ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, ସିଇଓଙ୍କୁ ଭେଟିଲେ ନନ୍ଦିଘୋଷ ଟିଭିର ଇନପୁଟ ଓ ଆଉଟପୁଟ ଏଡିଟର

The Sakala Picture
Published On

ପଦମପୁର: ପଦମପୁରରେ ଖବର ସଂଗ୍ରହବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକକୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନନ୍ଦିଘୋଷ ଟିଭିର ଇନପୁଟ ଏଡିଟର ଅଜିତ ଦାସ ଏବଂ ଆଉଟପୁଟ ଏଡିଟର ରଙ୍ଗାଧର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଭେଟିଛନ୍ତି। କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଖବର ସଂଗ୍ରହରେ ବାଧକ ସାଜିବା ସହ ନିର୍ଦ୍ଧିଷ୍ଠ ଦଳର କର୍ମୀ ମାଡ ମାରିବା ଧ୍ରଷ୍ଟବ୍ୟ ଅପରାଧ । ଅପରାଧିଙ୍କ ବିରୋଧରେ ବିହିତ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି । ଆଗରୁ ସରକାରୀ କର୍ମଚାରୀଙ୍କୁ […]

ପଦମପୁର: ପଦମପୁରରେ ଖବର ସଂଗ୍ରହବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକକୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନନ୍ଦିଘୋଷ ଟିଭିର ଇନପୁଟ ଏଡିଟର ଅଜିତ ଦାସ ଏବଂ ଆଉଟପୁଟ ଏଡିଟର ରଙ୍ଗାଧର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଭେଟିଛନ୍ତି। କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଖବର ସଂଗ୍ରହରେ ବାଧକ ସାଜିବା ସହ ନିର୍ଦ୍ଧିଷ୍ଠ ଦଳର କର୍ମୀ ମାଡ ମାରିବା ଧ୍ରଷ୍ଟବ୍ୟ ଅପରାଧ । ଅପରାଧିଙ୍କ ବିରୋଧରେ ବିହିତ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଆଗରୁ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିଲେ ଏବେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଳିଗୁଲଜ କଲେ, ହାତରୁ ବୁମ୍ ଛଡ଼ାଇ ନେଇ ଲାତ ଗୋଇଠା ମାରିଲେ। ଏ ଘଟଣା ହେଉଛି ଗତକାଲି ପାଇକମାଳ ଥାନା ପରିସରର। ପୋଲିସ ଉପସ୍ଥିତିରେ ଖୋଲାଖୋଲି ଚାଲିଛି ବିଜେପିର ଗୁଣ୍ଡାରାଜ୍। ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିଲେ ନନ୍ଦିଘୋଷ ଟିଭିର ରିପୋର୍ଟର ଦେବହରି ବେହେରା ଓ ତାଙ୍କ ସହଯୋଗୀ କ୍ୟାମେରାମ୍ୟାନ ସୁବୋଧ ପରିଚ୍ଛା।ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ୍ ଦେଉଛନ୍ତି ବିଜେପି ଗୁଣ୍ଡା। ଦେବହରିଙ୍କ ହାତରୁ ବୁମ ଛଡାଇ ନେବା ସହ ଆଇଆଇସିଙ୍କ ଉପସ୍ଥିତିରେ ଲାତ ଗୋଇଠା ମାରୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଶୃଙ୍ଖଳା ଦୃଷ୍ଟିରୁ ଆମେ ଆକ୍ରମଣ ବେଳର ଦୃଶ୍ୟକୁ କଏଦ କରି ନଥିଲୁ । ହେଲେ ପୂରା ଘଟଣାର ଭିଡିଓ ଥାନା ପରିସରରେ ଥିବା ସିସିଟିଭିରେ କଏଦ ହୋଇଛି। ସେହି ଭିଡିଓ ସାମ୍ନାକୁ ଆସିଲେ ସାଧାରଣ ଜନତା ଜାଣିପାରିବେ ବିଜେପିର ଅସଲ ଚରିତ୍ର। ପୋଲିସ ସାମନାରେ ଆଇନକୁ ହାତକୁ ନେଉଛନ୍ତି ବିଜେପି କର୍ମୀ। ନା ଆଇନକୁ ଡର ନା କାର୍ୟ୍ୟାନୁଷ୍ଠାନର ଭୟ। ବିଜେପି କର୍ମୀଙ୍କ ଆକ୍ରମଣରେ ଆହତ ରିପୋର୍ଟର ଦେବହରି ବେହେରା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେବହରିଙ୍କର ପାଇକମାଳ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର