ବିଜେପି କର୍ମୀଙ୍କ ଖୋଲା ଦାଦାଗିରି ‘ଆଚରଣବିଧି ଭାଙ୍ଗି’ ପ୍ରଚାର କରୁଥିଲେ, ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ କଲେ ମରଣାନ୍ତକ ଆକ୍ରମଣ

The Sakala Picture
Published On

ପଦ୍ମପୁର : ପଦ୍ମପୁରରେ ପୁଣି ବିଜେପିର ଗୁଣ୍ଡାଗିରୀ। ନିର୍ବାଚନ ଆଚରଣ ବିଧିର ଉଲଂଘନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ସମର୍ଥକ ମାନଙ୍କ ସହ ବରିହାପାଲି ଠାରେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ୱାଦିକ ଓ କ୍ୟାମେରାମେନଙ୍କୁ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ପାଇକମାଲ ଠାରେ ମଧ୍ୟ ନନ୍ଦିଘୋଷ ଟିମ ଉପରେ ଆକ୍ରମଣ ହୋଇଥିଲା। ତେବେ ଆକ୍ରୋଶମୂଳକ ଭାବେ ବିଜେପି ନେତା ଓ ସମର୍ଥକ ମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ କରୁଥିବା ବେଳେ ବିଜେପିର […]

ପଦ୍ମପୁର : ପଦ୍ମପୁରରେ ପୁଣି ବିଜେପିର ଗୁଣ୍ଡାଗିରୀ। ନିର୍ବାଚନ ଆଚରଣ ବିଧିର ଉଲଂଘନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ସମର୍ଥକ ମାନଙ୍କ ସହ ବରିହାପାଲି ଠାରେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ୱାଦିକ ଓ କ୍ୟାମେରାମେନଙ୍କୁ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ପାଇକମାଲ ଠାରେ ମଧ୍ୟ ନନ୍ଦିଘୋଷ ଟିମ ଉପରେ ଆକ୍ରମଣ ହୋଇଥିଲା। ତେବେ ଆକ୍ରୋଶମୂଳକ ଭାବେ ବିଜେପି ନେତା ଓ ସମର୍ଥକ ମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ କରୁଥିବା ବେଳେ ବିଜେପିର ଅସଲି ଗୁଣ୍ଡାଗିରୀ ଚେହେରା ଏବେ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

“ ନିର୍ବାଚନୀ ଆଦର୍ଶ ଆଚରଣ ବିଧିକୁ ବିଜେପିର ଖୋଲା ଉଲଂଘନ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ଉପନିର୍ବାଚନ ପ୍ରଚାରର ଶେଷ ଦିନ ରହିଥିଲା। ପଦ୍ମପୁର ଏକ ମାଓ ଅଞ୍ଚଳ ହୋଇଥିବାରୁ ନିର୍ବାଚନୀ ପ୍ରଚାର ଶେଷ କରିବାର ସମୟ ଛଅ ଘଣ୍ଟା ବଦଳରେ ପାଞ୍ଚ ଘଣ୍ଟା କରାଯାଇଥିଲା। ଫଳରେ ସଂଧ୍ୟା ପାଞ୍ଚ ଟା ଭିତରେ ବାହାର ଜିଲ୍ଲାରୁ ଆସିଥିବା ନେତା, ମନ୍ତ୍ରୀ ମାନେ ପ୍ରଚାର ଛାଡି ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହା ସହିତ ପାଞ୍ଚ ଟାରେ ସମସ୍ତ ପ୍ରକାର ପ୍ରଚାର ବନ୍ଦ କରିବା କଥା। କିନ୍ତୁ ଏହାକୁ ବେଖାତିର କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁର ବ୍ଲକ ବରିହାପାଲି ଗାଁରେ ନିଜ ସମର୍ଥକ ମାନଙ୍କ ସହ ପ୍ରଚାର କରୁଥିବା ସୂଚନା ମିଲିଥିଲା। ସୂଚନା ପାଇବା ପରେ ଏହିଭଳି ଏକ ଆଚରଣ ବିଧି ଉଲଂଘନକୁ ଖବର କରିବାକୁ ନନ୍ଦିଘୋଷର ଟିମ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏନେଇ ନନ୍ଦିଘୋଷର ବରିଷ୍ଠ ପ୍ରତିନିଧି ରାଜକିଶୋର ବେହେରା ପ୍ରଦୀପଙ୍କୁ ପ୍ରଶ୍ନ ପଚାରିଥିଲେ। ଆଚରଣ ବିଧି ଉଲଂଘନ ବିଷୟରେ ପ୍ରଶ୍ନ ପଚାରିବା ପରେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିରକ୍ତି ହୋଇ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଏହି ଭିତରେ ଉଭୟ ରିପୋର୍ଟର ଓ କ୍ୟାମେରାମେନଙ୍କୁ ବିଜେପି ସମର୍ଥକ ମାନେ ଘେରି ଯାଇ ଆକ୍ରମଣ କରିବା ସହିତ କ୍ୟାମେରାକୁ ଭାଙ୍ଗିଦେଇଥିବା ଜଣାପଡିଛି। ଏହି ଘଟଣାକୁ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ତେବେ ସୂଚନା ଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହଁ। ଗତ ଦୁଇ ଦିନ ତଲେ ନନ୍ଦିଘୋଷର ବ୍ରହ୍ମପୁରର ପ୍ରତିନିଧି ଦେବହରି ବେହେରାଙ୍କୁ ମଧ୍ୟ ଥାନାରେ ଆକ୍ରମଣ କରାଯାଇଥିଲା। ତାହା ପୁଣି ପୁଲିସ ଅଧିକାରୀଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲା। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନାହିଁ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ପୁଲିସ ବିଜେପି ଦଳର ନେତା ମାନଙ୍କୁ ନୀରବ ସମର୍ଥନ ଜଣାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବରିହାପାଲି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଟିମ ପହଞ୍ଚି ଆହତ ସାମ୍ୱାଦିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଏସପି ଓ ଜିଲ୍ଲାପାଳ ମଧ୍ୟ ଏହି ଘଟଣା ଉପରେ ନଜର ରଖିଥିବା ସୂଚନା ମିିଳିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

03 Dec 2022 By The Sakala

ବିଜେପି କର୍ମୀଙ୍କ ଖୋଲା ଦାଦାଗିରି ‘ଆଚରଣବିଧି ଭାଙ୍ଗି’ ପ୍ରଚାର କରୁଥିଲେ, ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ କଲେ ମରଣାନ୍ତକ ଆକ୍ରମଣ

ପଦ୍ମପୁର : ପଦ୍ମପୁରରେ ପୁଣି ବିଜେପିର ଗୁଣ୍ଡାଗିରୀ। ନିର୍ବାଚନ ଆଚରଣ ବିଧିର ଉଲଂଘନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ସମର୍ଥକ ମାନଙ୍କ ସହ ବରିହାପାଲି ଠାରେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ୱାଦିକ ଓ କ୍ୟାମେରାମେନଙ୍କୁ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ପାଇକମାଲ ଠାରେ ମଧ୍ୟ ନନ୍ଦିଘୋଷ ଟିମ ଉପରେ ଆକ୍ରମଣ ହୋଇଥିଲା। ତେବେ ଆକ୍ରୋଶମୂଳକ ଭାବେ ବିଜେପି ନେତା ଓ ସମର୍ଥକ ମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ କରୁଥିବା ବେଳେ ବିଜେପିର ଅସଲି ଗୁଣ୍ଡାଗିରୀ ଚେହେରା ଏବେ ସାମ୍ନାକୁ ଆସିଛି।

“ ନିର୍ବାଚନୀ ଆଦର୍ଶ ଆଚରଣ ବିଧିକୁ ବିଜେପିର ଖୋଲା ଉଲଂଘନ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ଉପନିର୍ବାଚନ ପ୍ରଚାରର ଶେଷ ଦିନ ରହିଥିଲା। ପଦ୍ମପୁର ଏକ ମାଓ ଅଞ୍ଚଳ ହୋଇଥିବାରୁ ନିର୍ବାଚନୀ ପ୍ରଚାର ଶେଷ କରିବାର ସମୟ ଛଅ ଘଣ୍ଟା ବଦଳରେ ପାଞ୍ଚ ଘଣ୍ଟା କରାଯାଇଥିଲା। ଫଳରେ ସଂଧ୍ୟା ପାଞ୍ଚ ଟା ଭିତରେ ବାହାର ଜିଲ୍ଲାରୁ ଆସିଥିବା ନେତା, ମନ୍ତ୍ରୀ ମାନେ ପ୍ରଚାର ଛାଡି ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହା ସହିତ ପାଞ୍ଚ ଟାରେ ସମସ୍ତ ପ୍ରକାର ପ୍ରଚାର ବନ୍ଦ କରିବା କଥା। କିନ୍ତୁ ଏହାକୁ ବେଖାତିର କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁର ବ୍ଲକ ବରିହାପାଲି ଗାଁରେ ନିଜ ସମର୍ଥକ ମାନଙ୍କ ସହ ପ୍ରଚାର କରୁଥିବା ସୂଚନା ମିଲିଥିଲା। ସୂଚନା ପାଇବା ପରେ ଏହିଭଳି ଏକ ଆଚରଣ ବିଧି ଉଲଂଘନକୁ ଖବର କରିବାକୁ ନନ୍ଦିଘୋଷର ଟିମ ପହଞ୍ଚିଥିଲେ।

ଏନେଇ ନନ୍ଦିଘୋଷର ବରିଷ୍ଠ ପ୍ରତିନିଧି ରାଜକିଶୋର ବେହେରା ପ୍ରଦୀପଙ୍କୁ ପ୍ରଶ୍ନ ପଚାରିଥିଲେ। ଆଚରଣ ବିଧି ଉଲଂଘନ ବିଷୟରେ ପ୍ରଶ୍ନ ପଚାରିବା ପରେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିରକ୍ତି ହୋଇ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଏହି ଭିତରେ ଉଭୟ ରିପୋର୍ଟର ଓ କ୍ୟାମେରାମେନଙ୍କୁ ବିଜେପି ସମର୍ଥକ ମାନେ ଘେରି ଯାଇ ଆକ୍ରମଣ କରିବା ସହିତ କ୍ୟାମେରାକୁ ଭାଙ୍ଗିଦେଇଥିବା ଜଣାପଡିଛି। ଏହି ଘଟଣାକୁ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ତେବେ ସୂଚନା ଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହଁ। ଗତ ଦୁଇ ଦିନ ତଲେ ନନ୍ଦିଘୋଷର ବ୍ରହ୍ମପୁରର ପ୍ରତିନିଧି ଦେବହରି ବେହେରାଙ୍କୁ ମଧ୍ୟ ଥାନାରେ ଆକ୍ରମଣ କରାଯାଇଥିଲା। ତାହା ପୁଣି ପୁଲିସ ଅଧିକାରୀଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲା। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନାହିଁ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ପୁଲିସ ବିଜେପି ଦଳର ନେତା ମାନଙ୍କୁ ନୀରବ ସମର୍ଥନ ଜଣାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବରିହାପାଲି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଟିମ ପହଞ୍ଚି ଆହତ ସାମ୍ୱାଦିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଏସପି ଓ ଜିଲ୍ଲାପାଳ ମଧ୍ୟ ଏହି ଘଟଣା ଉପରେ ନଜର ରଖିଥିବା ସୂଚନା ମିିଳିଛି।

https://www.thesakala.in/latest-odisha-news/nandighosh-tv-representative-fatally-attacked-by-bjp-workers-in-padampur/article-17049
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର