‘ମାଧ୍ୟମ’ ଜରିଆରେ ପଞ୍ଜୀକରଣ ହୋଇଛି ୨୦ ଅଭିଯୋଗ: ୧୩ ଜଣଙ୍କର ହୋଇଛି ଆପୋଷ ବୁଝାମଣା, ୨ ଜଣଙ୍କୁ ଯୋଗାଇ ଦିଆଯାଇଛି ଡାକ୍ତରୀ ସହାୟତା

The Sakala Picture
Published On

ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୧୩ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି । ସେହିପରି ୨ଜଣ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଜଣେ ମହିଳାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି, ଏବଂ ୩ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ ଲାଗି ପରାମର୍ଶ ଦିଆଯାଇଛି ତାସହିତ […]

ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୧୩ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି । ସେହିପରି ୨ଜଣ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଜଣେ ମହିଳାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି, ଏବଂ ୩ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ ଲାଗି ପରାମର୍ଶ ଦିଆଯାଇଛି ତାସହିତ ଅନ୍ୟ ଜଣେ ମହିଳାଙ୍କୁ ଜୀବିକା ଯୋଗାଇଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଗତ ୨୦୧୪ ମସିହା ସେପ୍ଟେମ୍ବର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା “ମାଧ୍ୟମ” ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମ୍ମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି । ଭୁବନେଶ୍ୱରରେ ଥିବା ଏହି ସଂସ୍ଥା ଡି.ସି.ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖିଛି। ଯେଉଁ ମହିଳାମାନେ ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହିଁଛନ୍ତି “ମାଧ୍ୟମ” ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ମଧ୍ୟ ହାସଲ କରିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏପରିକି “ମାଧ୍ୟମ” ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀ ମାନେ ପୀଡିତା ମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଆସି ଏବଂ କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁ ବୁଝିଥିଲେ। ଏହି ସଂସ୍ଥା ଦ୍ଵାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ବ୍ୟକ୍ତିଗତ ଭାବେ ପତି-ପତ୍ନୀଙ୍କୁ ଏକାଠି ବସାଇ, କିମ୍ବା ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରୁଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

17 Apr 2023 By The Sakala

‘ମାଧ୍ୟମ’ ଜରିଆରେ ପଞ୍ଜୀକରଣ ହୋଇଛି ୨୦ ଅଭିଯୋଗ: ୧୩ ଜଣଙ୍କର ହୋଇଛି ଆପୋଷ ବୁଝାମଣା, ୨ ଜଣଙ୍କୁ ଯୋଗାଇ ଦିଆଯାଇଛି ଡାକ୍ତରୀ ସହାୟତା

ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରସ୍ଥିତ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୧୩ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି । ସେହିପରି ୨ଜଣ ମହିଳାଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଜଣେ ମହିଳାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି, ଏବଂ ୩ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ ଲାଗି ପରାମର୍ଶ ଦିଆଯାଇଛି ତାସହିତ ଅନ୍ୟ ଜଣେ ମହିଳାଙ୍କୁ ଜୀବିକା ଯୋଗାଇଦିଆଯାଇଛି ।

ଗତ ୨୦୧୪ ମସିହା ସେପ୍ଟେମ୍ବର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା “ମାଧ୍ୟମ” ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମ୍ମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି । ଭୁବନେଶ୍ୱରରେ ଥିବା ଏହି ସଂସ୍ଥା ଡି.ସି.ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖିଛି। ଯେଉଁ ମହିଳାମାନେ ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହିଁଛନ୍ତି “ମାଧ୍ୟମ” ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ମଧ୍ୟ ହାସଲ କରିଛି ।

ଏପରିକି “ମାଧ୍ୟମ” ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀ ମାନେ ପୀଡିତା ମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଆସି ଏବଂ କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁ ବୁଝିଥିଲେ। ଏହି ସଂସ୍ଥା ଦ୍ଵାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ବ୍ୟକ୍ତିଗତ ଭାବେ ପତି-ପତ୍ନୀଙ୍କୁ ଏକାଠି ବସାଇ, କିମ୍ବା ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରୁଛି ।

https://www.thesakala.in/latest-odisha-news/20-complaints-have-been-registered-through-madhyam/article-20827
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର