ଧାମନଗରରେ ରକ୍ତମୁଖା ହୋଇଛି ବିଜେପି, ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି

The Sakala Picture
Published On

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ କରୁଥିବା ବେଳେ ଆଗୁଆ ପରାଜୟ ଭୟରେ ରକ୍ତ ମୁଖା ହୋଇଛି ରାଜ୍ୟ ବିଜେପି। ଏନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି କର୍ମୀ । ଏନେଇ ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି […]

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ କରୁଥିବା ବେଳେ ଆଗୁଆ ପରାଜୟ ଭୟରେ ରକ୍ତ ମୁଖା ହୋଇଛି ରାଜ୍ୟ ବିଜେପି। ଏନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି କର୍ମୀ । ଏନେଇ ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ଜାଣି ସାରିଛି ସେ ଧାମନଗରରେ ପରାଜିତ ହେବ। ଏଣୁ ପରାଜୟ ଭୟରେ ହୀନ ରାଜନୀତି କରୁଛି ବିଜେପି।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ପ୍ରଥମେ ପ୍ରାୟୋଜିତ ଏସଏଚଜି ଦ୍ଵାରା ଟଙ୍କା ଭିଡ଼ିଓ ଭାଇରାଲ କଲେ ଯାହା ବିଷୟରେ ବିଜେପି ମଧ୍ୟ ସ୍ପଷ୍ଟ କରିପାରୁନାହିଁ। ପୁଣି ଏକ ବିଚିତ୍ର ଅଡିଓ ତାଙ୍କର ଆଇଟି ସେଲ୍ ଦ୍ଵାରା ବାହାରକୁ ଆଣିଲେ।ଏଥିସହ ଧାମନଗରରେ ହାର ସୁନିଶ୍ଚିତ ଜାଣିବା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଟାକ୍‌ କଲେ ଓ ଧମକ ଦେଲେ। ଆଉ ଏବେ ରକ୍ତମୁଖା ହୋଇ ବିଜେଡ଼ିର ମହିଳା ଓ ଯୁବ କର୍ମୀଙ୍କୁ ମଧ୍ୟ ଧମକ ଦେଉଛନ୍ତି। ଗାଁ ଗାଁରେ ବିଜେଡ଼ି କର୍ମୀଙ୍କୁ ଗାଳି ଗୁଲଜ କରିବା ସହ ବିଜେପି ଗଣ୍ଡଗୋଳ କରୁଥିବା ଲେନିନ୍‌ ମହାନ୍ତି କହିଛନ୍ତି । ତେଣୁ ପ୍ରତ୍ୟେକ ଗାଁରେ ସର୍ଭିଲାନ୍ସର ଅବଶ୍ୟକତା ଏବଂ ବିଜେଡ଼ି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ ।ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯାହାକୁ ନେଇ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛୁ।ଏଥିସହ ନିର୍ବାଚନ ମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

29 Oct 2022 By The Sakala

ଧାମନଗରରେ ରକ୍ତମୁଖା ହୋଇଛି ବିଜେପି, ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ କରୁଥିବା ବେଳେ ଆଗୁଆ ପରାଜୟ ଭୟରେ ରକ୍ତ ମୁଖା ହୋଇଛି ରାଜ୍ୟ ବିଜେପି। ଏନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି କର୍ମୀ । ଏନେଇ ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ଜାଣି ସାରିଛି ସେ ଧାମନଗରରେ ପରାଜିତ ହେବ। ଏଣୁ ପରାଜୟ ଭୟରେ ହୀନ ରାଜନୀତି କରୁଛି ବିଜେପି।

ପ୍ରଥମେ ପ୍ରାୟୋଜିତ ଏସଏଚଜି ଦ୍ଵାରା ଟଙ୍କା ଭିଡ଼ିଓ ଭାଇରାଲ କଲେ ଯାହା ବିଷୟରେ ବିଜେପି ମଧ୍ୟ ସ୍ପଷ୍ଟ କରିପାରୁନାହିଁ। ପୁଣି ଏକ ବିଚିତ୍ର ଅଡିଓ ତାଙ୍କର ଆଇଟି ସେଲ୍ ଦ୍ଵାରା ବାହାରକୁ ଆଣିଲେ।ଏଥିସହ ଧାମନଗରରେ ହାର ସୁନିଶ୍ଚିତ ଜାଣିବା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଟାକ୍‌ କଲେ ଓ ଧମକ ଦେଲେ। ଆଉ ଏବେ ରକ୍ତମୁଖା ହୋଇ ବିଜେଡ଼ିର ମହିଳା ଓ ଯୁବ କର୍ମୀଙ୍କୁ ମଧ୍ୟ ଧମକ ଦେଉଛନ୍ତି। ଗାଁ ଗାଁରେ ବିଜେଡ଼ି କର୍ମୀଙ୍କୁ ଗାଳି ଗୁଲଜ କରିବା ସହ ବିଜେପି ଗଣ୍ଡଗୋଳ କରୁଥିବା ଲେନିନ୍‌ ମହାନ୍ତି କହିଛନ୍ତି । ତେଣୁ ପ୍ରତ୍ୟେକ ଗାଁରେ ସର୍ଭିଲାନ୍ସର ଅବଶ୍ୟକତା ଏବଂ ବିଜେଡ଼ି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ ।ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯାହାକୁ ନେଇ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛୁ।ଏଥିସହ ନିର୍ବାଚନ ମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର