ପନିପରିବା, ଆଳୁ, ପିଆଜ,ମସଲା ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ : ୪ ବର୍ଷରେ ୧୧୮୩ କୋଟି ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ବର : ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀାମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୨୨-୨୩ରୁ ୨୦୨୫-୨୬ ମୋଟ ୪ ବର୍ଷ ପାଇଁ ସରକାର ୧୧୪୨.୨୪ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି […]

ଭୁବନେଶ୍ବର : ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀାମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୨୨-୨୩ରୁ ୨୦୨୫-୨୬ ମୋଟ ୪ ବର୍ଷ ପାଇଁ ସରକାର ୧୧୪୨.୨୪ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥି ମଧ୍ୟରେ ରାଜ୍ୟରେ ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀାମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନା’ରେ ମହିଳା ଏସଏଚଜି, କୃଷକ ଉତ୍ପାଦନ ସଂଗଠନ ଓ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ମସିହା ପର୍ୟ୍ୟନ୍ତ ୩ବର୍ଷ ନିମନ୍ତେ ମୋଟ ୧୧୪୨.୨୪କୋଟି ଟଙ୍କା ବ୍ୟୟ କରିବେ । ଏହାଦ୍ୱାରା ରାଜ୍ୟରେ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ବର୍ଷିଆ ଓ ଗୋଟିଏ ୩ବର୍ଷିଆ ଯୋଜନାରେ ମୋଟ ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ରାଜ୍ୟରେ ଛତୁ ଚାଷକୁ ଦ୍ୱିଗୁଣିତ କରିବା ଏବଂ ବୋତାମ ଛତୁ ଓ ଝୁରା ଫୁଲ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଏହାକୁ କାର୍ଯ୍ୟନ୍ୱୟନ କରାଯିବାକୁ ଥିବାବେଳେ ଆଗାମୀ ୫ ବର୍ଷ (୨୦୨୨-୨୩ରୁ ୨୦୨୬-୨୭) ପାଇଁ ମୋଟ ୩୬୭.୧୯ କୋଟି ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁରୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସେହିପରି ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ମହାନଦୀ ଉପରେ ୨ଟି ବ୍ୟାରେଜକୁ ଅନୁମୋଦନ ମିଳିଥିବା ବେଳେ ଏଥିପାଇଁ ୩୪୪ କୋଟି ୬୭ଲକ୍ଷ ଟଙ୍କା ବ୍ୟୟ ହେବ । ଅନ୍ୟପକ୍ଷରେ ଜଳଜୀବନ ମିଶନ ଅଧିନରେ ଅନୁଗୋଳ ଜିଲ୍ଲା ପାଇଁ ୨ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଅନୁମୋନ ମିଳିଛି ଏବଂ ଏଥିପାଇଁ ୩୫୭ କୋଟି ୯୨ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟ ପ୍ରସ୍ତାବ ଗୃହୀତ ହୋଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟର ୧୭୯୨ ଅପହଞ୍ଚ ଗ୍ରାମରେ ୪ଜି ମୋବାଇଲ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସଏନଏଲକୁ ଆଗାମୀ ୩୦ ବର୍ଷ ପାଇଁ ୧୬୮୭ଟି ସ୍ଥାନରେ ୨୦୦୦ବର୍ଗ ଫୁଟ ମାପର ସରକାରୀ ଜମି ବିନା ପ୍ରିମିୟମ ଏବଂ ଆନୁଷ୍ଠାନିକ ଦେୟ ମୁକ୍ତ ବ୍ୟବହାର ପାଇଁ ଅନୁମତି ଦେଇଛି ରାଜ୍ୟ କ୍ୟାବିନେଟ୍‌ ।

ଏହା ବ୍ୟତୀତ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ ଦୁର୍ବିପାକ ବିରୋଧୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଅନୁରୂପ ଭାବରେ ଶଙ୍କର ନେତ୍ରାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରେ ପ୍ରସ୍ତାବିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ନିମନ୍ତେ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଉରକେଲା ଇସ୍ପାତ କାରଖାନା ସମେତ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଜଳ ବିଲ୍‌ ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ଟିକସ ସୁଧ ଛାଡ଼ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଅନୁରୂପ ଭାବରେ ଓଡ଼ିଶା ମେଡ଼ିକାଲ ସେବା ନିଯୁକ୍ତି ସର୍ତ୍ତାବଳୀ ଓ ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସାମାନ୍ୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି ।

27 Dec 2022 By The Sakala

ପନିପରିବା, ଆଳୁ, ପିଆଜ,ମସଲା ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ : ୪ ବର୍ଷରେ ୧୧୮୩ କୋଟି ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା

ଭୁବନେଶ୍ବର : ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀାମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୨୨-୨୩ରୁ ୨୦୨୫-୨୬ ମୋଟ ୪ ବର୍ଷ ପାଇଁ ସରକାର ୧୧୪୨.୨୪ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥି ମଧ୍ୟରେ ରାଜ୍ୟରେ ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀାମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନା’ରେ ମହିଳା ଏସଏଚଜି, କୃଷକ ଉତ୍ପାଦନ ସଂଗଠନ ଓ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ମସିହା ପର୍ୟ୍ୟନ୍ତ ୩ବର୍ଷ ନିମନ୍ତେ ମୋଟ ୧୧୪୨.୨୪କୋଟି ଟଙ୍କା ବ୍ୟୟ କରିବେ । ଏହାଦ୍ୱାରା ରାଜ୍ୟରେ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ବର୍ଷିଆ ଓ ଗୋଟିଏ ୩ବର୍ଷିଆ ଯୋଜନାରେ ମୋଟ ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

ରାଜ୍ୟରେ ଛତୁ ଚାଷକୁ ଦ୍ୱିଗୁଣିତ କରିବା ଏବଂ ବୋତାମ ଛତୁ ଓ ଝୁରା ଫୁଲ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଏହାକୁ କାର୍ଯ୍ୟନ୍ୱୟନ କରାଯିବାକୁ ଥିବାବେଳେ ଆଗାମୀ ୫ ବର୍ଷ (୨୦୨୨-୨୩ରୁ ୨୦୨୬-୨୭) ପାଇଁ ମୋଟ ୩୬୭.୧୯ କୋଟି ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁରୀ ଦେଇଛନ୍ତି ।

ସେହିପରି ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ମହାନଦୀ ଉପରେ ୨ଟି ବ୍ୟାରେଜକୁ ଅନୁମୋଦନ ମିଳିଥିବା ବେଳେ ଏଥିପାଇଁ ୩୪୪ କୋଟି ୬୭ଲକ୍ଷ ଟଙ୍କା ବ୍ୟୟ ହେବ । ଅନ୍ୟପକ୍ଷରେ ଜଳଜୀବନ ମିଶନ ଅଧିନରେ ଅନୁଗୋଳ ଜିଲ୍ଲା ପାଇଁ ୨ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଅନୁମୋନ ମିଳିଛି ଏବଂ ଏଥିପାଇଁ ୩୫୭ କୋଟି ୯୨ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟ ପ୍ରସ୍ତାବ ଗୃହୀତ ହୋଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟର ୧୭୯୨ ଅପହଞ୍ଚ ଗ୍ରାମରେ ୪ଜି ମୋବାଇଲ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସଏନଏଲକୁ ଆଗାମୀ ୩୦ ବର୍ଷ ପାଇଁ ୧୬୮୭ଟି ସ୍ଥାନରେ ୨୦୦୦ବର୍ଗ ଫୁଟ ମାପର ସରକାରୀ ଜମି ବିନା ପ୍ରିମିୟମ ଏବଂ ଆନୁଷ୍ଠାନିକ ଦେୟ ମୁକ୍ତ ବ୍ୟବହାର ପାଇଁ ଅନୁମତି ଦେଇଛି ରାଜ୍ୟ କ୍ୟାବିନେଟ୍‌ ।

ଏହା ବ୍ୟତୀତ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ ଦୁର୍ବିପାକ ବିରୋଧୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଅନୁରୂପ ଭାବରେ ଶଙ୍କର ନେତ୍ରାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରେ ପ୍ରସ୍ତାବିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ନିମନ୍ତେ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଉରକେଲା ଇସ୍ପାତ କାରଖାନା ସମେତ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଜଳ ବିଲ୍‌ ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ଟିକସ ସୁଧ ଛାଡ଼ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଅନୁରୂପ ଭାବରେ ଓଡ଼ିଶା ମେଡ଼ିକାଲ ସେବା ନିଯୁକ୍ତି ସର୍ତ୍ତାବଳୀ ଓ ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସାମାନ୍ୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି ।

https://www.thesakala.in/latest-odisha-news/odisha-will-be-self-sufficient-in-the-production-of-vegetables-potato-onions-and-spices/article-17697
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର