ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’, ଦେଖିବେ ଯୁଗ୍ମ ସଚିବଙ୍କଠୁ ଊର୍ଦ୍ଧ୍ବ ପାହ୍ୟାର ଅଧିକାରୀ

The Sakala Picture
Published On

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପର୍ଯ୍ୟବସିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ରାଜ୍ୟ ସରକାର ଟିକସମୁକ୍ତ କରିସାରିଛନ୍ତି। ଏହାର ଦୁଇଦିନ ପରେ ରାଜ୍ୟ ମୁଖ୍ୟାଳୟରେ ରବିବାର ଲୋକସେବା ଭବନ (ସଚିବାଳୟ)ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ ବୋଲି ଜଣାପଡିଛି। ତେବେ ଏହି ସ୍ୱତନ୍ତ୍ର ପ୍ରଦର୍ଶନ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ବ ଅଧିକାରୀ ଏହି ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ପାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ […]

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପର୍ଯ୍ୟବସିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ରାଜ୍ୟ ସରକାର ଟିକସମୁକ୍ତ କରିସାରିଛନ୍ତି। ଏହାର ଦୁଇଦିନ ପରେ ରାଜ୍ୟ ମୁଖ୍ୟାଳୟରେ ରବିବାର ଲୋକସେବା ଭବନ (ସଚିବାଳୟ)ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ ବୋଲି ଜଣାପଡିଛି। ତେବେ ଏହି ସ୍ୱତନ୍ତ୍ର ପ୍ରଦର୍ଶନ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ବ ଅଧିକାରୀ ଏହି ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ପାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିକଟରେ ରିଲିଜ୍‍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଞ୍ଚାର କରିଛି। ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ। ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି। ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି। ଏହି କ୍ରମରେ ଉକ୍ତ ଚଳଚ୍ଚିତ୍ରକୁ ସଚିବାଳୟର କନଭେନସନ କକ୍ଷରେ ରବିବାର ସନ୍ଧ୍ୟା ୫ଟାରୁ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

20 Nov 2022 By The Sakala

ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’, ଦେଖିବେ ଯୁଗ୍ମ ସଚିବଙ୍କଠୁ ଊର୍ଦ୍ଧ୍ବ ପାହ୍ୟାର ଅଧିକାରୀ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପର୍ଯ୍ୟବସିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ରାଜ୍ୟ ସରକାର ଟିକସମୁକ୍ତ କରିସାରିଛନ୍ତି। ଏହାର ଦୁଇଦିନ ପରେ ରାଜ୍ୟ ମୁଖ୍ୟାଳୟରେ ରବିବାର ଲୋକସେବା ଭବନ (ସଚିବାଳୟ)ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ ବୋଲି ଜଣାପଡିଛି। ତେବେ ଏହି ସ୍ୱତନ୍ତ୍ର ପ୍ରଦର୍ଶନ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ବ ଅଧିକାରୀ ଏହି ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ପାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିକଟରେ ରିଲିଜ୍‍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଞ୍ଚାର କରିଛି। ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ। ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି। ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି। ଏହି କ୍ରମରେ ଉକ୍ତ ଚଳଚ୍ଚିତ୍ରକୁ ସଚିବାଳୟର କନଭେନସନ କକ୍ଷରେ ରବିବାର ସନ୍ଧ୍ୟା ୫ଟାରୁ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି।

https://www.thesakala.in/latest-odisha-news/odia-movie-daman-play-in-lokaseba-bhawan-today/article-16692
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର