ବଦଳିଲା ବଡ଼ଗଡ଼, ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା; ବଡ଼ଗଡ଼ ଥାନା ଅଧୀନରେ ରହିବ ବାସୁଆଘାଇ ପଞ୍ଚାୟତ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ବର ଥାନା ପରିସୀମା ବିବାଦରେ ପୂର୍ଣ୍ଣଚ୍ଛେଦ । ବଡ଼ଗଡ଼, ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା ବଦଳା ଯାଇଛି । ଗଣତନ୍ତ୍ର ଦିବସଠାରୁ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସହିଦନଗର ଥାନା ଅଧୀନରେ ଥିବା ବାସୁଆଘାଇ ପଞ୍ଚାୟତ ଏବେ ବଡ଼ଗଡ଼ ଥାନା ଅଧୀନରେ ରହିବ । ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନରେ ରହିବ ଜଗନ୍ନାଥ ନଗର । ପୂର୍ବରୁ ମଞ୍ଚେଶ୍ୱର ଓ ସହିଦନଗର ଅଧୀନରେ ଥିଲା ଜଗନ୍ନାଥ ନଗର । ଥାନା ପରିସୀମା […]

ଭୁବନେଶ୍ବର: ଭୁବନେଶ୍ବର ଥାନା ପରିସୀମା ବିବାଦରେ ପୂର୍ଣ୍ଣଚ୍ଛେଦ । ବଡ଼ଗଡ଼, ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା ବଦଳା ଯାଇଛି । ଗଣତନ୍ତ୍ର ଦିବସଠାରୁ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସହିଦନଗର ଥାନା ଅଧୀନରେ ଥିବା ବାସୁଆଘାଇ ପଞ୍ଚାୟତ ଏବେ ବଡ଼ଗଡ଼ ଥାନା ଅଧୀନରେ ରହିବ । ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନରେ ରହିବ ଜଗନ୍ନାଥ ନଗର । ପୂର୍ବରୁ ମଞ୍ଚେଶ୍ୱର ଓ ସହିଦନଗର ଅଧୀନରେ ଥିଲା ଜଗନ୍ନାଥ ନଗର । ଥାନା ପରିସୀମା ବଦଳିବା ଯୋଗୁ କେଶୁରା, କୋରଡକଣ୍ଟା, ବାଙ୍କୁଆଳ ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ପୂର୍ବରୁ ଥାନା ପରିସୀମାକୁ ନେଇ ବିବାଦ ଉପୁଜିଥିବା ବେଳେ ଏନେଇ ନନ୍ଦିଘୋଷ ଟିଭିର ଖବର ପରିବେଶଣ କରାଯାଇଥିଲା । ପାଟ୍ରୋଲିଂ ଓ ଆଇନଶୃଙ୍ଖଳାକୁ ନେଇ ଅସୁବିଧା ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଗୁରୁତ୍ବ ଦେଇ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି । କିଛିଦିନ ତଳେ ସ୍ଥାନୀୟ ଲୋକେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ଏନେଇ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର