୧୨ ତାରିଖରେ ହେବ ସିଟିଇଟି ଏବଂ ଓଏସଏସଟିଇଟି ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଦକ୍ଷତା ପରୀକ୍ଷା(ଓଏସଏସଟିଇଟି) ଏବଂ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(ସିଟିଇଟି) ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଥିବାରୁ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପିଲାଙ୍କ ଚିନ୍ତା ବଢ଼଼ିଛି। ୧୨ ତାରିଖରେ ଅନେକ ଛାତ୍ରଛାତ୍ରୀଙ୍କ ସିଟିଇଟି ଓ ଓଏସଏସଟିଇଟି ପରୀକ୍ଷା ରହିଥିବାବେଳେ ସେମାନେ କିପରି ପରୀକ୍ଷା ଦେବେ ତାହା ସେମାନଙ୍କ ଦ୍ୱନ୍ଦ୍ୱ ବଢ଼଼ାଇଛି। ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ […]

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୧୨ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଦକ୍ଷତା ପରୀକ୍ଷା(ଓଏସଏସଟିଇଟି) ଏବଂ କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(ସିଟିଇଟି) ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଥିବାରୁ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପିଲାଙ୍କ ଚିନ୍ତା ବଢ଼଼ିଛି। ୧୨ ତାରିଖରେ ଅନେକ ଛାତ୍ରଛାତ୍ରୀଙ୍କ ସିଟିଇଟି ଓ ଓଏସଏସଟିଇଟି ପରୀକ୍ଷା ରହିଥିବାବେଳେ ସେମାନେ କିପରି ପରୀକ୍ଷା ଦେବେ ତାହା ସେମାନଙ୍କ ଦ୍ୱନ୍ଦ୍ୱ ବଢ଼଼ାଇଛି। ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅନ୍ତତଃପକ୍ଷେ କୌଣସି ଗୋଟିଏ ପରୀକ୍ଷାକୁ ଘୁଞ୍ଚାଇବା ଲାଗି ଆଶାୟୀମାନେ ଦାବି କରିଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ନିକଟରେ ସେମାନଙ୍କ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି। ସୂଚନାଥାଉକି ସିଟିସଟି ପରୀକ୍ଷା ସିବିଏସଇ ବୋର୍ଡ଼ ପରିଚାଳନା କରୁଥିବାବେଳେ ଓଏସଏସଟିଇଟି ବିଏସଇ ବୋର୍ଡ଼ ପରିଚାଳନା କରୁଛି। ତେଣୁ ଯେକୌଣସି ଗୋଟିଏ ବୋର୍ଡ଼ ପରୀକ୍ଷା ତାରିଖ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ପୋଷଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର