ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଂକକ୍‍କୁ ଉଡ଼ିବ ବିମାନ; ନିଜ ଆଡୁ ଉଦ୍ୟମ ଆରମ୍ଭ କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର: କୋଭିଡ୍‍ ମହାମାରୀ ପ୍ରକୋପ ହ୍ରାସ ପାଇବା ପରେ ଦେଶର ବିଭିନ୍ନ ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି; କିନ୍ତୁ ଭୁବନେଶ୍ୱରରୁ ନୂଆ ସ୍ଥାନକୁ ଉଡ଼ାଣ ଆରମ୍ଭ ହେବା ଦୂରର କଥା ଏ ପର୍ଯ୍ୟନ୍ତ ପୁରୁଣା ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କଥା ବିଚାରକୁ ନିଆଯାଇ ନାହିଁଁ। ଏପରି ଅବସ୍ଥାରେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ନିଜ ତରଫରୁ ଉଦ୍ୟମ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ […]

ଭୁବନେଶ୍ୱର: କୋଭିଡ୍‍ ମହାମାରୀ ପ୍ରକୋପ ହ୍ରାସ ପାଇବା ପରେ ଦେଶର ବିଭିନ୍ନ ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି; କିନ୍ତୁ ଭୁବନେଶ୍ୱରରୁ ନୂଆ ସ୍ଥାନକୁ ଉଡ଼ାଣ ଆରମ୍ଭ ହେବା ଦୂରର କଥା ଏ ପର୍ଯ୍ୟନ୍ତ ପୁରୁଣା ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କଥା ବିଚାରକୁ ନିଆଯାଇ ନାହିଁଁ। ଏପରି ଅବସ୍ଥାରେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ନିଜ ତରଫରୁ ଉଦ୍ୟମ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ପାଇଁ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଧିକୃତ ବିମାନ ଚଳାଚଳ କମ୍ପାନୀ ଠାରୁ ଟେଣ୍ଡର ଆହ୍ୱାନ କରାଯାଇ ଥିବା ବେଳେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ରାଜ୍ୟ ସରକାର କହିଛନ୍ତି ଯେ ଶିକ୍ଷା, ଶିଳ୍ପ, ଆଇଟି, କ୍ରୀଡ଼ା, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଓଡ଼ିଶା ଇତିମଧ୍ୟରେ ଅନେକ ସଫଳତା ପାଇଛି। ଓଡ଼ିଶାର ବହୁ ଲୋକ ବିଦେଶରେ ରହିଥିବା ବେଳେ ବିଦେଶାଗତ ଲୋକଙ୍କ ସଂଖ୍ୟା କିଛି କମ୍‍ ନାହିଁ। ଗମନାଗମନକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। ଏପରିସ୍ଥଳେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ ଉଡ଼ାଣର ଆବଶ୍ୟକତା ରହିଛି। ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିମାନ ଇନ୍ଧନ ଉପରୁ ମୂଲ୍ୟ ଯୁକ୍ତ ଟିକସ ସମ୍ପୂର୍ଣ୍ଣ ଛାଡ଼ କରିଥିବା ବେଳେ ଭାୟାବଲ୍‍ ଗ୍ୟାପ୍‍ ଫଣ୍ଡିଂ ମଧ୍ୟ ପ୍ରଦାନ କରୁଛନ୍ତି; ତେଣୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। ଇଛୁକ କମ୍ପାନୀ ଏଥିପାଇଁ ୭୦ କିମ୍ବା ତଦୁର୍ଦ୍ଧ ସିଟ୍‍ ବିଶିଷ୍ଟ ବିମାନ ବ୍ୟବହାର କରିବେ। ବିମାନ କମ୍ପାନୀ ରବିବାର ସହିତ ସପ୍ତାହରେ ଅନ୍ତତଃ ତିନିଦିନ ଭୁବନେଶ୍ୱରରୁ ବିଦେଶକୁ ଉଡ଼ାଣ କରିବା ଆବଶ୍ୟକ। ଟେଣ୍ଡର ଦାଖଲ ପାଇଁ ସମୟସୀମା ଚଳିତ ମାସ ୨୮ ତାରିଖ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନାଯୋଗ୍ୟ ଯେ କୋଭିଡ୍‍ ପରଠାରୁ ଭୁବନେଶ୍ୱର ଓ ମାଲେସିଆୟା ମଧ୍ୟରେ ଉଡ଼ାଣ କରୁଥିବା ଏୟାର ଏସିଆ କମ୍ପାନୀ ବନ୍ଦ ରଖିଛି। କୋଭିଡ୍‍ କଟକଣା ହଟିବା ପରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ବିମାନ ସେବା ଆରମ୍ଭ ହୋଇପାରି ନାହିଁ। ସେହିପରି ଦୁବାଇ ଓ ବ୍ୟାଙ୍ଗକକ୍‍କୁ ଉଡ଼ାଣ ଆରମ୍ଭ କେବଳ ପ୍ରସ୍ତାବରେ ଅଟକିଛି। ସେହିପରି କତାର, ଅବୁଧାବିକୁ ବିମାନ ଉଡ଼ାଣ ପ୍ରସ୍ତାବ ରହିଥିଲେ ସୁଦ୍ଧା ଏ ନେଇ କୌଣସି ଅଗ୍ରଗତି ହୋଇ ନାହିଁ। ଏପରିସ୍ଥଳେ ରାଜ୍ୟ ସରକାର ନିଜ ଆଡ଼ୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

22 Nov 2022 By The Sakala

ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଂକକ୍‍କୁ ଉଡ଼ିବ ବିମାନ; ନିଜ ଆଡୁ ଉଦ୍ୟମ ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ୍‍ ମହାମାରୀ ପ୍ରକୋପ ହ୍ରାସ ପାଇବା ପରେ ଦେଶର ବିଭିନ୍ନ ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି; କିନ୍ତୁ ଭୁବନେଶ୍ୱରରୁ ନୂଆ ସ୍ଥାନକୁ ଉଡ଼ାଣ ଆରମ୍ଭ ହେବା ଦୂରର କଥା ଏ ପର୍ଯ୍ୟନ୍ତ ପୁରୁଣା ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କଥା ବିଚାରକୁ ନିଆଯାଇ ନାହିଁଁ। ଏପରି ଅବସ୍ଥାରେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ନିଜ ତରଫରୁ ଉଦ୍ୟମ ଆରମ୍ଭ କରିଛନ୍ତି। ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ପାଇଁ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଧିକୃତ ବିମାନ ଚଳାଚଳ କମ୍ପାନୀ ଠାରୁ ଟେଣ୍ଡର ଆହ୍ୱାନ କରାଯାଇ ଥିବା ବେଳେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି।

ରାଜ୍ୟ ସରକାର କହିଛନ୍ତି ଯେ ଶିକ୍ଷା, ଶିଳ୍ପ, ଆଇଟି, କ୍ରୀଡ଼ା, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଓଡ଼ିଶା ଇତିମଧ୍ୟରେ ଅନେକ ସଫଳତା ପାଇଛି। ଓଡ଼ିଶାର ବହୁ ଲୋକ ବିଦେଶରେ ରହିଥିବା ବେଳେ ବିଦେଶାଗତ ଲୋକଙ୍କ ସଂଖ୍ୟା କିଛି କମ୍‍ ନାହିଁ। ଗମନାଗମନକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। ଏପରିସ୍ଥଳେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ ଉଡ଼ାଣର ଆବଶ୍ୟକତା ରହିଛି। ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିମାନ ଇନ୍ଧନ ଉପରୁ ମୂଲ୍ୟ ଯୁକ୍ତ ଟିକସ ସମ୍ପୂର୍ଣ୍ଣ ଛାଡ଼ କରିଥିବା ବେଳେ ଭାୟାବଲ୍‍ ଗ୍ୟାପ୍‍ ଫଣ୍ଡିଂ ମଧ୍ୟ ପ୍ରଦାନ କରୁଛନ୍ତି; ତେଣୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଛି। ଇଛୁକ କମ୍ପାନୀ ଏଥିପାଇଁ ୭୦ କିମ୍ବା ତଦୁର୍ଦ୍ଧ ସିଟ୍‍ ବିଶିଷ୍ଟ ବିମାନ ବ୍ୟବହାର କରିବେ। ବିମାନ କମ୍ପାନୀ ରବିବାର ସହିତ ସପ୍ତାହରେ ଅନ୍ତତଃ ତିନିଦିନ ଭୁବନେଶ୍ୱରରୁ ବିଦେଶକୁ ଉଡ଼ାଣ କରିବା ଆବଶ୍ୟକ। ଟେଣ୍ଡର ଦାଖଲ ପାଇଁ ସମୟସୀମା ଚଳିତ ମାସ ୨୮ ତାରିଖ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ କୋଭିଡ୍‍ ପରଠାରୁ ଭୁବନେଶ୍ୱର ଓ ମାଲେସିଆୟା ମଧ୍ୟରେ ଉଡ଼ାଣ କରୁଥିବା ଏୟାର ଏସିଆ କମ୍ପାନୀ ବନ୍ଦ ରଖିଛି। କୋଭିଡ୍‍ କଟକଣା ହଟିବା ପରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ବିମାନ ସେବା ଆରମ୍ଭ ହୋଇପାରି ନାହିଁ। ସେହିପରି ଦୁବାଇ ଓ ବ୍ୟାଙ୍ଗକକ୍‍କୁ ଉଡ଼ାଣ ଆରମ୍ଭ କେବଳ ପ୍ରସ୍ତାବରେ ଅଟକିଛି। ସେହିପରି କତାର, ଅବୁଧାବିକୁ ବିମାନ ଉଡ଼ାଣ ପ୍ରସ୍ତାବ ରହିଥିଲେ ସୁଦ୍ଧା ଏ ନେଇ କୌଣସି ଅଗ୍ରଗତି ହୋଇ ନାହିଁ। ଏପରିସ୍ଥଳେ ରାଜ୍ୟ ସରକାର ନିଜ ଆଡ଼ୁ ଉଦ୍ୟମ ଆରମ୍ଭ କରିଛନ୍ତି।

https://www.thesakala.in/latest-odisha-news/flights-from-bhubaneswar-airport-will-fly-abroad/article-16755
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର