ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ନ ମିଳିବା ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

The Sakala Picture
Published On

ଭୁବନେଶ୍ବର: ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ନ ମିଳିବା ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପିସିସି ମେଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି। ଏ ପର୍ଯ୍ୟନ୍ତ ଓଡ଼ିଶାର ୩୩ ଭାଗ ଚାଷୀ ଫସଲ ବୀମା କ୍ଷତି ପୂରଣ ପାଇନାହାନ୍ତି। ବରଗଡ ପଦମପୁର ରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏବେ ସୁଦ୍ଧା କ୍ଷତିପୂରଣ ବାବଦକୁ ୪୪୬ କୋଟି ଟଙ୍କା ବୀମା କମ୍ପାନୀ ଦେଇନାହାନ୍ତି। ଏଥି ପାଇଁ କେନ୍ଦ୍ର ସରକାର […]

ଭୁବନେଶ୍ବର: ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ନ ମିଳିବା ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପିସିସି ମେଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି। ଏ ପର୍ଯ୍ୟନ୍ତ ଓଡ଼ିଶାର ୩୩ ଭାଗ ଚାଷୀ ଫସଲ ବୀମା କ୍ଷତି ପୂରଣ ପାଇନାହାନ୍ତି। ବରଗଡ ପଦମପୁର ରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏବେ ସୁଦ୍ଧା କ୍ଷତିପୂରଣ ବାବଦକୁ ୪୪୬ କୋଟି ଟଙ୍କା ବୀମା କମ୍ପାନୀ ଦେଇନାହାନ୍ତି। ଏଥି ପାଇଁ କେନ୍ଦ୍ର ସରକାର ଦାୟୀ। ୨୦୧୬ରୁ କେନ୍ଦ୍ର ସରକାର ପ୍ରଧାନମନନ୍ତ୍ରୀ ଫସଲ ବୀମା ଲାଗୁ କଲେ। ଓଡ଼ିଶା ଗୋଟିଏ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ଚାଷୀର ଫସଲ ନଷ୍ଟ ହେଉଛି। ଚାଷୀର ଦୁଃଖ  ଅନ୍ତ ହେଉନି। ବୀମା କରି କ୍ଷତିପୂରଣ ପାଇଲେ ଅନ୍ତତ ପକ୍ଷେ ଚାଷୀ ବଞ୍ଚିଯିବ। ହେଲେ ଚାଷୀମାନେ ଆନ୍ଦୋଳନ କଲେବି କେନ୍ଦ୍ର ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି। ଏହା ଚାଷୀମାନଙ୍କ ପ୍ରତି ଉପହାସ। ଲାଗୁଛି କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଏହି ଯୋଜନା କରିନାହାନ୍ତି ବୀମା କମ୍ପାନୀ ପାଇଁ କରିଛନ୍ତି। ତୁରନ୍ତ କେନ୍ଦ୍ର ସରକାର ଅର୍ଥ ପ୍ରଦାନ ନେଇ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଅନ୍ତୁ। ନଚେତ୍ ଚାଷୀମାନଙ୍କୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସି ମେଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

14 Nov 2022 By The Sakala

ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ନ ମିଳିବା ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ନ ମିଳିବା ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପିସିସି ମେଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି। ଏ ପର୍ଯ୍ୟନ୍ତ ଓଡ଼ିଶାର ୩୩ ଭାଗ ଚାଷୀ ଫସଲ ବୀମା କ୍ଷତି ପୂରଣ ପାଇନାହାନ୍ତି। ବରଗଡ ପଦମପୁର ରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏବେ ସୁଦ୍ଧା କ୍ଷତିପୂରଣ ବାବଦକୁ ୪୪୬ କୋଟି ଟଙ୍କା ବୀମା କମ୍ପାନୀ ଦେଇନାହାନ୍ତି। ଏଥି ପାଇଁ କେନ୍ଦ୍ର ସରକାର ଦାୟୀ। ୨୦୧୬ରୁ କେନ୍ଦ୍ର ସରକାର ପ୍ରଧାନମନନ୍ତ୍ରୀ ଫସଲ ବୀମା ଲାଗୁ କଲେ। ଓଡ଼ିଶା ଗୋଟିଏ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ଚାଷୀର ଫସଲ ନଷ୍ଟ ହେଉଛି। ଚାଷୀର ଦୁଃଖ  ଅନ୍ତ ହେଉନି। ବୀମା କରି କ୍ଷତିପୂରଣ ପାଇଲେ ଅନ୍ତତ ପକ୍ଷେ ଚାଷୀ ବଞ୍ଚିଯିବ। ହେଲେ ଚାଷୀମାନେ ଆନ୍ଦୋଳନ କଲେବି କେନ୍ଦ୍ର ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି। ଏହା ଚାଷୀମାନଙ୍କ ପ୍ରତି ଉପହାସ। ଲାଗୁଛି କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଏହି ଯୋଜନା କରିନାହାନ୍ତି ବୀମା କମ୍ପାନୀ ପାଇଁ କରିଛନ୍ତି। ତୁରନ୍ତ କେନ୍ଦ୍ର ସରକାର ଅର୍ଥ ପ୍ରଦାନ ନେଇ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଅନ୍ତୁ। ନଚେତ୍ ଚାଷୀମାନଙ୍କୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସି ମେଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି।

https://www.thesakala.in/latest-odisha-news/congress-slams-center-for-not-getting-crop-insurance-compensation-to-farmers/article-16542
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର