ହକି ବିଶ୍ବକପ ୨୦୨୩: ଆଜିଠୁ କ୍ବାର୍ଟର ଫାଇନାଲ ମୁକାବିଲା, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ର ପ୍ରଥମ ପର୍ଯ୍ୟାୟ ନକ୍‌‌ଆଉଟ ମୁକାବିଲା ବା କ୍ରସ୍‌‌ଓଭର ଖେଳ ଶେଷ ହୋଇଛି। ଏଥିସହ ନକ୍‌‌ଆଉଟର ଦ୍ୱିତୀୟ ପର୍ଯ୍ୟାୟ ବା କ୍ୱାର୍ଟର ଫାଇନାଲରେ କିଏ କାହା ସହ ଖେଳିବେ ତାହା ସ୍ଥିର ହୋଇଯାଇଛି। ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସହ ସ୍ପେନ୍‌‌ ଓ ବେଲଜିୟମ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବ। ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ […]

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ର ପ୍ରଥମ ପର୍ଯ୍ୟାୟ ନକ୍‌‌ଆଉଟ ମୁକାବିଲା ବା କ୍ରସ୍‌‌ଓଭର ଖେଳ ଶେଷ ହୋଇଛି। ଏଥିସହ ନକ୍‌‌ଆଉଟର ଦ୍ୱିତୀୟ ପର୍ଯ୍ୟାୟ ବା କ୍ୱାର୍ଟର ଫାଇନାଲରେ କିଏ କାହା ସହ ଖେଳିବେ ତାହା ସ୍ଥିର ହୋଇଯାଇଛି। ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସହ ସ୍ପେନ୍‌‌ ଓ ବେଲଜିୟମ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବ। ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ହେବ ପ୍ରଥମ କ୍ବାର୍ଟର ଫାଇନାଲ ଟକ୍କର । ସେହିପରି ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡସ ।ଏହାପରେ ଜାନୁଆରୀ ୨୫ ତାରିଖରେ ବାକି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ। ଏହା ମଧ୍ୟରେ ନେଦରଲାଣ୍ଡ ସହ ଦକ୍ଷିଣ କୋରିଆ ପ୍ରଥମ ମ୍ୟାଚ୍‌‌ରେ ଏବଂ ଇଂଲଣ୍ଡ ସହ ଜର୍ମାନୀ ଦ୍ୱିତୀୟ ମ୍ୟାଚ୍‌‌ରେ ମୁକାବିଲା କରିବେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କଳିଙ୍ଗ ଷ୍ଟାଡିୟମ୍‌‌ରେ ସୋମବାର ଖେଳାଯାଇଥିବା କ୍ରସ୍‌‌ ଓଭର ମ୍ୟାଚ୍‌‌ରେ ଜର୍ମାନୀ ୫-୧ ଗୋଲ୍‌‌ରେ ଫ୍ରାନ୍ସକୁ ଓ ଦକ୍ଷିଣ କୋରିଆ ୩-୨ ପେନାଲ୍ଟି ସୁଟଆଉଟ ଗୋଲ୍‌‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଖେଳାଯାଇଥିବା ପ୍ରଥମ ଦୁଇଟି ହାଇଭୋଲ୍ଟେଜ୍‌‌ କ୍ରସ୍‌‌ ଓଭର ମ୍ୟାଚ୍‌‌ ସଡନ୍‌‌ ଡେଥ୍‌‌ରେ ଶେଷ ହୋଇଥିଲା। ଏଥିରେ ସ୍ପେନ୍‌‌ ୪-୩ ଗୋଲରେ ମାଲେସିଆକୁ ଓ ନ୍ୟୁଜିଲାଣ୍ଡ ୫-୪ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପୂର୍ବରୁ ପୁଲ୍‌‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଅନ୍ୟପଟେ ପରାଜିତ ଦଳଗୁଡିକ ମଧ୍ୟରେ ପ୍ରଥମ କ୍ଲାସିଫିକେସନ ମୁକାବିଲା ଜାନୁଆରୀ ୨୪ରେ ଖେଳାଯିବ। ଏହି ଦିନ ୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ସହ ଜାପାନର ମୁକାବିଲା ହେବ। ପ୍ରଥମ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ସହ ମାଲେସିଆ, ତୃତୀୟ ମ୍ୟାଚ୍‌‌ରେ ଚିଲି ସହ ଆର୍ଜେଣ୍ଟିନା ଓ ଚତୁର୍ଥ ତଥା ଶେଷ ମ୍ୟାଚ୍‌‌ରେ ଫ୍ରାନ୍ସ ସହ ୱେଲ୍ସର ମୁକାବିଲା ହେବ। ଏ ସମସ୍ତ ମୁକାବିଲା ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର