ଶସ୍ତାରେ ମେକପ୍‍ ସାମଗ୍ରୀ ଦେବା ଆଳରେ ଯୁବତୀଙ୍କ ଠାରୁ ୪୦ ହଜାର ନେଇଗଲେ ସାଇବର୍‍ ଠକ

The Sakala Picture
Published On

ଭୁବନେଶ୍ୱର: ଶସ୍ତାରେ ମେକ୍‍ଅପ୍‍ ସାମଗ୍ରୀ ଦେବାକୁ କହି ସାଇବର୍‍ ଠକ ଜଣେ ଯୁବତୀଙ୍କ ଠାରୁ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ନୂଆପଲ୍ଲୀର ରାଣୀ ବେହେରା ସାଇବର୍‍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ଆଧାରେ ପୁଲିସ ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ, କିଛିଦିନ ହେବ ଶସ୍ତାରେ ମେକ୍‍ଅପ୍‍ ସାମଗ୍ରୀ ଦିଆ ହେଉଥିବା ନେଇ ସାଇବର୍‍ ଠକ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଲୋଭରେ ପଡିଯାଇଥିଲେ […]

ଭୁବନେଶ୍ୱର: ଶସ୍ତାରେ ମେକ୍‍ଅପ୍‍ ସାମଗ୍ରୀ ଦେବାକୁ କହି ସାଇବର୍‍ ଠକ ଜଣେ ଯୁବତୀଙ୍କ ଠାରୁ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ନୂଆପଲ୍ଲୀର ରାଣୀ ବେହେରା ସାଇବର୍‍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ଆଧାରେ ପୁଲିସ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ମିଳିଥିବା ସୂଚନା ଅନୁସାରେ, କିଛିଦିନ ହେବ ଶସ୍ତାରେ ମେକ୍‍ଅପ୍‍ ସାମଗ୍ରୀ ଦିଆ ହେଉଥିବା ନେଇ ସାଇବର୍‍ ଠକ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଲୋଭରେ ପଡିଯାଇଥିଲେ ରାଣୀ। ସେ ଦିଆଯାଇଥିବା ଫୋନ୍‍ ନମ୍ବରରେ କଲ୍‍ କରି ବୁଝିଥିଲେ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସାଇବର ଠକ ତାଙ୍କୁ ପ୍ରଥମେ ଅଗ୍ରୀମ ଆକାରରେ ଟଙ୍କା ପଠାଇବାକୁ ହେବ ବୋଲି କହିଥିଲେ। ରାଣୀ ମୋବାଇଲ୍‍ ନମ୍ବରକୁ ସାଇବର ଠକ ଏକ ଲିଙ୍କ୍‍ ପଠାଇଥିଲେ। ଏହି ଲିଙ୍କ୍‍କୁ କ୍ଲିକ୍‍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟି ଯାଇଥିଲା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର