କରୋନା ଭୟରେ ମୃତକଙ୍କୁ ଛୁଇଁଲେନି ଘରଲୋକ, ଶବ ବୋହିଲେ ଛେଣ୍ଡିପଦା ବିଡିଓ

The Sakala Picture
Published On

ଛେଣ୍ଡିପଦା : କରୋନା ମହାମାରୀ ଦ୍ୱିତୀୟ ଲହର ସମ୍ପ୍ରତି ଆତଙ୍କ ଖେଳାଇ ଦେଇଛି। ପ୍ରତ୍ୟେକ ଗାଁ ଗଣ୍ଡା ଓ ପୁରପଲ୍ଲୀରେ ଏହି ରୋଗର ଭୟାବହତା ବଢ଼ି ଚାଲିଛି। ସରକାରୀ ସ୍ତରରେ କଟକଣା ଜାରି କରାଯାଇଛି। କରୋନା ମହାମାରୀ ଯୋଗୁଁ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାହାଳସାହି ପଞ୍ଚାୟତ ଗୋହିରାପଶି ଗ୍ରାମରେ ଏକ ଅଭାବନୀୟ ତଥା ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି। କରୋନା ସଂକ୍ରମିତ ହୋଇ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସନ୍ଦେହ କରି ମୃତକଙ୍କ ଶବକୁ […]

ଛେଣ୍ଡିପଦା : କରୋନା ମହାମାରୀ ଦ୍ୱିତୀୟ ଲହର ସମ୍ପ୍ରତି ଆତଙ୍କ ଖେଳାଇ ଦେଇଛି। ପ୍ରତ୍ୟେକ ଗାଁ ଗଣ୍ଡା ଓ ପୁରପଲ୍ଲୀରେ ଏହି ରୋଗର ଭୟାବହତା ବଢ଼ି ଚାଲିଛି। ସରକାରୀ ସ୍ତରରେ କଟକଣା ଜାରି କରାଯାଇଛି। କରୋନା ମହାମାରୀ ଯୋଗୁଁ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାହାଳସାହି ପଞ୍ଚାୟତ ଗୋହିରାପଶି ଗ୍ରାମରେ ଏକ ଅଭାବନୀୟ ତଥା ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି। କରୋନା ସଂକ୍ରମିତ ହୋଇ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସନ୍ଦେହ କରି ମୃତକଙ୍କ ଶବକୁ ନିଜ ରକ୍ତ ସମ୍ପର୍କୀୟ ପରିବାର ଲୋକେ ଓ ପାଖ ପଡ଼ୋଶୀ କେହି ଶବ ପାଖକୁ ଯାଇ ନ ଥିଲେ। ଏପରିକି ଛୁଇଁ ନ ଥିଲେ। ଫଳରେ ଦୀର୍ଘ ୧୬ ଘଣ୍ଟା ଧରି ମୃତକଙ୍କ ଶବ ଘର ଅଗଣାରେ ପଡ଼ି ରହିଥିଲା। ମୃତକ ଜଣକ ହେଲେ ଗୋହିରାପଶି ଗ୍ରାମର ଗୋବିନ୍ଦ ମାଝୀ (୬୫ ବର୍ଷ)। ଶେଷରେ ବିଡିଓ ଶବକୁ କାନ୍ଧ ଦେଇଥିଲେ ଓ ଶେଷକୃତ୍ୟ ସଂପନ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ସୂଚନା ମୁତାବକ, ଆଜକୁ ପ୍ରାୟ ୩/୪ ଦିନ ଧରି ଗୋବିନ୍ଦ ମାଝୀ ଥଣ୍ଡା, କାଶ, ଜ୍ବର ସାଙ୍ଗକୁ ଶ୍ୱାସରୋଗରେ ପୀଡ଼ିତ ଥିଲେ। ସେ ଡାକ୍ତରୀ ଚିକିତ୍ସା କରିବା ସହ ନିଜ ଘରେ ଚିକିତ୍ସା ହେବା ସହ ଔଷଧ ସେବନ କରୁଥିଲେ। ମାତ୍ର ଶୁକ୍ରବାର ରାତି ପ୍ରାୟ ଆଠଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏପରିକି ତାଙ୍କର କରୋନା ସଂକ୍ରମିତ ଭାବେ ସ୍ୱାବ ନମୁନା ପରୀକ୍ଷା କରାଯାଇ ନ ଥିଲା। ତେଣୁ ତାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା, ତା’ର ସଠିକ ତଥ୍ୟ ମିଳିନାହିଁ। ଅପରପକ୍ଷରେ ତାଙ୍କର କରୋନା ପଜିଟିଭ ସଂକ୍ରମିତ ହୋଇ ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକେ, ପଡ଼ୋଶୀ ଓ ଗାଁ ଲୋକେ ସନ୍ଦେହ କରିଥିଲେ। ତେଣୁ କରୋନା ମହାମାରୀ ଭୟରେ ନିଜର ରକ୍ତ ସମ୍ପର୍କୀୟ ଅର୍ଥାତ୍ ପୁଅ ମଧ୍ୟ ବାପାଙ୍କ ମୃତଦେହକୁ ଛୁଇଁଲେ ନାହିଁ କିମ୍ବା ପାଖକୁ ଯାଇ ନ ଥିଲେ। ଏପରିକି ଗାଁ ଲୋକ ଶବ ସତ୍କାର କରିବା ତ ଦୂରର କଥା ପାଖକୁ ମଧ୍ୟ ଯାଇ ନ ଥିଲେ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଏଭଳି ସ୍ଥିତିରେ ଦୀର୍ଘ ୧୬ ଘଣ୍ଟା ଧରି ଶବ ପଡ଼ିରହିଥିଲା। ସ୍ଥାନୀୟ ପରିବାର ଲୋକେ ଓ ଗ୍ରାମବାସୀ ନିଜର ମାନବିକତା ହରାଇ ବସିଥିଲେ। ଶେଷରେ ଆଜି ଶନିବାର ଦିନ ପ୍ରାୟ ୧୨ଟା ସମୟରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୂଚନା ପାଇ ଛେଣ୍ଡିପଦା ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସାଥୀରେ ଥିଲେ ବିଡିଓ। ପିପିଇ କିଟ୍ ପରିଧାନ କରିବା ସହିତ ମୁହଁରେ ମାସ୍କ ପରିଧାନ କରି ନିଜ ଜୀବନକୁ ବାଜି ଲଗାଇ ଜଣେ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ଛେଣ୍ଡିପଦା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ, ସରପଞ୍ଚ ନାରାୟଣ ସାହୁ, ମୃତକଙ୍କ ପୁଅ ମୁନା ମାଝୀ ୪ ଜଣ ଯାକ ୪ କାନ୍ଧ ଦେଇଥିଲେ। ଗାଁ ମୁଣ୍ଡରେ ଥିବା ଏକ ଖୋଲା ପଡ଼ିଆରେ ମୃତକଙ୍କ ଶବକୁ ଯଥାରୀତି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିଲା। ସର୍ବୋପରି ଛେଣ୍ଡିପଦା ବିଡିଓ ନିଜ ଜୀବନକୁ ବିପନ୍ନ କରି ଯେଉଁ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜର ମାନବିକତା ମୂଲ୍ୟବୋଧ ପ୍ରଦର୍ଶନ କରିଛନ୍ତି, ତାହାକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି। ଏ ନେଇ ମଧ୍ୟ ଛେଣ୍ଡିପଦା ବ୍ଲକ ସମେତ ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

09 May 2021 By The Sakala

କରୋନା ଭୟରେ ମୃତକଙ୍କୁ ଛୁଇଁଲେନି ଘରଲୋକ, ଶବ ବୋହିଲେ ଛେଣ୍ଡିପଦା ବିଡିଓ

ଛେଣ୍ଡିପଦା : କରୋନା ମହାମାରୀ ଦ୍ୱିତୀୟ ଲହର ସମ୍ପ୍ରତି ଆତଙ୍କ ଖେଳାଇ ଦେଇଛି। ପ୍ରତ୍ୟେକ ଗାଁ ଗଣ୍ଡା ଓ ପୁରପଲ୍ଲୀରେ ଏହି ରୋଗର ଭୟାବହତା ବଢ଼ି ଚାଲିଛି। ସରକାରୀ ସ୍ତରରେ କଟକଣା ଜାରି କରାଯାଇଛି। କରୋନା ମହାମାରୀ ଯୋଗୁଁ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାହାଳସାହି ପଞ୍ଚାୟତ ଗୋହିରାପଶି ଗ୍ରାମରେ ଏକ ଅଭାବନୀୟ ତଥା ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି। କରୋନା ସଂକ୍ରମିତ ହୋଇ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସନ୍ଦେହ କରି ମୃତକଙ୍କ ଶବକୁ ନିଜ ରକ୍ତ ସମ୍ପର୍କୀୟ ପରିବାର ଲୋକେ ଓ ପାଖ ପଡ଼ୋଶୀ କେହି ଶବ ପାଖକୁ ଯାଇ ନ ଥିଲେ। ଏପରିକି ଛୁଇଁ ନ ଥିଲେ। ଫଳରେ ଦୀର୍ଘ ୧୬ ଘଣ୍ଟା ଧରି ମୃତକଙ୍କ ଶବ ଘର ଅଗଣାରେ ପଡ଼ି ରହିଥିଲା। ମୃତକ ଜଣକ ହେଲେ ଗୋହିରାପଶି ଗ୍ରାମର ଗୋବିନ୍ଦ ମାଝୀ (୬୫ ବର୍ଷ)। ଶେଷରେ ବିଡିଓ ଶବକୁ କାନ୍ଧ ଦେଇଥିଲେ ଓ ଶେଷକୃତ୍ୟ ସଂପନ୍ନ କରିଥିଲେ।

ସୂଚନା ମୁତାବକ, ଆଜକୁ ପ୍ରାୟ ୩/୪ ଦିନ ଧରି ଗୋବିନ୍ଦ ମାଝୀ ଥଣ୍ଡା, କାଶ, ଜ୍ବର ସାଙ୍ଗକୁ ଶ୍ୱାସରୋଗରେ ପୀଡ଼ିତ ଥିଲେ। ସେ ଡାକ୍ତରୀ ଚିକିତ୍ସା କରିବା ସହ ନିଜ ଘରେ ଚିକିତ୍ସା ହେବା ସହ ଔଷଧ ସେବନ କରୁଥିଲେ। ମାତ୍ର ଶୁକ୍ରବାର ରାତି ପ୍ରାୟ ଆଠଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏପରିକି ତାଙ୍କର କରୋନା ସଂକ୍ରମିତ ଭାବେ ସ୍ୱାବ ନମୁନା ପରୀକ୍ଷା କରାଯାଇ ନ ଥିଲା। ତେଣୁ ତାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା, ତା’ର ସଠିକ ତଥ୍ୟ ମିଳିନାହିଁ। ଅପରପକ୍ଷରେ ତାଙ୍କର କରୋନା ପଜିଟିଭ ସଂକ୍ରମିତ ହୋଇ ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକେ, ପଡ଼ୋଶୀ ଓ ଗାଁ ଲୋକେ ସନ୍ଦେହ କରିଥିଲେ। ତେଣୁ କରୋନା ମହାମାରୀ ଭୟରେ ନିଜର ରକ୍ତ ସମ୍ପର୍କୀୟ ଅର୍ଥାତ୍ ପୁଅ ମଧ୍ୟ ବାପାଙ୍କ ମୃତଦେହକୁ ଛୁଇଁଲେ ନାହିଁ କିମ୍ବା ପାଖକୁ ଯାଇ ନ ଥିଲେ। ଏପରିକି ଗାଁ ଲୋକ ଶବ ସତ୍କାର କରିବା ତ ଦୂରର କଥା ପାଖକୁ ମଧ୍ୟ ଯାଇ ନ ଥିଲେ।

ଏଭଳି ସ୍ଥିତିରେ ଦୀର୍ଘ ୧୬ ଘଣ୍ଟା ଧରି ଶବ ପଡ଼ିରହିଥିଲା। ସ୍ଥାନୀୟ ପରିବାର ଲୋକେ ଓ ଗ୍ରାମବାସୀ ନିଜର ମାନବିକତା ହରାଇ ବସିଥିଲେ। ଶେଷରେ ଆଜି ଶନିବାର ଦିନ ପ୍ରାୟ ୧୨ଟା ସମୟରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୂଚନା ପାଇ ଛେଣ୍ଡିପଦା ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସାଥୀରେ ଥିଲେ ବିଡିଓ। ପିପିଇ କିଟ୍ ପରିଧାନ କରିବା ସହିତ ମୁହଁରେ ମାସ୍କ ପରିଧାନ କରି ନିଜ ଜୀବନକୁ ବାଜି ଲଗାଇ ଜଣେ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ଛେଣ୍ଡିପଦା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ, ସରପଞ୍ଚ ନାରାୟଣ ସାହୁ, ମୃତକଙ୍କ ପୁଅ ମୁନା ମାଝୀ ୪ ଜଣ ଯାକ ୪ କାନ୍ଧ ଦେଇଥିଲେ। ଗାଁ ମୁଣ୍ଡରେ ଥିବା ଏକ ଖୋଲା ପଡ଼ିଆରେ ମୃତକଙ୍କ ଶବକୁ ଯଥାରୀତି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିଲା। ସର୍ବୋପରି ଛେଣ୍ଡିପଦା ବିଡିଓ ନିଜ ଜୀବନକୁ ବିପନ୍ନ କରି ଯେଉଁ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜର ମାନବିକତା ମୂଲ୍ୟବୋଧ ପ୍ରଦର୍ଶନ କରିଛନ୍ତି, ତାହାକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି। ଏ ନେଇ ମଧ୍ୟ ଛେଣ୍ଡିପଦା ବ୍ଲକ ସମେତ ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର