ଝାରସୁଗୁଡ଼ା ଉପନିର୍ବାଚନ: ୧୦ ତାରିଖ ସକାଳ ୭ରୁ ୨୫୩ଟି ବୁଥରେ ହେବ ମତଦାନ, ୨୬ଟି ରହିଛି ପିଙ୍କ ବୁଥ୍

The Sakala Picture
Published On

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ଉପନିର୍ବାଚନକୁ ନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଧଳ । ସେ କହିଛନ୍ତି ଝାରସୁଗୁଡ଼ାରେ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନୀ ପ୍ରଚାର ସରିଛି । ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବେ ବୋଲି ଅପିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ […]

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ଉପନିର୍ବାଚନକୁ ନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଧଳ । ସେ କହିଛନ୍ତି ଝାରସୁଗୁଡ଼ାରେ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନୀ ପ୍ରଚାର ସରିଛି । ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବେ ବୋଲି ଅପିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ କରିଛନ୍ତି । ତେବେ ୧୦ ତାରିଖରେ ବହୁମାତ୍ରାରେ ଆସି ଭୋଟ ଦେବାକୁ ସେ ମତଦାତାମାନଙ୍କୁ ଅନୁରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଉପନିର୍ବାଚନ ପାଇଁ ମୋଟ୍ ୨୫୩ ବୁଥ୍ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରେ ୨୬ ଟି ପିଙ୍କ ବୁଥ୍ ରହିଛି । ଏହିସବୁ ବୁଥର ଦାୟିତ୍ବରେ ରହିବେ ମହିଳା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ୨୬ ପିଙ୍କ ବୁଥରୁ ୨୦ ଟି ଝାରସୁଗୁଡ଼ା ମ୍ୟୁନିସପାଲିଟିରେ ରହିଛି । ବିନା ହିଂସାରେ ନିର୍ବାଚନ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି । ସେଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ନିର୍ବାଚଚମଣ୍ଡଳୀର ୨୫୩ଟି ବୁଥରୁ ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବାହିନୀ ନିୟୋଜିତ ହୋଇଛନ୍ତି । ସମସ୍ତ ବୁଥରେ ୧୦୧୨ ଜଣ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ଅତିରିକ୍ତ ୧୦୦ ଜଣ ପୋଲିଂ ଅଧିକାରୀଙ୍କୁ ରିଜର୍ଭ କରାଯାଇଛି । ୧୦୦ ପ୍ରତିଶତ ବୁଥରେ ଓ୍ବେବ କାଷ୍ଟିଙ୍ଗ ହେବ । ଭିନ୍ନକ୍ଷମ ଭୋଟର ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୯୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି । ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ୧୭୧ଟି ଲାଇସେନ୍ସ ବନ୍ଧୁକ ଜିମା ନେଇଛି ପୋଲିସ । ୧୦୮ ଟି NBW ଏବଂ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋର୍ଡ ଅଫ କଣ୍ଡର୍ଟ ଅଭିଯୋଗ ଆସିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ତେଣୁ ଏହି ନିର୍ବାଚନୀ ପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

08 May 2023 By The Sakala

ଝାରସୁଗୁଡ଼ା ଉପନିର୍ବାଚନ: ୧୦ ତାରିଖ ସକାଳ ୭ରୁ ୨୫୩ଟି ବୁଥରେ ହେବ ମତଦାନ, ୨୬ଟି ରହିଛି ପିଙ୍କ ବୁଥ୍

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ଉପନିର୍ବାଚନକୁ ନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ଧଳ । ସେ କହିଛନ୍ତି ଝାରସୁଗୁଡ଼ାରେ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନୀ ପ୍ରଚାର ସରିଛି । ୩୩୦ ଜଣ ବରିଷ୍ଠ ନାଗରିକ ଘରେ ରହି ଭୋଟ ଦେବେ ବୋଲି ଅପିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ମତଦାନ କରିଛନ୍ତି । ତେବେ ୧୦ ତାରିଖରେ ବହୁମାତ୍ରାରେ ଆସି ଭୋଟ ଦେବାକୁ ସେ ମତଦାତାମାନଙ୍କୁ ଅନୁରୋଧ କରିଛନ୍ତି ।

ଉପନିର୍ବାଚନ ପାଇଁ ମୋଟ୍ ୨୫୩ ବୁଥ୍ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରେ ୨୬ ଟି ପିଙ୍କ ବୁଥ୍ ରହିଛି । ଏହିସବୁ ବୁଥର ଦାୟିତ୍ବରେ ରହିବେ ମହିଳା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ୨୬ ପିଙ୍କ ବୁଥରୁ ୨୦ ଟି ଝାରସୁଗୁଡ଼ା ମ୍ୟୁନିସପାଲିଟିରେ ରହିଛି । ବିନା ହିଂସାରେ ନିର୍ବାଚନ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି । ସେଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ନିର୍ବାଚଚମଣ୍ଡଳୀର ୨୫୩ଟି ବୁଥରୁ ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବାହିନୀ ନିୟୋଜିତ ହୋଇଛନ୍ତି । ସମସ୍ତ ବୁଥରେ ୧୦୧୨ ଜଣ ପୋଲିଂ ଅଧିକାରୀ ନିୟୋଜିତ ଅଛନ୍ତି । ଅତିରିକ୍ତ ୧୦୦ ଜଣ ପୋଲିଂ ଅଧିକାରୀଙ୍କୁ ରିଜର୍ଭ କରାଯାଇଛି । ୧୦୦ ପ୍ରତିଶତ ବୁଥରେ ଓ୍ବେବ କାଷ୍ଟିଙ୍ଗ ହେବ । ଭିନ୍ନକ୍ଷମ ଭୋଟର ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୯୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି । ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ୧୭୧ଟି ଲାଇସେନ୍ସ ବନ୍ଧୁକ ଜିମା ନେଇଛି ପୋଲିସ । ୧୦୮ ଟି NBW ଏବଂ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋର୍ଡ ଅଫ କଣ୍ଡର୍ଟ ଅଭିଯୋଗ ଆସିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ତେଣୁ ଏହି ନିର୍ବାଚନୀ ପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

https://www.thesakala.in/latest-odisha-news/jharsuguda-election-voting-will-be-held-in-253-booths-from-7-am-on-10th-may/article-21470
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର