ମନୋରଞ୍ଜନ
ଓଡ଼ିଶା
ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍ଙ୍କ ମାଣ୍ଡିଆ ଗୀତକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ବର: ବିଶ୍ବରେ ଲୋକପ୍ରିୟ ହେଉଛି ଓଡ଼ିଶାର ଖାଦ୍ୟ ମାଣ୍ଡିଆ। ଓଡ଼ିଶା ମିଲେଟ୍ ମିଶନକୁ ନେଇ ଗ୍ରାମୀ ପୁରସ୍କାର ବିଜେତାଙ୍କ ଗୀତକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ମିଲେଟ୍ ମିଶନ ଏବେ ପୁରା ଦେଶରେ ରାଜ୍ୟର ନାଁକୁ ଗୌରବାନ୍ବିତ କରାଇଛି। ଆମ କ୍ଷେତ ଓ ପ୍ଲେଟକୁ ପୁଣି ଜଳବାୟୁ ଅନୁକୂଳ ଉତ୍ପାଦ ଆଣିବାକୁ ଏହା ଏକ ଅଗ୍ରଣୀ ପ୍ରୟାସ। ଲୋକଙ୍କ ମଧ୍ୟରେ ଆହୁରି ଆଦୃତ ହେବ ଏହି ପୁଷ୍ଟିକର ଖାଦ୍ୟ। #OdishaMilletMission is a pioneering […]
ଭୁବନେଶ୍ବର: ବିଶ୍ବରେ ଲୋକପ୍ରିୟ ହେଉଛି ଓଡ଼ିଶାର ଖାଦ୍ୟ ମାଣ୍ଡିଆ। ଓଡ଼ିଶା ମିଲେଟ୍ ମିଶନକୁ ନେଇ ଗ୍ରାମୀ ପୁରସ୍କାର ବିଜେତାଙ୍କ ଗୀତକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ମିଲେଟ୍ ମିଶନ ଏବେ ପୁରା ଦେଶରେ ରାଜ୍ୟର ନାଁକୁ ଗୌରବାନ୍ବିତ କରାଇଛି। ଆମ କ୍ଷେତ ଓ ପ୍ଲେଟକୁ ପୁଣି ଜଳବାୟୁ ଅନୁକୂଳ ଉତ୍ପାଦ ଆଣିବାକୁ ଏହା ଏକ ଅଗ୍ରଣୀ ପ୍ରୟାସ। ଲୋକଙ୍କ ମଧ୍ୟରେ ଆହୁରି ଆଦୃତ ହେବ ଏହି ପୁଷ୍ଟିକର ଖାଦ୍ୟ।
#OdishaMilletMission is a pioneering initiative to bring back climate resilient grain in our fields & plates. Thank #GrammyAward winner & composer-producer Mr. @rickykej & @krushibibhag for the beautiful song on #Mandia to popularize the planet friendly, nutritious millet. @FAO pic.twitter.com/eSv8uXWMkJ
ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ— Naveen Patnaik (@Naveen_Odisha) March 1, 2023
ମାଣ୍ଡିଆକୁ ନେଇ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତକାର ରିକୀ କେଜ୍ ଗୀତ ରଚନା କରିଛନ୍ତି। ଗ୍ରହ ଅନୁକୂଳ ଓ ପୌଷ୍ଟିକ ବଜାର ପାଇଁ ମାଣ୍ଡିଆର ସୁନ୍ଦର ଗୀତ ରଚନା କରିଥିବାରୁ ରିକୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପରିବେଶ ଉପଯୋଗୀ ଶସ୍ୟ ପାଇଁ ଅଧିକ ଆଗ୍ରହୀ ହେବେ ଲୋକ। ଫାଓକୁ ଧନ୍ୟବାଦ ଦେଇଛନ୍ତି ନବୀନ।






