ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପ୍ରିଲିମ୍‌‌: କଳା, ପିସିଏମ ଓ ସିବିଜେଡ୍‌‌ ପାଇଁ ହେବ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଏସଏସସି (ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି। ସେହିପରି ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ ଦେବାକୁ ଥିବାବେଳେ ସଂସ୍କୃତ, ହିନ୍ଦୀ, ଊର୍ଦ୍ଧୁ, ତେଲୁଗୁ […]

ଭୁବନେଶ୍ୱର: ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଏସଏସସି (ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି। ସେହିପରି ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ ଦେବାକୁ ଥିବାବେଳେ ସଂସ୍କୃତ, ହିନ୍ଦୀ, ଊର୍ଦ୍ଧୁ, ତେଲୁଗୁ ଏବଂ ପିଇଟି ଆଶାୟୀ ମେନ୍‌‌ ପରୀକ୍ଷା ଦେବେ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଓଏସଏସସି ପକ୍ଷରୁ ଚୁଡ଼ାନ୍ତ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ଏଥିରୁ ୫ ହଜାର ୪୮୪ ଜଣ ଆଶାୟୀଙ୍କ ଆବେଦନ ନାକଚ୍‌‌ କରାଯାଇଛି। ଅସମ୍ପୂର୍ଣ୍ଣ ତଥ୍ୟ ଓ ଆବେଦନ ପ୍ରକ୍ରିୟାରେ ଅନ୍ୟାନ୍ୟ ତ୍ରୁଟି ଥିବା ଆୟୋଗ ଦର୍ଶାଇଛି। ୭,୫୪୦ ପଦ ଲାଗି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବକୁ ଥିବାବେଳେ ସେଥି ମଧ୍ୟରୁ ଟିଜିଟି କଳା ବର୍ଗରେ ୧୯୭୦ ପଦ, ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍‌‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି। ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦରେ ଆଶାୟୀ ନିଯୁକ୍ତି ପାଇବେ। ପ୍ରିଲିମ୍‌‌ ପରୀକ୍ଷା ଶହେ ମାର୍କର ଅନୁଷ୍ଠିତ ହେବ। ଏଥିରେ ୩୦ ମାର୍କର ସାଧାରଣ ଜ୍ଞାନ, ୨୦ ମାର୍କର ବୀଜଗଣିତ, ୨୦ ମାର୍କର କମ୍ପ୍ୟୁଟର ଏବଂ ୧୦ ମାର୍କର କରେଣ୍ଟ ଆଫେୟାର୍ସ ସମ୍ପର୍କିତ ପ୍ରଶ୍ନପତ୍ର ଆସିବ। ତେବେ ପ୍ରକାଶିତ ସମୁଦାୟ ପଦର ୫ଗୁଣା ଆବେଦନକୁ ଭିତ୍ତିକରି ପ୍ରିଲିମ୍‌‌ ପରୀକ୍ଷାର ନିଷ୍ପତ୍ତି ନିଆଯାଇଛି। ଟିଜିଟି କଳା, ଟିଜିଟି ପିସିଏମ(ବିଜ୍ଞାନ) ଓ ଟିଜିଟି ସିବିଜେଡ୍‌‌ ଆଶାୟୀଙ୍କ ପ୍ରିଲିମ୍‌‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଅବଶିଷ୍ଟ ପଦଗୁଡ଼ିକ ପାଇଁ ପ୍ରଲିମ୍‌‌ ପରୀକ୍ଷା ହେବ ନାହିଁ। ଅବଶିଷ୍ଟ ଆଶାୟୀ କେବଳ ମେନ୍‌‌ ପରୀକ୍ଷା ଦେବେ। ମେନ୍‌‌ ପରୀକ୍ଷାରେ ଆଶାୟୀଙ୍କ ବିଷୟଭିତ୍ତିକ ପ୍ରଶ୍ନ ଆସିବାକୁ ଥିବାବେଳେ ଏହି ପରୀକ୍ଷା ୧୫୦ ମାର୍କ ସମ୍ବଳିତ ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର