ଅନ୍ତର୍ଜାତୀୟ ସ୍ତରରେ ଇସ୍ପାତନଗରୀକୁ ବଡ଼ ସଫଳତା : ଇ-କୁଲ୍ ମଣ୍ଡି ପାଇଁ ରାଉରକେଲା ସହରକୁ ମିଳିଲା ମିଲାନ୍ ପ୍ୟାକ୍ଟ ଆୱାର୍ଡ, ୨୦୨୨

The Sakala Picture
Published On

ରାଉରକେଲା : ସ୍ମାର୍ଟସିଟି ରାଉରକେଲାକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର। ଅର୍ଥନୈତିକ ଓ ସାମାଜିକ ସମାନତା ବର୍ଗରେ ଇ-କୁଲ୍ ମଣ୍ଡି ପାଇଁ ରାଉରକେଲାକୁ ମିଳିଲା ମିଲାନ୍ ପ୍ୟାକ୍ଟ ଆୱାର୍ଡ, ୨୦୨୨ । ବ୍ରାଜିଲ୍ ସ୍ଥିତ ରିଓ ଡି ଜେନିରିଓରେ ଅକ୍ଟୋବର ୧୭ ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ମିଲାନ୍ ଅର୍ବାନ୍ ଫୁଡ୍ ପଲିସି ପ୍ୟାକ୍ଟ (ଏମୟୁଏଫପିପି)ର ୮ମ ଗ୍ଳୋବାଲ୍ ଫୋରମ୍ ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରିଣୀ […]

ରାଉରକେଲା : ସ୍ମାର୍ଟସିଟି ରାଉରକେଲାକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର। ଅର୍ଥନୈତିକ ଓ ସାମାଜିକ ସମାନତା ବର୍ଗରେ ଇ-କୁଲ୍ ମଣ୍ଡି ପାଇଁ ରାଉରକେଲାକୁ ମିଳିଲା ମିଲାନ୍ ପ୍ୟାକ୍ଟ ଆୱାର୍ଡ, ୨୦୨୨ । ବ୍ରାଜିଲ୍ ସ୍ଥିତ ରିଓ ଡି ଜେନିରିଓରେ ଅକ୍ଟୋବର ୧୭ ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ମିଲାନ୍ ଅର୍ବାନ୍ ଫୁଡ୍ ପଲିସି ପ୍ୟାକ୍ଟ (ଏମୟୁଏଫପିପି)ର ୮ମ ଗ୍ଳୋବାଲ୍ ଫୋରମ୍ ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରିଣୀ ସ୍ଵାଗତିକା ବେହେରା ସୋମବାର ଦିନ ରିଓ ଡି ଜେନେରିଓରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ଚଳିତ ବର୍ଷର ମିଲନ୍ ପ୍ୟାକ୍ଟ ପୁରସ୍କାର ପାଇଁ ବିଶ୍ବର ମୋଟ ୧୩୩ଟି ସହରର ୨୫୧ଟି ପ୍ରକଳ୍ପକୁ ସାମିଲ କରାଯାଇଥିଲା। ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ସର୍ବାଧିକ ସଂଖ୍ୟକ ପ୍ରକଳ୍ପକୁ ବିଚାରକୁ ନିଆଯାଇଥିଲା । ଏହା ସହିତ ପୁରସ୍କାର ବିଜେତା ସହରର ପ୍ରତିନିଧି ଅନ୍ୟ ପ୍ରତିଯୋଗିତାରେ ସାମିଲ ହୋଇଥିବା ଅନ୍ୟ ସହରର ପ୍ରତିନିଧିଙ୍କୁ ପ୍ରକଳ୍ପର ଉପଲବ୍ଧି ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ସାମ୍ନା କରିଥିବା ବିଭିନ୍ନ ଆହ୍ବାନ ସମ୍ପର୍କରେ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ସୂଚନା ଯୋଗ୍ୟ , ପରିବା ବିକ୍ରେତା ମହିଳାଙ୍କ ନିୟମିତ ଆୟକୁ ସୁନିଶ୍ଚିତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଇ-କୁଲ୍ ମଣ୍ଡି ପ୍ରକଳ୍ପକୁ ଆରମ୍ଭ କରାଯାଇଥିଲା। ଏହା ଦ୍ବାରା ପ୍ରାୟ ୭୦୦ ବୁଲା ବିକାଳୀ ଉପକୃତ ହେଉଛନ୍ତି। ଏଭଳି ପ୍ରକଳ୍ପ ଦ୍ବାରା ପନିପରିବାର ଅଭାବୀ ବିକ୍ରିକୁ ରୋକିବା ସହ ଏହା କିପରି ପଚିସଢ଼ି ନଯାଇ ସୁରକ୍ଷିତ ରହିବ ତାର ବ୍ୟବସ୍ଥା କରାଯାଇପାରୁଛି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଅନ୍ୟାନ୍ୟ ବର୍ଗରେ ଅନ୍ତର୍ଜାତୀୟ ସ୍ତରରେ ବିଜେତା ହୋଇଥିବା ସହରମାନେ ହେଲେ –

ଗଭର୍ଣ୍ଣାନ୍ସ : ନ୍ୟୁୟର୍କ, ଯୁକ୍ତରାଷ୍ଟ୍ର ଆମେରିକା “ଏ ନ୍ୟୁୟର୍କ ଫ୍ରେମୱାର୍କ ଫର୍ ବାୟିଙ୍ଗ୍ ଗୁଡ୍ ଫୁଡ୍” ପାଇଁ ବିଜେତା ହୋଇଥିବା ବେଳେ ସଷ୍ଟେନେବଲ୍ ଡାଏଟସ୍ ଆଣ୍ଡ ନ୍ୟୁଟ୍ରିସନ୍ ବର୍ଗରେ ବିଜୟୀ ହୋଇଛି ଇଥିଓପିଆର ଆଦିସ୍ ଆବାବା ସହର। ସେହିପରି ଖାଦ୍ୟ ଉତ୍ପାଦନ ବର୍ଗରେ ଆର୍ଜେଣ୍ଟିନାର ରୋଜାରିଓ ସିଟିକୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଏବଂ ବଣ୍ଟନ ବର୍ଗରେ “ଆମର ଦକ୍ଷତା ଏବଂ କ୍ଷୁଦ୍ର ଚାଷକୁ ସୁରକ୍ଷିତ ରଖିବା ପାଇଁ ରଣନୀତି” ପ୍ରକଳ୍ପ ପାଇଁ ପୁରସ୍କୃତ ହୋଇଛି ଦକ୍ଷିଣ କୋରିଆର ୟୋସୁ ସହର ଏବଂ ଖାଦ୍ୟ ଆବର୍ଜନା ବର୍ଗରେ ଇଂଲଣ୍ଡର ଲଣ୍ଡନ ସହର “ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କାର୍ଯ୍ୟକ୍ରମ” ପ୍ରକଳ୍ପ ପାଇଁ ହୋଇଛି ବିଜେତା ।

19 Oct 2022 By The Sakala

ଅନ୍ତର୍ଜାତୀୟ ସ୍ତରରେ ଇସ୍ପାତନଗରୀକୁ ବଡ଼ ସଫଳତା : ଇ-କୁଲ୍ ମଣ୍ଡି ପାଇଁ ରାଉରକେଲା ସହରକୁ ମିଳିଲା ମିଲାନ୍ ପ୍ୟାକ୍ଟ ଆୱାର୍ଡ, ୨୦୨୨

ରାଉରକେଲା : ସ୍ମାର୍ଟସିଟି ରାଉରକେଲାକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର। ଅର୍ଥନୈତିକ ଓ ସାମାଜିକ ସମାନତା ବର୍ଗରେ ଇ-କୁଲ୍ ମଣ୍ଡି ପାଇଁ ରାଉରକେଲାକୁ ମିଳିଲା ମିଲାନ୍ ପ୍ୟାକ୍ଟ ଆୱାର୍ଡ, ୨୦୨୨ । ବ୍ରାଜିଲ୍ ସ୍ଥିତ ରିଓ ଡି ଜେନିରିଓରେ ଅକ୍ଟୋବର ୧୭ ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ମିଲାନ୍ ଅର୍ବାନ୍ ଫୁଡ୍ ପଲିସି ପ୍ୟାକ୍ଟ (ଏମୟୁଏଫପିପି)ର ୮ମ ଗ୍ଳୋବାଲ୍ ଫୋରମ୍ ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରିଣୀ ସ୍ଵାଗତିକା ବେହେରା ସୋମବାର ଦିନ ରିଓ ଡି ଜେନେରିଓରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଚଳିତ ବର୍ଷର ମିଲନ୍ ପ୍ୟାକ୍ଟ ପୁରସ୍କାର ପାଇଁ ବିଶ୍ବର ମୋଟ ୧୩୩ଟି ସହରର ୨୫୧ଟି ପ୍ରକଳ୍ପକୁ ସାମିଲ କରାଯାଇଥିଲା। ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ସର୍ବାଧିକ ସଂଖ୍ୟକ ପ୍ରକଳ୍ପକୁ ବିଚାରକୁ ନିଆଯାଇଥିଲା । ଏହା ସହିତ ପୁରସ୍କାର ବିଜେତା ସହରର ପ୍ରତିନିଧି ଅନ୍ୟ ପ୍ରତିଯୋଗିତାରେ ସାମିଲ ହୋଇଥିବା ଅନ୍ୟ ସହରର ପ୍ରତିନିଧିଙ୍କୁ ପ୍ରକଳ୍ପର ଉପଲବ୍ଧି ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ସାମ୍ନା କରିଥିବା ବିଭିନ୍ନ ଆହ୍ବାନ ସମ୍ପର୍କରେ ଅବଗତ କରାଇଥିଲେ।

ସୂଚନା ଯୋଗ୍ୟ , ପରିବା ବିକ୍ରେତା ମହିଳାଙ୍କ ନିୟମିତ ଆୟକୁ ସୁନିଶ୍ଚିତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଇ-କୁଲ୍ ମଣ୍ଡି ପ୍ରକଳ୍ପକୁ ଆରମ୍ଭ କରାଯାଇଥିଲା। ଏହା ଦ୍ବାରା ପ୍ରାୟ ୭୦୦ ବୁଲା ବିକାଳୀ ଉପକୃତ ହେଉଛନ୍ତି। ଏଭଳି ପ୍ରକଳ୍ପ ଦ୍ବାରା ପନିପରିବାର ଅଭାବୀ ବିକ୍ରିକୁ ରୋକିବା ସହ ଏହା କିପରି ପଚିସଢ଼ି ନଯାଇ ସୁରକ୍ଷିତ ରହିବ ତାର ବ୍ୟବସ୍ଥା କରାଯାଇପାରୁଛି ।

ଅନ୍ୟାନ୍ୟ ବର୍ଗରେ ଅନ୍ତର୍ଜାତୀୟ ସ୍ତରରେ ବିଜେତା ହୋଇଥିବା ସହରମାନେ ହେଲେ –

ଗଭର୍ଣ୍ଣାନ୍ସ : ନ୍ୟୁୟର୍କ, ଯୁକ୍ତରାଷ୍ଟ୍ର ଆମେରିକା “ଏ ନ୍ୟୁୟର୍କ ଫ୍ରେମୱାର୍କ ଫର୍ ବାୟିଙ୍ଗ୍ ଗୁଡ୍ ଫୁଡ୍” ପାଇଁ ବିଜେତା ହୋଇଥିବା ବେଳେ ସଷ୍ଟେନେବଲ୍ ଡାଏଟସ୍ ଆଣ୍ଡ ନ୍ୟୁଟ୍ରିସନ୍ ବର୍ଗରେ ବିଜୟୀ ହୋଇଛି ଇଥିଓପିଆର ଆଦିସ୍ ଆବାବା ସହର। ସେହିପରି ଖାଦ୍ୟ ଉତ୍ପାଦନ ବର୍ଗରେ ଆର୍ଜେଣ୍ଟିନାର ରୋଜାରିଓ ସିଟିକୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଏବଂ ବଣ୍ଟନ ବର୍ଗରେ “ଆମର ଦକ୍ଷତା ଏବଂ କ୍ଷୁଦ୍ର ଚାଷକୁ ସୁରକ୍ଷିତ ରଖିବା ପାଇଁ ରଣନୀତି” ପ୍ରକଳ୍ପ ପାଇଁ ପୁରସ୍କୃତ ହୋଇଛି ଦକ୍ଷିଣ କୋରିଆର ୟୋସୁ ସହର ଏବଂ ଖାଦ୍ୟ ଆବର୍ଜନା ବର୍ଗରେ ଇଂଲଣ୍ଡର ଲଣ୍ଡନ ସହର “ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କାର୍ଯ୍ୟକ୍ରମ” ପ୍ରକଳ୍ପ ପାଇଁ ହୋଇଛି ବିଜେତା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର