ହକି ବିଶ୍ୱକପରେ ଆଜିଠୁ କ୍ରସ ଓଭର ମ୍ୟାଚ୍: ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ହାଇଭୋଲଟେଜ ମ୍ୟାଚ

The Sakala Picture
Published On

ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ବିଶ୍ୱକପ୍‌‌ର ପୁଲ ପର୍ଯ୍ୟାୟ ମ୍ୟାଚ୍‌‌ ଶେଷ ହୋଇଯାଇଛି। ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍ ସିର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଆଜି […]

ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ବିଶ୍ୱକପ୍‌‌ର ପୁଲ ପର୍ଯ୍ୟାୟ ମ୍ୟାଚ୍‌‌ ଶେଷ ହୋଇଯାଇଛି। ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍ ସିର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଗତ ବିଶ୍ୱକପରେ ଭାରତକ କ୍ୱାର୍ଟର ଫାଇନାଲରୁ ପରାଜିତ ହୋଇଥିଲା । ତେଣୁ ଏଥର ମ୍ୟାଚ ଜିତି କ୍ୱାର୍ଟରକୁ ଯିବାକୁ ଲକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ପୁଲ୍‌‌ର ନଂ-୧ ଟିମ୍‌‌ ଯଥା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ଲାଗି ଆଜିଠାରୁ କ୍ରସ୍‌‌ଓଭର ବା ଅନ୍ୟ ପକ୍ଷରେ କହିଲେ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ହେବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏହି କ୍ରସ୍‌‌ ଓଭରରେ ପ୍ରଥମ ମ୍ୟାଚ୍‌‌ ପୁଲ-ସି’ରେ ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନିତ ଦଳ ସ୍ପେନର ମୁକାବିଲା ହେବ। ଏହା ପରେ ପୁଲ-ଡି’ରେ ଦ୍ୱିତୀୟ ହୋଇଥିବା ଭାରତ ସହ ପୁଲ-ସି’ର ତୃତୀୟ ଦଳ ନ୍ୟୁଜିଲାଣ୍ଡ ଖେଳିବ। ଉଭୟ ମ୍ୟାଚ୍‌‌ କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବ। ଆୟୋଜକ ଭାବେ ଭାରତ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଏହି ମ୍ୟାଚ୍‌‌ର ଫଳାଫଳକୁ ନେଇ ଚାପରେ ରହିଛି। କାରଣ ଏହା ହେଉଛି ନକ୍‌‌ଆଉଟ ପର୍ଯ୍ୟାୟ। ଏବେଠାରୁ ମ୍ୟାଚ୍‌‌ରେ ପରାଜିତ ହେବା ଅର୍ଥ ବିଶ୍ୱକପ୍‌‌ରୁ ବିଦାୟ। ଦୀର୍ଘ ୪୮ ବର୍ଷ ପରେ ଭାରତ ପଦକ ଜିତିବାକୁ ଆଶା ରଖିଥିଲାବେଳେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମେ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଜରୁରୀ। ଭାରତ ଯଦି ଏହି ମ୍ୟାଚ୍‌‌ରେ ବିଜୟୀ ହୁଏ, ତେବେ ଜାନୁଆରୀ ୨୪ରେ ବେଲଜିୟମ୍‌‌ ସହ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏଣୁ ଏବେ ଠାରୁ ଭାରତ ପ୍ରତ୍ୟେକ ମ୍ୟାଚ୍‌‌କୁ ସେମିଫାଇନାଲ ଭାବେ ବିବେଚନା କରିବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର