ଆସନ୍ତା ୨୫ରୁ ବନ୍ଦ ହେବ ଭୁବନେଶ୍ବରର ଏମ୍ସ ଓପିଡ଼ି

The Sakala Picture
Published On

ଭୁବନେଶ୍ୱର: ବର୍ଦ୍ଧିତ କରୋନା ସଂକ୍ରମଣ ମାମଲାକୁ ଦେଖି ଭୁବନେଶ୍ୱର ଏମ୍ସ ବର୍ହି ବିଭାଗ (OPD) ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୨୫ ତାରିଖରୁ ଏମ୍ସ ବର୍ହି ବିଭାଗ ସାମିୟକ ଭାବେ ବନ୍ଦ ରହିବ।ଏମ୍ସର ଏକାଧିକ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଏହି ସମୟରେ ଡେ କେୟାର ସର୍ଭିସ୍, ରେଡିଓଥେରାପି, ଡାଏଲେସିସ୍, ଟ୍ରମା ଆଣ୍ଡ ଏମରଜେନ୍ସି,, ଏମରଜେନ୍ସି ଆଣ୍ଡ ଲାଇଫ୍-ସେଭିଂ ସର୍ଜରୀ, ଟେଲିମେଡିସିନ୍ ଆଣ୍ଡ ଟେଲିକନସଲଟେସନ୍, ଆଇପିଡି […]

ଭୁବନେଶ୍ୱର: ବର୍ଦ୍ଧିତ କରୋନା ସଂକ୍ରମଣ ମାମଲାକୁ ଦେଖି ଭୁବନେଶ୍ୱର ଏମ୍ସ ବର୍ହି ବିଭାଗ (OPD) ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୨୫ ତାରିଖରୁ ଏମ୍ସ ବର୍ହି ବିଭାଗ ସାମିୟକ ଭାବେ ବନ୍ଦ ରହିବ।ଏମ୍ସର ଏକାଧିକ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଏହି ସମୟରେ ଡେ କେୟାର ସର୍ଭିସ୍, ରେଡିଓଥେରାପି, ଡାଏଲେସିସ୍, ଟ୍ରମା ଆଣ୍ଡ ଏମରଜେନ୍ସି,, ଏମରଜେନ୍ସି ଆଣ୍ଡ ଲାଇଫ୍-ସେଭିଂ ସର୍ଜରୀ, ଟେଲିମେଡିସିନ୍ ଆଣ୍ଡ ଟେଲିକନସଲଟେସନ୍, ଆଇପିଡି ସେବା, ପଲମୋନାରୀ, ଆନେସ୍ଥେସିଓଲୋଜି ସେବା ଜାରି ରହିବ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଏଥିସହ ବୁଧବାର ଓ ଶୁକ୍ରବାର ବୟସ୍କଙ୍କୁ ଟିକାକରଣ ଏବଂ ଗୁରୁବାର ୟେଲୋ ଫିଭର (ପୀତ ଜ୍ୱର) କ୍ଲିନିକ୍ ଖୋଲା ରହିବ । ଏପ୍ରିଲ୍ ୨୫ ପୂର୍ବରୁ ଅନଲାଇନରେ ଟିକେଟ୍ କରିଥିବା ବ୍ୟକ୍ତି ମେସେଜ୍ ଦେଖାଇ ଚିକିତ୍ସା କରାଇ ପାରିବେ । ବର୍ହି ବିଭାଗ ବନ୍ଦର ପରେ ଟେଲି ମେଡିସିନ୍ ସେବା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏ ସୋମବାରରୁ ଶୁକ୍ରବାର ଏବଂ ଶନିବାର ଦିନ ସକାଳ ୯ରୁ ଦିନ ଗୋଟାଏ ଯାଏ ମିଳିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପୂର୍ବ ଭଳି ଜାରି ରହିବ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର