ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ : ଚଳିତ ବର୍ଷ ପାସ୍‌ ହାର ରହିଛି ୯୬.୪ ପ୍ରତିଶତ

The Sakala Picture
Published On

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ଥର ମାଟ୍ରିକରେ ୯୬.୪ ପ୍ରତିଶତ ରେଜଲ୍ଟ ହୋଇଛି। ଏଥର ରାଜ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲା ପାସ ପ୍ରତିଶତରେ ଆଗରେ ରହିଛନ୍ତି। ଏହାରେ ପାସ୍‌ ହାର ୯୭.୯୯ ପ୍ରତିଶତ ରହିଛି। […]

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ଥର ମାଟ୍ରିକରେ ୯୬.୪ ପ୍ରତିଶତ ରେଜଲ୍ଟ ହୋଇଛି। ଏଥର ରାଜ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲା ପାସ ପ୍ରତିଶତରେ ଆଗରେ ରହିଛନ୍ତି। ଏହାରେ ପାସ୍‌ ହାର ୯୭.୯୯ ପ୍ରତିଶତ ରହିଛି। ମାଲକାନଗିରି ଜିଲ୍ଲାର ଫଳାଫଳ ସର୍ବନିମ୍ନ ରହିଛି। ଏଠାରେ ପାସ୍‌ ପ୍ରତିଶତ ୯୨.୬୮ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ତେବେ ମାଟ୍ରିକ ରେଗୁଲାର, ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳକୁ ମିଶାଇ ଚଳିତ ଥର ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ମାଟ୍ରିକ ରେଗୁଲାର ପାସ ହାର ୯୬.୦୪, ମଧ୍ୟମା ପାସ୍ ହାର ୮୫.୯୪ ପ୍ରତିଶତ ଏବଂ ଷ୍ଟେଟ ଓପନ ସ୍କୁଲ ପାସ୍‌ ହାର ୭୫.୦୭ ପ୍ରତିଶତ ରହିଛି। ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍‌ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ  ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏଥି ସହିତ ଚିଳିବ ବର୍ଷ A1-୪ ହଜାର ୧୫୮, A2- ୨୯ ହଜାର ୮୩୮ -B1-୭୭ ହଜାର ୭୬୨, B2- ୧ ଲକ୍ଷ ୧୯ ହଜାର ୧୨୦ -C-୧ ଲକ୍ଷ ୨୨ ହଜାର ୨୭୧,D- ୯୫ ହଜାର ୯୩୪ -E-୬୨ ହଜାର ୭୯୧, ଫେଲ୍ ହୋଇଛନ୍ତି ୮ ହଜାର ୫୮୫ ପିଲା । ୩୨୨୨ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ଏଥି ସହିତ ଫେଲ ହୋଇଥିବା ପିଲାମାନଙ୍କ ପାଇଁ ମଧ୍ୟ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଆଜି ସକାଳ ୭ ଟା ୩୦ରେ ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯିବା ପରେ ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ କରାଯାଇଛି। ଦିନ ୧୨ ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ (www.bseodisha.ac.in) ଏବଂ (bseodisha.nic.in)ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଇଣ୍ଟନନେଟ ସୁବିଧା ନଥିବ, ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ନିଜର ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ଏଥିନିମନ୍ତେ ମୋବାଇଲରୁ ଓଆର୧୦ ସହ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମସ କଲେ ଫଳାଫଳ ଜାଣିହେବ । ପରୀକ୍ଷା ଫଳ ବାହାରିବା ପରେ କିଛି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୧୨୪୧୫୪୬୦ ସହ ଛାତ୍ରଛାତ୍ରୀମାନେ ଯୋଗଯୋଗ କରିପାରିବେ ।

ସୂଚନାଯୋଗ୍ୟ ମାଟ୍ରିକ  ରେଜଲ୍ଟ ସହ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ସୂଚନା ଦେଇଥିଲେ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର