ଖରାଦିନିଆ ଜଳ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ: ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ହେବ ଜଳ ଯୋଗାଣ

The Sakala Picture
Published On

ଭୁବନେଶ୍ୱର: ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା । ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ମରାମତି ଯନ୍ତ୍ର କ୍ରୟ ନିମନ୍ତେ କମିଟି ଗଠନ, […]

ଭୁବନେଶ୍ୱର: ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା । ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ମରାମତି ଯନ୍ତ୍ର କ୍ରୟ ନିମନ୍ତେ କମିଟି ଗଠନ, ଜଳ ଯୋଗାଣ ଉତ୍ସ ଯାଞ୍ଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଏବଂ ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସମସ୍ତ ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ ଘଟିକା ଠାରୁ ସଂଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ସଂକ୍ରାନ୍ତୀୟ ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସେହିଭଳି ସହରାଞ୍ଚଳରେ ମଧ୍ୟ ଖରାଦିନିଆ ପାନୀୟ ଜଳଯୋଗଣକୁ ସୁନିଶ୍ଚିତ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି । ସମସ୍ତ ୧୧୫ଟି ସହରାଞ୍ଚଳରେ ପାନୀୟଜଳ ବ୍ୟବସ୍ଥକୁ ସୁଦୃଢ଼ କରାଯିବ । ଜଳକ୍ଲିଷ୍ଟ ଅଞ୍ଚଳରେ ପ୍ରାୟ ୩ ହଜାର ପି.ଭି.ସି ଟ୍ୟାଙ୍କ ବସାଯାଇ ୨୨୫ ଟି ଟ୍ୟାଙ୍କର ମାଧ୍ୟମରେ ନିୟମିତ ଭାବେ ଜଳ ଯୋଗାଣ କରାଯିବା ସଂପର୍କରେ ଗୃହ ଓ ନଗର ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥାଇଲା । ସହରାଞ୍ଚଳରେ ନିୟୋଜିତ ୭୫୬ ଜଣ ଜଳସାଥିଙ୍କ ମାଧ୍ୟମରେ ପାନୀୟଜଳ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ ଏବଂ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ବିଭାଗ ପକ୍ଷରୁ ଖୋଲାଯିବ। ଦୈନିକ ପ୍ରାୟ ଦେଢ଼ ଲକ୍ଷ ଘରକୁ ୯୭ ଲକ୍ଷ ମିଲିୟନ ଲିଟର ଜଳ ଯୋଗାଣ କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି)  ଭି.କେ ପାଣ୍ଡିଆନ୍, ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ସୁଶିଲ୍ କୁମାର ଲୋହାନୀ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ  ଜି. ମାଥିଭାଥନନ୍ ଏବଂ ବିଭାଗୀୟ ନିର୍ଦ୍ଦେଶ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର