ଧାମନଗରବାସୀଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି, ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି : ଅବନ୍ତୀ ଦାସ

The Sakala Picture
Published On

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅବନ୍ତୀ ଦାସ। ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମା’ଙ୍କ ଉପରେ ଭରସା ପ୍ରକଟ କରିବା ସହ ଧାମନଗର ଉପନିର୍ବାଚନ ପାଇଁ ମିଶନଶକ୍ତି ମା ତଥା ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା […]

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅବନ୍ତୀ ଦାସ। ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମା’ଙ୍କ ଉପରେ ଭରସା ପ୍ରକଟ କରିବା ସହ ଧାମନଗର ଉପନିର୍ବାଚନ ପାଇଁ ମିଶନଶକ୍ତି ମା ତଥା ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଭାବେ ଅବନ୍ତୀ ଦାସଙ୍କ ନାଁ ଘୋଷଣା ହେବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଧାମନଗରବାସୀଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି । ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି । ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନାଯୋଗ୍ୟ ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ବିଧାନସଭା ପାଇଁ ଉପନିର୍ବାଚନ ହେବ। ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ।  ଏଥି ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପ ସକ୍ରିୟ ହୋଇଉଠିଛି । ନିର୍ବାଚନ ପାଇଁ ଗତ ୯ ତାରିଖ ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରାର୍ଥୀ ଘୋଷଣା କରି ଥିଲା ବେଳେ ଆଜି କଂଗ୍ରେସ ଓ ଶାସକ ବିଜେଡି ଦଳ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରାଇଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥିୀ ଘୋଷଣା ପରେ ବର୍ତ୍ତମାନ ଜମିଉଠିବ ପ୍ରଚାର।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ସୂର୍ୟ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଥିଲା ବେଳେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ଆଜି ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡିର ପ୍ରାର୍ଥୀ ଭାବେ ଅବନ୍ତୀ ଦାସଙ୍କୁ ମଇଦାନକୁ ଓହ୍ଲାଇଛି । ଉଭୟ ବିଜେପି ଓ କଂଗ୍ରେସ ପୁରୁଷ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ଏଠାରେ ମହିଳା ପ୍ରାର୍ଥୀ ଛିଡ଼ା କରାଇଛି।ଅନ୍ୟପଟେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବା ଓ ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ନେବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର