ଟିସ ହରିହର ମହାପାତ୍ରଙ୍କ ପୁଅ । ସେ ପିଲାଟି ବେଳରୁ ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେନାରେ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର