ଲେଡି ବ୍ଲାକମେଲର ଅର୍ଚ୍ଚନା ନାଁରେ ଆଉ ଏକ ଅଭିଯୋଗ: ଫେରାଦ ହେଲେ ଯୁବ ବ୍ୟବସାୟୀ

The Sakala Picture
Published On

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲା । ବ୍ଲାକମେଲିଂ ଘଟଣାରେ ଗିରଫ ଅର୍ଚ୍ଚନା ନାଗ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ। ବରମୁଣ୍ଡାର ଜଣେ ବ୍ୟବସାୟୀ ଶଶାଙ୍କ ଶେଖର ସାହୁ ଅର୍ଚ୍ଚନା ବିରୋଧରେ ଫେରାଦ ହୋଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନିକଟରେ ଅର୍ଚ୍ଚନା ନାଗକୁ ଦେଖିଥିଲେ। ସେତେବେଳେ ସେ ଅର୍ଚ୍ଚନାଙ୍କୁ ଚିହ୍ନି ନ ଥିଲେ। ଅର୍ଚ୍ଚନା ତାଙ୍କୁ ସେଠାରେ ତାଙ୍କର ନାମ ପଚାରିଥିଲେ। ଘରେ ପହଞ୍ଚିବା […]

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲା । ବ୍ଲାକମେଲିଂ ଘଟଣାରେ ଗିରଫ ଅର୍ଚ୍ଚନା ନାଗ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ। ବରମୁଣ୍ଡାର ଜଣେ ବ୍ୟବସାୟୀ ଶଶାଙ୍କ ଶେଖର ସାହୁ ଅର୍ଚ୍ଚନା ବିରୋଧରେ ଫେରାଦ ହୋଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନିକଟରେ ଅର୍ଚ୍ଚନା ନାଗକୁ ଦେଖିଥିଲେ। ସେତେବେଳେ ସେ ଅର୍ଚ୍ଚନାଙ୍କୁ ଚିହ୍ନି ନ ଥିଲେ। ଅର୍ଚ୍ଚନା ତାଙ୍କୁ ସେଠାରେ ତାଙ୍କର ନାମ ପଚାରିଥିଲେ। ଘରେ ପହଞ୍ଚିବା ପରେ ସେ ଅର୍ଚ୍ଚନାଙ୍କ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଫେସବୁକ୍‌‌ରେ ପାଇଥିଲେ। ସେ ଏହାକୁ ସ୍ୱୀକାର କରିଥିଲେ। ଏହା ପରେ ଅର୍ଚ୍ଚନା ତାଙ୍କ ସହ ଫେସବୁକ୍‌‌ ମେସେଞ୍ଜରରେ ଚାଟିଂ କରିଥିଲେ, ଫୋନ୍‌‌ ନମ୍ବର ମାଗିଥିଲେ। ଫୋନ୍‌‌ ନମ୍ବର ଦେବା ପରେ ଅର୍ଚ୍ଚନା ତାଙ୍କୁ ଫୋନ କରି ତାଙ୍କ ପୁଅ ଦେହ ଅସୁସ୍ଥ ଅଛି ବୋଲି କହି ୨୫ ହଜାର ଟଙ୍କା ମାଗିଥିଲେ। ଏହା ଫେବ୍ରୁଆରୀ ୯ ତାରିଖର ଘଟଣା ଥିଲା। ମାତ୍ର ଅର୍ଚ୍ଚନାଙ୍କ ବିଷୟରେ ଜାଣି ନ ଥିବାରୁ ଓ ତାଙ୍କ ସହ ବିଶେଷ ପରିଚୟ ନ ଥିବାରୁ ଟଙ୍କା ଦେଇ ନ ଥିଲେ ଓ ଫୋନ୍‌‌ ନମ୍ବରକୁ ବ୍ଲକ କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ମାତ୍ର କିଛିଦିନ ପରେ ଅର୍ଚ୍ଚନା ହ୍ୱାଟ୍ସଅପ୍‌‌ ମେସେଞ୍ଜରରେ ତାଙ୍କୁ କଲ କରି ଶଶାଙ୍କଙ୍କୁ ଜରୁରୀ ଆବଶ୍ୟକତା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଗାଡ଼ିର କିସ୍ତି ଦେଇ ପାରି ନ ଥିବାରୁ ଏହି ଟଙ୍କା ତାଙ୍କ ପାଇଁ ଜରୁରୀ ବୋଲି କହିଥିଲେ। ଶଶାଙ୍କ ସିଧାସଳଖ ତାଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ତାଙ୍କୁ ଅର୍ଚ୍ଚନା ନିଜ ଘରକୁ ଡ଼ାକିଥିଲେ। ସ୍ୱାମୀ ଘରେ ଥିଲେ ବି କିଛି ଅସୁବିଧା ହେବ ନାହିଁ ବୋଲି କହିଥିଲେ। ତାଙ୍କ କଥାରେ ଶଶାଙ୍କଙ୍କର ସନ୍ଦେହ ହୋଇଥିଲା ଓ ସେ ଘରକୁ ଯାଇ ନ ଥିଲେ। ଅନ୍ୟପକ୍ଷରେ ପୁଲିସ ଜବତ କରିଥିବା ହାର୍ଡ଼ଡ଼ିସ୍କ, ଲାପଟପ୍‌‌ ଓ ମୋବାଇଲରୁ କିଛି ଭିଡ଼ିଓ ଉଦ୍ଧାର କରିବାକୁ ସକ୍ଷମ ହୋଇନାହିଁ। ଆଜି ଅର୍ଚ୍ଚନାଙ୍କୁ ଜେଲ୍‌‌ରେ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ତେବେ ଅନ୍ୟପଟେ ଆଜି ଅର୍ଚ୍ଚନା ନାଗ କରିଥିବା ଜାମିନ ଆବେଦନର ଶୁଣାଣି ହେବ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

17 Oct 2022 By The Sakala

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଁରେ ଆଉ ଏକ ଅଭିଯୋଗ: ଫେରାଦ ହେଲେ ଯୁବ ବ୍ୟବସାୟୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲା । ବ୍ଲାକମେଲିଂ ଘଟଣାରେ ଗିରଫ ଅର୍ଚ୍ଚନା ନାଗ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ। ବରମୁଣ୍ଡାର ଜଣେ ବ୍ୟବସାୟୀ ଶଶାଙ୍କ ଶେଖର ସାହୁ ଅର୍ଚ୍ଚନା ବିରୋଧରେ ଫେରାଦ ହୋଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନିକଟରେ ଅର୍ଚ୍ଚନା ନାଗକୁ ଦେଖିଥିଲେ। ସେତେବେଳେ ସେ ଅର୍ଚ୍ଚନାଙ୍କୁ ଚିହ୍ନି ନ ଥିଲେ। ଅର୍ଚ୍ଚନା ତାଙ୍କୁ ସେଠାରେ ତାଙ୍କର ନାମ ପଚାରିଥିଲେ। ଘରେ ପହଞ୍ଚିବା ପରେ ସେ ଅର୍ଚ୍ଚନାଙ୍କ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଫେସବୁକ୍‌‌ରେ ପାଇଥିଲେ। ସେ ଏହାକୁ ସ୍ୱୀକାର କରିଥିଲେ। ଏହା ପରେ ଅର୍ଚ୍ଚନା ତାଙ୍କ ସହ ଫେସବୁକ୍‌‌ ମେସେଞ୍ଜରରେ ଚାଟିଂ କରିଥିଲେ, ଫୋନ୍‌‌ ନମ୍ବର ମାଗିଥିଲେ। ଫୋନ୍‌‌ ନମ୍ବର ଦେବା ପରେ ଅର୍ଚ୍ଚନା ତାଙ୍କୁ ଫୋନ କରି ତାଙ୍କ ପୁଅ ଦେହ ଅସୁସ୍ଥ ଅଛି ବୋଲି କହି ୨୫ ହଜାର ଟଙ୍କା ମାଗିଥିଲେ। ଏହା ଫେବ୍ରୁଆରୀ ୯ ତାରିଖର ଘଟଣା ଥିଲା। ମାତ୍ର ଅର୍ଚ୍ଚନାଙ୍କ ବିଷୟରେ ଜାଣି ନ ଥିବାରୁ ଓ ତାଙ୍କ ସହ ବିଶେଷ ପରିଚୟ ନ ଥିବାରୁ ଟଙ୍କା ଦେଇ ନ ଥିଲେ ଓ ଫୋନ୍‌‌ ନମ୍ବରକୁ ବ୍ଲକ କରି ଦେଇଥିଲେ।

ମାତ୍ର କିଛିଦିନ ପରେ ଅର୍ଚ୍ଚନା ହ୍ୱାଟ୍ସଅପ୍‌‌ ମେସେଞ୍ଜରରେ ତାଙ୍କୁ କଲ କରି ଶଶାଙ୍କଙ୍କୁ ଜରୁରୀ ଆବଶ୍ୟକତା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଗାଡ଼ିର କିସ୍ତି ଦେଇ ପାରି ନ ଥିବାରୁ ଏହି ଟଙ୍କା ତାଙ୍କ ପାଇଁ ଜରୁରୀ ବୋଲି କହିଥିଲେ। ଶଶାଙ୍କ ସିଧାସଳଖ ତାଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ତାଙ୍କୁ ଅର୍ଚ୍ଚନା ନିଜ ଘରକୁ ଡ଼ାକିଥିଲେ। ସ୍ୱାମୀ ଘରେ ଥିଲେ ବି କିଛି ଅସୁବିଧା ହେବ ନାହିଁ ବୋଲି କହିଥିଲେ। ତାଙ୍କ କଥାରେ ଶଶାଙ୍କଙ୍କର ସନ୍ଦେହ ହୋଇଥିଲା ଓ ସେ ଘରକୁ ଯାଇ ନ ଥିଲେ। ଅନ୍ୟପକ୍ଷରେ ପୁଲିସ ଜବତ କରିଥିବା ହାର୍ଡ଼ଡ଼ିସ୍କ, ଲାପଟପ୍‌‌ ଓ ମୋବାଇଲରୁ କିଛି ଭିଡ଼ିଓ ଉଦ୍ଧାର କରିବାକୁ ସକ୍ଷମ ହୋଇନାହିଁ। ଆଜି ଅର୍ଚ୍ଚନାଙ୍କୁ ଜେଲ୍‌‌ରେ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ତେବେ ଅନ୍ୟପଟେ ଆଜି ଅର୍ଚ୍ଚନା ନାଗ କରିଥିବା ଜାମିନ ଆବେଦନର ଶୁଣାଣି ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର