କୋରାପୁଟବାସୀଙ୍କ ପାଇଁ ଖୁସି ଖବର: ଜୟପୁରକୁ ଉଡ଼ିବ ବିମାନ, ବିଳମ୍ବନେଇ ରାଜ୍ଯସଭାରେ ଉଦବେଗ ପ୍ରକାଶ କରିଥିଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଜୟପୁର: ଜୟପୁର ବିମାନ ବନ୍ଦରକୁ ବିମାନ ଉଡିବା ପାଇଁ ଅନୁମତି। ଏ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି । ‘ଉଡାଣ’ ଯୋଜନାରେ ଲାଇସେନ୍ସ  ପ୍ରଦାନ କରିଛନ୍ତି ଡିଜିସିଏ। ପୂର୍ବରୁ ଡିଜିସିଏର ଯାଞ୍ଚ ଟିମ ଆସି ଅନୁଧ୍ୟାନ କରିଥିଲେ । ଆଜି ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ବେସାମରିକ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ବିଟ କରି ସୂଚନା ଦେଇଛନ୍ତି। ବିମାନ ବନ୍ଦରରେ ସମସ୍ତ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର […]

ଜୟପୁର: ଜୟପୁର ବିମାନ ବନ୍ଦରକୁ ବିମାନ ଉଡିବା ପାଇଁ ଅନୁମତି। ଏ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି । ‘ଉଡାଣ’ ଯୋଜନାରେ ଲାଇସେନ୍ସ  ପ୍ରଦାନ କରିଛନ୍ତି ଡିଜିସିଏ। ପୂର୍ବରୁ ଡିଜିସିଏର ଯାଞ୍ଚ ଟିମ ଆସି ଅନୁଧ୍ୟାନ କରିଥିଲେ । ଆଜି ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ବେସାମରିକ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ବିଟ କରି ସୂଚନା ଦେଇଛନ୍ତି। ବିମାନ ବନ୍ଦରରେ ସମସ୍ତ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର କାମକରି ଆସୁଥିଲେ। DGCAର ଅନୁମତି ପରେ  ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ଖୁସି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସୂଚନା ଅନୁଯାୟୀ, ରଜ୍ଯସଭାରେ ଜୟପୁରରୁ ବିମାନ ଉଡାଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବିମାନ ଚଳାଚଳରେ ବିଳମ୍ବ ହେଉଥିବାରୁ ସେ ରାଜ୍ୟସଭାରେ ଉଦବେଗ ପ୍ରକାଶ କରିଥିଲେ। ସେ ଏକ ନୋଟିସ ଜରିଆରେ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲାକୁ ବିମାନ ଚଳାଚଳ ନିମନ୍ତେ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଶ୍ରୀ ମଙ୍ଗରାଜ କହିଥିଲେ ଯେ, ଉଭୟ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ। ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତକେଲା ବେଶ୍‍ ଗୁରୁତ୍ୱବହନ କରିଥାଏ। ଏଠାରୁ ବିମାନ ସେବା ଆରମ୍ଭ ହେଲେ କେବଳ ସ୍ଥାନୀୟ ଲୋକ ନୁହନ୍ତି ବରଂ ସମଗ୍ର ରାଜ୍ୟ ପାଇଁ ଏହା ଉପାଦେୟ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଥିଲେ। ତେଣୁ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରି ଦୁଇ ବିମାନ ଘାଟିରୁ ଯଥାଶୀଘ୍ର ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର