ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ୧୩ରୁ ୨୯ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା, ୩୧ରେ ବ୍ୟୟମଞ୍ଜୁରୀ

The Sakala Picture
Published On

ଭୁବନେଶ୍ୱର: ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତାୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ସହ ବ୍ୟୟମଞ୍ଜୁରୀ ବିଧେୟକ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୧୩ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗୃହରେ ଉପସ୍ଥାପିତ ହେବ। ଏହାପରେ ମାର୍ଚ୍ଚ ମାସ ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଉପସ୍ଥାପିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ […]

ଭୁବନେଶ୍ୱର: ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତାୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ସହ ବ୍ୟୟମଞ୍ଜୁରୀ ବିଧେୟକ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୧୩ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗୃହରେ ଉପସ୍ଥାପିତ ହେବ। ଏହାପରେ ମାର୍ଚ୍ଚ ମାସ ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଉପସ୍ଥାପିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହକୁ ସରଗରମ୍‌‌ କରିବା ନେଇ ଆଶା କରାଯାଉଥିବା ବେଳେ ଶାସକ ଦଳ ମଧ୍ୟ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିପାରେ। ତେବେ ସବୁ ପ୍ରକାରର ଗଠନମୂଳକ ଆଲୋଚନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।
ବିରୋଧୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଚାଷ ଓ ଚାଷୀ ସମସ୍ୟା, ବିଭିନ୍ନ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ସାଙ୍ଗକୁ ପୁରୀରେ ହୋଇଥିବା ଅଗ୍ନିକାଣ୍ଡ ସମ୍ପର୍କରେ ଗୃହରେ ଆଲୋଚନା ହେବ। ଅନ୍ୟପକ୍ଷରେ ଶାସକ ଦଳ ମଧ୍ୟ ରେଳବାଇ, ଟେଲିକମ୍‌‌ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତି, ବାରମ୍ବାର ଦାବି ସତ୍ତ୍ବେ ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ନିରବତାକୁ ଗୃହରେ ଉଠାଇପାରେ। ସେହିପରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନକୁ କେନ୍ଦ୍ରର ନା, ବକେୟା ସବ୍‌‌ସିଡି ପ୍ରଦାନରେ ବିଳମ୍ବ ଏବଂ ଏଲ୍‌‌ପିଜି ଏବଂ ଅନ୍ୟ ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ବିଜେଡି ଗୃହରେ ପ୍ରାଧାନ୍ୟ ଦେବ। ରାଜ୍ୟସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ରହିଥିବା ବେଳେ ଆମେ ଏହାକୁ ଗୃହରେ ଉତ୍ଥାପନ କରିବୁ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଚଳିତ ବଜେଟ ଅଧିବେଶନ ଗତ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଏପ୍ରିଲ ୬ ତାରିଖ ଯାଏଁ ଚାଲିବାକୁ ସ୍ଥିର ହୋଇଛି। ଚଳିତ ଅଧିବେଶନର ପ୍ରଥମ ପର୍ଯ୍ୟାୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ, ଚାଷୀ ଆତ୍ମହତ୍ୟା, ଆବାସ ଯୋଜନାରେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିଲା। ଏହି ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌‌ ମଧ୍ୟ ଉପସ୍ଥାପିତ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର