ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଇଛନ୍ତି ଅନ୍ୟ ରାଜ୍ୟ, ନବୀନଙ୍କ ବିପର୍ଯ୍ୟୟ ମୁକାବିଲା ପଦ୍ଧତିକୁ ସ୍ୱୀକାର କରିଛନ୍ତି ବିରୋଧୀ
୧୯୯୮ ମସିହାର କଥା । ଆସ୍କାରେ ନିର୍ବାଚନ ପ୍ରଚାର ଅବସରରେ ନବୀନ ଗାଁ ଗାଁ ବୁଲୁଥାଆନ୍ତି । ସେତେବେଳେ ଗଞ୍ଜାମ ଜିଲ୍ଲାର ସ୍ଥିତି ଦେଖି ସେ ଅତ୍ୟନ୍ତ ବିମର୍ଷ ହୋଇ ପଡ଼ିଥିଲେ । ପ୍ରଚାର ଅବସରରେ ଦିଲ୍ଲୀର ଜଣେ ସାମ୍ବାଦିକ ସୁନୀଲ ସେଠୀ (ରେଡ଼ିଫ୍ ଡ଼ଟ୍ କମ୍)କୁ ସାକ୍ଷାତକାର ଦେବା ଅବସରରେ ସ୍ୱତଃ ପ୍ରବୃତ୍ତ ଭାବରେ ସେହି ବିମର୍ଷଭାବ ତାଙ୍କ ସ୍ୱରରେ ବାହାରି ଆସିଥିଲା – “My God, they’re crooks. They’ll destroy everything father achieved. […]
୧୯୯୮ ମସିହାର କଥା । ଆସ୍କାରେ ନିର୍ବାଚନ ପ୍ରଚାର ଅବସରରେ ନବୀନ ଗାଁ ଗାଁ ବୁଲୁଥାଆନ୍ତି । ସେତେବେଳେ ଗଞ୍ଜାମ ଜିଲ୍ଲାର ସ୍ଥିତି ଦେଖି ସେ ଅତ୍ୟନ୍ତ ବିମର୍ଷ ହୋଇ ପଡ଼ିଥିଲେ । ପ୍ରଚାର ଅବସରରେ ଦିଲ୍ଲୀର ଜଣେ ସାମ୍ବାଦିକ ସୁନୀଲ ସେଠୀ (ରେଡ଼ିଫ୍ ଡ଼ଟ୍ କମ୍)କୁ ସାକ୍ଷାତକାର ଦେବା ଅବସରରେ ସ୍ୱତଃ ପ୍ରବୃତ୍ତ ଭାବରେ ସେହି ବିମର୍ଷଭାବ ତାଙ୍କ ସ୍ୱରରେ ବାହାରି ଆସିଥିଲା – “My God, they’re crooks. They’ll destroy everything father achieved. Even I could do better than that.”
୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟକୁ ସଫଳତା ଓ ବିକାଶର ଶିଖରରେ ପହଞ୍ଚାଇବାକୁ ଯେମିତି ପ୍ରତିବଦ୍ଧ ହୋଇଥିଲେ । ମହାବାତ୍ୟା ବିଧ୍ୱସ୍ତ ଓଡ଼ିଶାର ପୁନର୍ଗଠନ ସହ ଭୌଗୋଳିକ ଦୃଷ୍ଟିକୋଣରୁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଲାଗି ପ୍ରସ୍ତୁତ କରିଥିଲେ ଦୀର୍ଘମିଆଦୀ କାର୍ଯ୍ୟକ୍ରମ । ସେବେଠାରୁ ଓଡ଼ିଶା ବହୁ ବଡ଼ ବଡ଼ ବାତ୍ୟାକୁ ସାମନା କରିଛି । କିନ୍ତୁ ଦୂରଦୃଷ୍ଟି, ନୂତନ ଜ୍ଞାନକୌଶଳ ଓ ଗୋଷ୍ଠୀ ସହଭାଗିତାକୁ ଆଧର କରି ରାଜ୍ୟସରକାର ବିପର୍ଯ୍ୟୟକୁ ପାହାଡ଼ ପରି ସମ୍ମୁଖୀନ ହୋଇଛନ୍ତି । ନବୀନଙ୍କ ‘ଶୂନ୍ୟ ଜୀବନ ହାନୀ’ ମନ୍ତ୍ର ଏବେ ରାଜ୍ୟ ପ୍ରଶାସନର ମୁଖ୍ୟ ସ୍ଲୋଗାନ ସାଜିଛି । ନବୀନଙ୍କ ବିପର୍ଯ୍ୟୟ ମୁକାବିଲା ପଦ୍ଧତିକୁ ବିରୋଧୀ ବି ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ନିଜର ପ୍ରଥମ ପାଳିରୁ ବାତ୍ୟା ମୁକାବିଲା ପାଇଁ ପୋତିଥିବା ମଞ୍ଜି ପଞ୍ଚମ ପାଳି ବେଳକୁ ମହାଦୃମରେ ପରିଣତ ହୋଇ ସାରିଛି । ଫଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ଅନ୍ୟର ସାହାଯ୍ୟକୁ ଚାହିଁ ରହୁଥିବା ଓଡ଼ିଶା, ଏବେ ଅନ୍ୟ ରାଜ୍ୟମାନଙ୍କର ସହଯୋଗୀ ସାଜିଛି । ଜାତିସଂଘ ମଧ୍ୟ ଓଡ଼ିଶାର ମୁକାବିଲା ଶୈଳୀକୁ ସ୍ୱୀକୃତି ଦେଇଛି । ଅନ୍ୟ ରାଜ୍ୟଗୁଡ଼ିକ ଏବେ ବାତ୍ୟା ବେଳେ ଓଡ଼ିଶାକୁ ଖୋଜିବା ଆରମ୍ଭ କରିଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଇଛନ୍ତି । ପୂର୍ବରୁ ବିଭିନ୍ନ ରାଜ୍ୟର ଅଧିକାରୀମାନେ ଲାଲ୍ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀରେ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଉଥିଲେ । କିନ୍ତୁ ଏହି ସଂସ୍ଥା ପକ୍ଷରୁ ଗତ ବର୍ଷ ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ଦେବା ପାଇଁ ମନୋନୀତ କରାଯାଇଛି । ଗତ ବର୍ଷ ଦେଶର ୯ ଟି ପ୍ରମୁଖ ରାଜ୍ୟ ସହିତ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀମାନେ ଓଡ଼ିଶା ଆସି ବାତ୍ୟା ମୁକାବିଲାର ତାଲିମ ନେବା ସହ ରାଜ୍ୟ ସରକାର ନେଇଥିବା ପଦକ୍ଷେପମାନ ଦେଖିଛନ୍ତି ।
ବାଟ ଦେଖାଇଲେ ନବୀନ
ବନ୍ୟା ବାତ୍ୟା ଯୋଗୁଁ ଓଡ଼ିଶାର ଉପକୂଳିଆ ଜିଲ୍ଲାଗୁଡ଼ିକ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିଲେ । ପ୍ରତି ବିପର୍ଯ୍ୟୟରେ ଧନ ଜୀବନ ନଷ୍ଟ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କୋଣ ଅନୁକୋଣରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ବିପର୍ଯ୍ୟୟ ମୁକାବିଲାକୁ ସର୍ବାଧିକ ଗୁରୁତ୍ୱ ଦେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପମାନ ନେଲେ । ଗୋଟିଏ ଦୁଇରୁ ଆରମ୍ଭ ହୋଇ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧ ହଜାରରୁ ଅଧିକ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ସରିିଛି । ସେହିପରି ଗତ ବର୍ଷ ଯେଉଁ ୮୯ ଟି ଇନ୍ଡୋର୍ ଷ୍ଟାଡିୟମ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି, ତାହା ମଧ୍ୟ ଏକ ପ୍ରକାର ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଉପଯୋଗ ହୋଇପାରିବ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ୧୨ ଘଣ୍ଟା ପୂର୍ବରୁ ଲୋକଙ୍କୁ ଏହି ସବୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଫଳରେ ପ୍ରତି ବର୍ଷ ବହୁ ଧନ ଜୀବନ ରକ୍ଷା ହୋଇପାରୁଛି । ସମାନ ଭାବେ କେନ୍ଦ୍ର ସରକାଙ୍କ ଏନଡିଆର୍ଏଫ୍ ଢାଞ୍ଚାରେ ଓଡ଼ିଶା ଡିଜାଷ୍ଟାର ରାପିଡ୍ ଆକ୍ସନ ଫୋର୍ସ (ଓଡ୍ରାଫ) ଗଠନ ହୋଇଛି । ଏହାସହିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ (ଓସ୍ଡମା) ଗଠନ କରି ଏହା ମାଧ୍ୟମରେ ବାତ୍ୟା ମୁକାବିଲା ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ୨୦ ଟି ଓଡ୍ରାଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ବନ୍ୟା ବାତ୍ୟା ସମୟରେ ଏହି ଟିମ୍ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମଡେଲ୍ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନୁକରଣୀୟ ହୋଇପାରିଛି ।
ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସହିତ ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ଜଡ଼ିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ବିପର୍ଯ୍ୟୟ ମୁକାବିଲାରେ ସାମିଲ କରାଯାଇଛି ଓ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ଯୋଗୁଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ମଡେଲ୍ ସାଜିଛି । ନିକଟରେ ରାଜ୍ୟ ସରକାର ‘ଆପଦ ମିତ୍ର’ ଯୋଜନାର ରୂପାୟନ କରିଥିବା ବେଳେ ଖୁବ୍ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଯାହାଦ୍ୱାରା ବାତ୍ୟା ପରବର୍ତ୍ତି ସହାୟତା ଓ ପୁନରୁଦ୍ଧାରକୁ ଆହୁରି ତ୍ୱରାନ୍ୱିତ କରାଯାଇ ପାରିବ । ୨୦୧୩ ମସିହାରେ ଆସିଥିବା ବାତ୍ୟା ଫାଇଲିନ୍ ସମୟରେ ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥିଲା । ଯାହା ଗତ ୨୨ ବର୍ଷ ମଧ୍ୟରେ ବନ୍ୟା ଓ ବାତ୍ୟା ମୁକାବିଲାର ଉପଲବ୍ଧିକୁ ପ୍ରମାଣିତ କରିଛି । ଫନି ସମୟରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବାରେ ରାଜ୍ୟ ସରକାର ସଫଳ ହୋଇଥିଲେ । ଏହା ପରେ ଜାତିସଂଘ ବିପର୍ଯ୍ୟୟ ପ୍ରଶମନ ତରଫରୁ ପୁରୁଣା ଓ ନୂଆ ଓଡ଼ିଶାର ତଫାତ ବର୍ଣ୍ଣନା କରାଯାଇଥିଲା । ୧୯୯୯ ମସିହା ମହାବାତ୍ୟାରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ରାଜ୍ୟ ସରକାର ପାଖାପାଖି ୯୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ସାରିଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧିକୁ ଦର୍ଶାଉଛି ବୋଲି ସେ ସମୟରେ ଜାତିସଂଘ ପକ୍ଷରୁ କୁହାଯାଇଥିଲା ।
ରାଜ୍ୟରେ ଚତୁର୍ଥ ଶ୍ରେଣୀଠାରୁ ୟୁଜି ପାଠ ପଢ଼ା ପର୍ଯ୍ୟନ୍ତ ସ୍କୁଲ୍ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠକୁ ସାମିଲ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ଶିକ୍ଷା ଦେବା କ୍ଷେତ୍ରରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନିଷ୍ପତ୍ତି ନେଇଥିବା ବେଳେ ନବୀନ ପଟ୍ଟନାୟକ ହିଁ ଏହି ନିଷ୍ପତ୍ତିର ନାୟକ ରହିଛନ୍ତି । ଏହି ନିଷ୍ପତ୍ତି ବଳରେ ଛାତ୍ରଛାତ୍ରୀମାନେ ପିଲାଦିନରୁ ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ପାଇବେ ଓ ପ୍ରତି ଘରୁ ଜଣେ ଜଣେ ବିପର୍ଯ୍ୟୟ ଯୋଦ୍ଧା ହୋଇ ବାହାରିବେ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କରୋନା ମହାମାରୀରୁ ମିଳିଥିବା ଶିକ୍ଷା ସହିତ ପ୍ରତିବର୍ଷ ଓଡ଼ିଶା ଭୋଗୁଥିବା ବନ୍ୟା ବାତ୍ୟା ଓ ମରୁଡ଼ି ମୁକାବିଲା କରିବାକୁ ଛୋଟ ପିଲାଙ୍କୁ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଓ ଦୃଢ଼ ପ୍ରତିଜ୍ଞା ନବୀନଙ୍କୁ ବିପର୍ଯ୍ୟୟ ମୁକାବିଲାର ମହାରଥୀରେ ପରିଣତ କରିଛି ।