ଭଦ୍ରକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଧାମନଗର ଉପ-ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା

The Sakala Picture
Published On

ଭଦ୍ରକ: ଧାମନଗର ବିଧାନସଭା ଉପ-ନିର୍ବାଚନ ଲାଗି ଆଜି ଭଦ୍ରକ ଆସିଥିଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଜିଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସିଧେଶ୍ୱର ବଳିରାମ ବୋନ୍ଦର, ବାଲେଶ୍ୱର ପୋଲିସ ଆଇଜି ହିମାଂଶୁ ଲାଲ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭଦ୍ରକ ଏସପି ଚରଣ ସିଂ ମିନା ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ […]

ଭଦ୍ରକ: ଧାମନଗର ବିଧାନସଭା ଉପ-ନିର୍ବାଚନ ଲାଗି ଆଜି ଭଦ୍ରକ ଆସିଥିଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଜିଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସିଧେଶ୍ୱର ବଳିରାମ ବୋନ୍ଦର, ବାଲେଶ୍ୱର ପୋଲିସ ଆଇଜି ହିମାଂଶୁ ଲାଲ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭଦ୍ରକ ଏସପି ଚରଣ ସିଂ ମିନା ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆସନ୍ତା ୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ସେହିଭଳି ଇଭିଏମ ଓ ଭିଭିପ୍ୟାଡ ମହଜୁଦ ଥିବା ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ଆସନ୍ତା ଉପ-ନିର୍ବାଚନ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରାଯିବ ଓ କେହି ଏଥିରେ ବ୍ୟତିକ୍ରମ କଲେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର