ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛକୁ ପିଟିଲା ମାଛ ବୋଝେଇ ପିକଅପ୍ ଭ୍ୟାନ; ଜଣେ ମୃତ, ଦୁଇ ଗୁରୁତର

The Sakala Picture
Published On

ଜଳେଶ୍ୱର: ଜଳେଶ୍ଵର ଥାନା ବାଣିଦା ଛକଠାରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାହାବଳପୁରରୁ ଦୀଘା ଅଭିମୁଖେ ଯାଉଥିବା ମାଛ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ରାତି ପ୍ରାୟ ୧୧.୪୫ ମିନିଟ ସମୟରେ ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥର ବାଣିଦା ନିକଟରେ ମାଛ ବୋଝେଇ ପିକଅପ୍ […]

ଜଳେଶ୍ୱର: ଜଳେଶ୍ଵର ଥାନା ବାଣିଦା ଛକଠାରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାହାବଳପୁରରୁ ଦୀଘା ଅଭିମୁଖେ ଯାଉଥିବା ମାଛ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ସୂଚନା ଅନୁସାରେ ରାତି ପ୍ରାୟ ୧୧.୪୫ ମିନିଟ ସମୟରେ ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥର ବାଣିଦା ନିକଟରେ ମାଛ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଖରେ ଥିବା ନୟନଜୋଡି କଡର ଏକ ଗଛକୁ ବାଡ଼େଇ ଥିଲା। ତେବେ ଗାଡ଼ିଟିର ଗତି ପ୍ରଖର ଥିବାରୁ ଗଛଟି ଗାଡ଼ି ଭିତରେ ପଶିଯାଇଥିଲା। ଖବର ପାଇ ଜଳେଶ୍ଵର ପୋଲିସ ଏବଂ ଦମକଳବାହିନୀ, ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସହ ତିନି ଜଣ ଲୋକଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟର ହସ୍ପିଟାଲରେ ଭର୍ତି କରିଥିଲା । ମେଡିକାଲରେ ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ। ମୃତକ ଜଣକ ହେଲେ କସାଫଳ ଧୂବଲାଗଡି ଗ୍ରାମର ନିତାଇ ଚରଣ ଜେନାଙ୍କ ୩୨ ବର୍ଷର ପୁତ୍ର ସୁନୀଲ ଜେନା ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହେଲେ ଧୂବଲାଗଡି ଗ୍ରାମର ଅବନ୍ତି ଦାସଙ୍କ ୩୫ ବର୍ଷର ପୁତ୍ର କମଳ ଦାସ ଏବଂ ବାଲିଆପାଳ ଅଞ୍ଚଳର ହରିଶ୍ଚନ୍ଦ୍ର ହାଜିରା (୨୧ ବର୍ଷ) ହୋଇଥିବା ବେଳେ ଦୁଇ ଗୁରୁତରଙ୍କୁ ବାଲେଶ୍ଵର ପରେ କଟକ ମେଡିକାଲକୁ ପଠାଯାଇଥିବା ଜଣାପଡିଛି।ପୋଲିସ ମୃତ ସୁନୀଲର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

03 Dec 2022 By The Sakala

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛକୁ ପିଟିଲା ମାଛ ବୋଝେଇ ପିକଅପ୍ ଭ୍ୟାନ; ଜଣେ ମୃତ, ଦୁଇ ଗୁରୁତର

ଜଳେଶ୍ୱର: ଜଳେଶ୍ଵର ଥାନା ବାଣିଦା ଛକଠାରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାହାବଳପୁରରୁ ଦୀଘା ଅଭିମୁଖେ ଯାଉଥିବା ମାଛ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ ରାତି ପ୍ରାୟ ୧୧.୪୫ ମିନିଟ ସମୟରେ ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥର ବାଣିଦା ନିକଟରେ ମାଛ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଖରେ ଥିବା ନୟନଜୋଡି କଡର ଏକ ଗଛକୁ ବାଡ଼େଇ ଥିଲା। ତେବେ ଗାଡ଼ିଟିର ଗତି ପ୍ରଖର ଥିବାରୁ ଗଛଟି ଗାଡ଼ି ଭିତରେ ପଶିଯାଇଥିଲା। ଖବର ପାଇ ଜଳେଶ୍ଵର ପୋଲିସ ଏବଂ ଦମକଳବାହିନୀ, ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସହ ତିନି ଜଣ ଲୋକଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟର ହସ୍ପିଟାଲରେ ଭର୍ତି କରିଥିଲା । ମେଡିକାଲରେ ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ। ମୃତକ ଜଣକ ହେଲେ କସାଫଳ ଧୂବଲାଗଡି ଗ୍ରାମର ନିତାଇ ଚରଣ ଜେନାଙ୍କ ୩୨ ବର୍ଷର ପୁତ୍ର ସୁନୀଲ ଜେନା ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହେଲେ ଧୂବଲାଗଡି ଗ୍ରାମର ଅବନ୍ତି ଦାସଙ୍କ ୩୫ ବର୍ଷର ପୁତ୍ର କମଳ ଦାସ ଏବଂ ବାଲିଆପାଳ ଅଞ୍ଚଳର ହରିଶ୍ଚନ୍ଦ୍ର ହାଜିରା (୨୧ ବର୍ଷ) ହୋଇଥିବା ବେଳେ ଦୁଇ ଗୁରୁତରଙ୍କୁ ବାଲେଶ୍ଵର ପରେ କଟକ ମେଡିକାଲକୁ ପଠାଯାଇଥିବା ଜଣାପଡିଛି।ପୋଲିସ ମୃତ ସୁନୀଲର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର