କରୋନା ସଂକ୍ରମଣ : ଚିନ୍ତା ବଢ଼ାଇଲାଣି ଚିଡ଼ିଆଖାନା

The Sakala Picture
Published On

ଭୁବନେଶ୍ୱର : କରୋନାରେ ଆକ୍ରାନ୍ତ ହୋଇ ହାଇଦରାବାଦ ନେହରୁ ପ୍ରାଣୀ ଉଦ୍ୟାନରେ ସିଂହର ମୃତ୍ୟୁ ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଭଳି ପରିସ୍ଥିତିର ମୁକାବିଲା ସହ ପୂର୍ବରୁ ପଦକ୍ଷେପ ନେବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ସମସ୍ତ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ଅଣସଂରକ୍ଷିତ ଜଙ୍ଗଲକୁ ସାଧାରଣ ପର୍ଯ୍ୟଟକମାନଙ୍କୁ ବାରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ଆସିବା ପରେ […]

ଭୁବନେଶ୍ୱର : କରୋନାରେ ଆକ୍ରାନ୍ତ ହୋଇ ହାଇଦରାବାଦ ନେହରୁ ପ୍ରାଣୀ ଉଦ୍ୟାନରେ ସିଂହର ମୃତ୍ୟୁ ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଭଳି ପରିସ୍ଥିତିର ମୁକାବିଲା ସହ ପୂର୍ବରୁ ପଦକ୍ଷେପ ନେବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ସମସ୍ତ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ଅଣସଂରକ୍ଷିତ ଜଙ୍ଗଲକୁ ସାଧାରଣ ପର୍ଯ୍ୟଟକମାନଙ୍କୁ ବାରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚିଠି ଆସିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ବୋଲି ପିସିସିଏଫ୍‍ (ବନ୍ୟପ୍ରାଣୀ) ଶଶୀ ପଲ୍‍ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ମଣିଷ ଓ ପଶୁ ମଧ୍ୟରେ ସଂକ୍ରମଣର ଶୃଙ୍ଖଳ ଯେମିତି ବିକଶିତ ନ ହୁଏ ତା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ସଂକ୍ରମଣ ହେବାର ଆଶଙ୍କା କରି ଡ୍ୟୁଟି ପୂର୍ବରୁ କର୍ମଚାରୀଙ୍କ ପାଖରେ କୋଭିଡ ନେଗେଟିଭ୍‍ ରିପୋର୍ଟ ଜରୁରୀ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ ପଶୁ ପକ୍ଷୀଙ୍କୁ ଯେପରି କୋଭିଡ ସଂକ୍ରମଣ ନ ହୁଏ ସେଥିପାଇଁ ସମ୍ମୁଖ କର୍ମୀ, ପ୍ରାଣୀ ଚିକିତ୍ସକଙ୍କୁ ନେଇ ଟାସ୍କଫୋର୍ସ ଗଠନ ନିର୍ଦ୍ଦେଶ ଦିଆଯାଇଛି। ପଶୁ ପକ୍ଷୀଙ୍କ ଦାୟିତ୍ୱରେ ଥିବା କର୍ମଚାରୀ ପିପିଇ କିଟ୍‍ ପରିଧାନ କରିବା ସହ ନିୟମିତ ବ୍ୟବଧାନରେ ସାନିଟାଇଜ୍‍ ହେବାକୁ କୁହାଯାଇଛି। ମାସ୍କ ପରିଧାନ କରିବା ସହ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରୁହେ ସେ ଉପରେ ଧ୍ୟାନ ଦେବାକୁ ଚିିଠିରେ ଉଲ୍ଲେଖ ରହିଛି। ଏନ୍‍କ୍ଲୋଜରଗୁଡିକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‍ କରାଯିବା ସହ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ସଂକ୍ରମଣମୁକ୍ତ କରିବାକୁ ଗରମ ପାଣିରେ ଧୋଇବାକୁ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଯଦି କୌଣସି ପ୍ରତିକୂଳ ପରିସ୍ଥିତିରେ ପଶୁପକ୍ଷୀଙ୍କଠାରେ ସଂକ୍ରମଣ ଦେଖାଯାଏ ତେବେ ଚିଡିଆଖାନା କର୍ମଚାରୀମାନେ ତୁରନ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏ ସମ୍ପର୍କରେ ଖବର ଦେବେ। ୨୪ ଘଣ୍ଟିଆ ଟାସ୍କଫୋର୍ସ, ରେପିଡ ଆକ୍ସନ୍‍ ଟାସ୍କଫୋର୍ସ ଗଠନ କରାଯାଇ ପଶୁପକ୍ଷୀଙ୍କ ଗତିବିଧି ଓ ସେମାନଙ୍କ ବ୍ୟବହାରିକ ପରିବର୍ତ୍ତନ ଉପରେ ନଜର ରଖିବେ। ଆବଶ୍ୟକ ସ୍ଥଳେ ସେମାନଙ୍କ ପାଇଁ ଜରୁରୀକାଳୀନ ସେବାର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର