ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଚାଷୀଙ୍କ ପାଇଁ ଆହୁରି ସହଜ ହେଲା ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟାଜିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇଦେଇ ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସଫଳ’ ପୋର୍ଟାଲର ଲୋକାର୍ପଣ […]

ଭୁବନେଶ୍ବର : ଚାଷୀଙ୍କ ପାଇଁ ଆହୁରି ସହଜ ହେଲା ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟାଜିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇଦେଇ ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସଫଳ’ ପୋର୍ଟାଲର ଲୋକାର୍ପଣ କରିଛନ୍ତି।‘ସଫଳ’ ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ଭାବେ କାର୍ୟ୍ୟ କରିବ। ଏହି ପୋର୍ଟାଲ ‘କୃଷକ ଓଡ଼ିଶା’ ଡାଟାବେସ ସହ ସଂଯୁକ୍ତ ଓ ୪୦ରୁ ଅଧିକ ବ୍ୟାଙ୍କକୁ ଏଥିରେ ସଂଯୋଗୀକୃତ କରାଯାଇଛି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

‘ସଫଳ’ ପୋର୍ଟାଲର ଶୁଭାରମ୍ଭକୁ ନେଇ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ସରକାରୀ ତଥା ବେସରକାରୀ କ୍ଷେତ୍ର ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସରୁ ଆନୁଷ୍ଠାନିକ କ୍ଷେତ୍ର ଋଣ ପାଇବା ପାଇଁ କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏହା ୱାନ୍‌ ଷ୍ଟପ୍ ସମାଧାନ ଅଟେ। କୃଷକମାନେ ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ ଆମ କୃଷି ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ ।କୃଷକ ଓଡ଼ିଶା ଡାଟାବେଶ ସହ ସଂଯୁକ୍ତ ହେବ ‘ସଫଳ’ ପୋର୍ଟାଲ। ଏଥିରେ ୪୦ରୁ ଅଧିକ ବ୍ୟାଙ୍କ ଏଥିରେ ଯୋଡିହେବେ, ଯାହା ଦ୍ବାରା କୃଷକମାନଙ୍କୁ ସହଜରରେ ଋଣ ମିଳିପାରିବ।  WWW.safal.odisha.gov.inରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ‘ସଫଳ’ ଆମ ରାଜ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରଗୁଡିକୁ ପ୍ରୋତ୍ସାହିତ କରିବା ଏବଂ କମ୍ ସମୟ ମଧ୍ୟରେ ଆମ କୃଷକଙ୍କ ଆର୍ଥିକ ଶକ୍ତି ବୃଦ୍ଧି ପାଇଁଏକ ସୁବିଧାକାରୀ ମାଧ୍ୟମ ହେବ। କୃଷକମାନେ ଆମର ଅର୍ଥନୀତିର ମେରୁଦଣ୍ଡ ଏବଂ ଆମ ଦେଶର ବିକାଶ ଚାକିକାଠି ହେଉଛନ୍ତି କୃଷକ ଏଣୁ ସେମାନେ ଉନ୍ନତି କରିପାରିଲେ ଆମେ ଉନ୍ନତି ପଥରେ ଅଧିକ ଅଗ୍ରସର ହୋଇପାରିବା । ଆମ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛି। କୃଷକଙ୍କ ଆୟ ବୃଦ୍ଧିରେ ସରକାର ପଦକ୍ଷେପ ନେଇ ଏକ ବ୍ୟାପକ ତଥା ଅନ୍ତର୍ଭୂକ୍ତ ରାଜ୍ୟ କୃଷି ନୀତି ଦ୍ୱାରା ସମର୍ଥିତ ବିଭିନ୍ନ ହସ୍ତକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର