ପୂରଣ ହେବ କଳାହାଣ୍ଡିବାସୀଙ୍କ ଦାବି, ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିରର ଉନ୍ନତିକରଣ କରିବାକୁ ପ୍ରତିଶ୍ରୁତି ଦେଲେ 5T ସଚିବ

The Sakala Picture
Published On

କଳାହାଣ୍ଡି: ରୂପାନ୍ତରିତ ହେବ କଳାହାଣ୍ଡିର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିର । ବଦଳିବ ବୁଢ଼ାରାଜା ମନ୍ଦିରର ରୂପରେଖ । ମନ୍ଦିର ସୌନ୍ଦର୍ଯ୍ୟକରଣ ଏତେ ଅଦ୍ଭୁତ ହେବ ଯେ ବାଟରେ ଯାଉଥିବା ଲୋକ ବି ଘଡ଼ିଏ ଠିଆ ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରିଯିବେ । କଳାହାଣ୍ଡି ଗସ୍ତରେ ଯାଇଥିବା 5T ସଚିବ ଭି.କେ ପାଣ୍ଡିଆନ ଏପରି ଘୋଷଣା କରିଛନ୍ତି । କିଛି ଦିନ ତଳେ କଳାହାଣ୍ଡିରେ ବିଜୁ ଏକ୍ସପ୍ରେସ ୱେ’ର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ […]

କଳାହାଣ୍ଡି: ରୂପାନ୍ତରିତ ହେବ କଳାହାଣ୍ଡିର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିର । ବଦଳିବ ବୁଢ଼ାରାଜା ମନ୍ଦିରର ରୂପରେଖ । ମନ୍ଦିର ସୌନ୍ଦର୍ଯ୍ୟକରଣ ଏତେ ଅଦ୍ଭୁତ ହେବ ଯେ ବାଟରେ ଯାଉଥିବା ଲୋକ ବି ଘଡ଼ିଏ ଠିଆ ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରିଯିବେ । କଳାହାଣ୍ଡି ଗସ୍ତରେ ଯାଇଥିବା 5T ସଚିବ ଭି.କେ ପାଣ୍ଡିଆନ ଏପରି ଘୋଷଣା କରିଛନ୍ତି । କିଛି ଦିନ ତଳେ କଳାହାଣ୍ଡିରେ ବିଜୁ ଏକ୍ସପ୍ରେସ ୱେ’ର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ ମୁଖ୍ୟମନ୍ତ୍ରୀ ବୁଢ଼ାରାଜା ମନ୍ଦିରର ଉନ୍ନତିକରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ କଳାହାଣ୍ଡିବାସୀଙ୍କ ଦାବି ପୂରଣ ହେବ, ନୂଆ ଦିଶିବ ବୁଢ଼ାରାଜା ମନ୍ଦିର ବୋଲି କହିଛନ୍ତି 5T ସଚିବ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଏଥିପାଇଁ କମିଟି ସହ କଥା ହୋଇ ୧୫ ଦିନରେ ପ୍ଲାନ୍ ଦେବାକୁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସଚିବ । ମାସେ ଭିତରେ ମଞ୍ଜୁରୀ ମିଳିଲେ ୭ରୁ ୮ ମାସ ଭିତରେ ମନ୍ଦିର ନୂଆ ରୂପରେ ଠିଆ ହେବ । ଏମିତିକି ବୁଢ଼ାରାଜା ମନ୍ଦିରର ଉନ୍ନତିକରଣରେ ତାଙ୍କର ବ୍ୟକ୍ତିଗତ ଇଛା ଥିବା କହିଛନ୍ତି ଭି.କେ ପାଣ୍ଡିଆନ । ସେହିପରି ଆମପାଣିରେ ମିନିଷ୍ଟାଡିୟମ ହେବ । ଲୋକଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଖୁବଶୀଘ୍ର ଖୁସି ଖବର ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭି.କେ ପାଣ୍ଡିଆନ । ଖୁବଶୀଘ୍ର ରାଉରକେଲା ସାଙ୍ଗେ କଳାହାଣ୍ଡି ଯୋଡ଼ି ହେବ । ଶିଳ୍ପ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

20 May 2023 By The Sakala

ପୂରଣ ହେବ କଳାହାଣ୍ଡିବାସୀଙ୍କ ଦାବି, ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିରର ଉନ୍ନତିକରଣ କରିବାକୁ ପ୍ରତିଶ୍ରୁତି ଦେଲେ 5T ସଚିବ

କଳାହାଣ୍ଡି: ରୂପାନ୍ତରିତ ହେବ କଳାହାଣ୍ଡିର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିର । ବଦଳିବ ବୁଢ଼ାରାଜା ମନ୍ଦିରର ରୂପରେଖ । ମନ୍ଦିର ସୌନ୍ଦର୍ଯ୍ୟକରଣ ଏତେ ଅଦ୍ଭୁତ ହେବ ଯେ ବାଟରେ ଯାଉଥିବା ଲୋକ ବି ଘଡ଼ିଏ ଠିଆ ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରିଯିବେ । କଳାହାଣ୍ଡି ଗସ୍ତରେ ଯାଇଥିବା 5T ସଚିବ ଭି.କେ ପାଣ୍ଡିଆନ ଏପରି ଘୋଷଣା କରିଛନ୍ତି । କିଛି ଦିନ ତଳେ କଳାହାଣ୍ଡିରେ ବିଜୁ ଏକ୍ସପ୍ରେସ ୱେ’ର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ ମୁଖ୍ୟମନ୍ତ୍ରୀ ବୁଢ଼ାରାଜା ମନ୍ଦିରର ଉନ୍ନତିକରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ କଳାହାଣ୍ଡିବାସୀଙ୍କ ଦାବି ପୂରଣ ହେବ, ନୂଆ ଦିଶିବ ବୁଢ଼ାରାଜା ମନ୍ଦିର ବୋଲି କହିଛନ୍ତି 5T ସଚିବ ।

ଏଥିପାଇଁ କମିଟି ସହ କଥା ହୋଇ ୧୫ ଦିନରେ ପ୍ଲାନ୍ ଦେବାକୁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସଚିବ । ମାସେ ଭିତରେ ମଞ୍ଜୁରୀ ମିଳିଲେ ୭ରୁ ୮ ମାସ ଭିତରେ ମନ୍ଦିର ନୂଆ ରୂପରେ ଠିଆ ହେବ । ଏମିତିକି ବୁଢ଼ାରାଜା ମନ୍ଦିରର ଉନ୍ନତିକରଣରେ ତାଙ୍କର ବ୍ୟକ୍ତିଗତ ଇଛା ଥିବା କହିଛନ୍ତି ଭି.କେ ପାଣ୍ଡିଆନ । ସେହିପରି ଆମପାଣିରେ ମିନିଷ୍ଟାଡିୟମ ହେବ । ଲୋକଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଖୁବଶୀଘ୍ର ଖୁସି ଖବର ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭି.କେ ପାଣ୍ଡିଆନ । ଖୁବଶୀଘ୍ର ରାଉରକେଲା ସାଙ୍ଗେ କଳାହାଣ୍ଡି ଯୋଡ଼ି ହେବ । ଶିଳ୍ପ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

https://www.thesakala.in/latest-odisha-news/5t-secretary-promised-to-improve-the-famous-bubharaja-temple-of-kalahandi/article-21826
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର