ମୁଖ୍ଯ ଅଭିଯୁକ୍ତ ବିବନକୁ ଫାଶି ଦିଆଯାଉ- ଅଞ୍ଜନା

The Sakala Picture
Published On

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପୁଲିସ ହାତରେ ଧରାପଡିବା ପେର ପୀଡିତା ଅଞ୍ଜନା ମିଶ୍ରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେ ମୁଖ୍ଯ ଅଭିଯୁକ୍ତ ବିବନକୁ  ଫାଶି ଦିଆଯାଉ ବୋଲି କହିଛନ୍ତି। ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ବସ୍ତି ଲାଗୁଛି । ସିବିଆଇ ଚୁପ୍ ବସିଲା, ଧରିଲାନି ବୋଲି କହିବାସହ କମିଶନରେଟ ପୁଲିସ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ […]

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପୁଲିସ ହାତରେ ଧରାପଡିବା ପେର ପୀଡିତା ଅଞ୍ଜନା ମିଶ୍ରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେ ମୁଖ୍ଯ ଅଭିଯୁକ୍ତ ବିବନକୁ  ଫାଶି ଦିଆଯାଉ ବୋଲି କହିଛନ୍ତି। ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ବସ୍ତି ଲାଗୁଛି । ସିବିଆଇ ଚୁପ୍ ବସିଲା, ଧରିଲାନି ବୋଲି କହିବାସହ କମିଶନରେଟ ପୁଲିସ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ।  ଘଟଣା ପରେ ମୋତେ ମାରି ଦେବାକୁ ଚେଷ୍ଟା କରାଯାଇଥିଲା । ବହୁତ ଲମ୍ବା ସଂଘର୍ଷ ଥିଲା, ପ୍ରତି ଦିନ ମୁଁ ମରି ମରି ବଞ୍ଚିଛି। ଅନ୍ୟ ଗଣଦୁଷ୍କର୍ମ ପୀଡିତାଙ୍କୁ ଭାଙ୍ଗି ନ ପଡି ସଂଘର୍ଷ କରିବା ଦରକାର ବୋଲି ଅଞ୍ଜନା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ସୂଚନା ଅନୁଯାୟୀ, ଏହି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରୁଥିଲା । ୧୯୯୯ ଜାନୁଆରୀ ୯ରେ ବାରଙ୍ଗ ନିକଟରେ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା । ସେବେଠୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ପୂର୍ବରୁ ପଦିଆ ଓ ପୁନିଆଙ୍କୁ ଗିରଫ କରିଥିଲା ପୁଲିସ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

22 Feb 2021 By The Sakala

ମୁଖ୍ଯ ଅଭିଯୁକ୍ତ ବିବନକୁ ଫାଶି ଦିଆଯାଉ- ଅଞ୍ଜନା

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପୁଲିସ ହାତରେ ଧରାପଡିବା ପେର ପୀଡିତା ଅଞ୍ଜନା ମିଶ୍ରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ସେ ମୁଖ୍ଯ ଅଭିଯୁକ୍ତ ବିବନକୁ  ଫାଶି ଦିଆଯାଉ ବୋଲି କହିଛନ୍ତି। ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ବସ୍ତି ଲାଗୁଛି । ସିବିଆଇ ଚୁପ୍ ବସିଲା, ଧରିଲାନି ବୋଲି କହିବାସହ କମିଶନରେଟ ପୁଲିସ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ।  ଘଟଣା ପରେ ମୋତେ ମାରି ଦେବାକୁ ଚେଷ୍ଟା କରାଯାଇଥିଲା । ବହୁତ ଲମ୍ବା ସଂଘର୍ଷ ଥିଲା, ପ୍ରତି ଦିନ ମୁଁ ମରି ମରି ବଞ୍ଚିଛି। ଅନ୍ୟ ଗଣଦୁଷ୍କର୍ମ ପୀଡିତାଙ୍କୁ ଭାଙ୍ଗି ନ ପଡି ସଂଘର୍ଷ କରିବା ଦରକାର ବୋଲି ଅଞ୍ଜନା କହିଛନ୍ତି ।

ସୂଚନା ଅନୁଯାୟୀ, ଏହି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରୁଥିଲା । ୧୯୯୯ ଜାନୁଆରୀ ୯ରେ ବାରଙ୍ଗ ନିକଟରେ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା । ସେବେଠୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ପୂର୍ବରୁ ପଦିଆ ଓ ପୁନିଆଙ୍କୁ ଗିରଫ କରିଥିଲା ପୁଲିସ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର