ଏସ୍‌‌ଏଚ୍‌ଜି ମହିଳାଙ୍କ ଉତ୍ପାଦକୁ ମିଳିବ ବଡ଼ ବଜାର, ସାମଗ୍ରୀ ପରିବହନ ସହ ଉତ୍ପାଦର ବ୍ୟବସାୟୀକରଣ ଉପରେ ଗୁରୁତ୍ୱ ଦେବ ଡାକ ବିଭାଗ

The Sakala Picture
Published On

ଭୁବନେଶ୍ୱର : ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ଡାକ ବିଭାଗ ନା କେବଳ ସାମଗ୍ରୀ ପରିବହନ କରିବ ବରଂ ସେମାନଙ୍କ ଉତ୍ପାଦର ବ୍ୟବସାୟୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିତ୍ତିୟ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ଡାକ ବିଭାଗ ଜାରି ରଖିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏସଏଚଜି ଉତ୍ପାଦର ବିପଣନ ଓ ବ୍ୟବସାୟୀକରଣ କରାଯିବ ବୋଲି ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ସୁବାସ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି। ମା’ମାନଙ୍କ […]

ଭୁବନେଶ୍ୱର : ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ଡାକ ବିଭାଗ ନା କେବଳ ସାମଗ୍ରୀ ପରିବହନ କରିବ ବରଂ ସେମାନଙ୍କ ଉତ୍ପାଦର ବ୍ୟବସାୟୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିତ୍ତିୟ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ଡାକ ବିଭାଗ ଜାରି ରଖିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏସଏଚଜି ଉତ୍ପାଦର ବିପଣନ ଓ ବ୍ୟବସାୟୀକରଣ କରାଯିବ ବୋଲି ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ସୁବାସ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ଦେଶବିଦେଶରେ ବେଶ୍‌‌ ଆଦୃତ ହୋଇପାରୁଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଡାକଘର ମାଧ୍ୟମରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଓଡ଼ିଶା ଡାକ ବିଭାଗ ସହାୟତା ଯୋଗାଇବ। ସହଜ ଓ ସରଳ ଉପାୟରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସୁଲଭ ମୂଲ୍ୟରେ ବିକ୍ରି କରିପାରିବେ। ଫଳରେ ମା’ମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହେବା ସହ ମା’ମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଦିଗରେ ସହଯୋଗ କରିବ। ଦେଶର କିଛି ରାଜ୍ୟରେ ଡାକ ବିଭାଗର ଏହି ଉଦ୍ୟମ ହେତୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବେଶ୍‌‌ ଉପକୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସମ୍ପ୍ରତି ସମ୍ବଲପୁରରେ ଥିବା ଏକ ଡାକ ଘରେ କେବଳ ସମ୍ବଲପୁରୀ ବାନ୍ଧ ଏବଂ ଅନ୍ୟ ପାରମ୍ପାରିକ ବୟନ ଉତ୍ପାଦର ବିପଣନ କରାଯାଉଛି। ଏହି ଡାକ ଘରେ ପାର୍ସଲ ପାଇଁ ବହୁ ଅର୍ଡର ମିଳୁଛି। ତେଣୁ ଏହାକୁ ଏକ ଉଦାହରଣ ଭାବେ ଗ୍ରହଣ କରି ରାଜ୍ୟର ବିଭିନ୍ନ ଡାକ ଘରେ ଏସ୍‌‌ଏଚ୍‌‌ଜିଙ୍କ ପାଇଁ ବ୍ୟବସ୍ଥା କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି ଡାକ ବିଭାଗରେ ଏସ୍‌‌ଏଚଜି ନିଜ ଉତ୍ପାଦ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ନିକଟକୁ ପଠାଇପାରିବେ। ଫଳରେ ସେମାନେ ସ୍ୱଳ୍ପ ଖର୍ଚ୍ଚ ଦେବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ମିଶନ ଶକ୍ତି ବିଭାଗ ପକ୍ଷରୁ ମିଶନ ଶକ୍ତି ବଜାର ପୋର୍ଟାଲରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ ଥିବାବେଳେ ଗୋଟିଏ ଉତ୍ପାଦକ ମହିଳା ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ମହିଳା କାରିଗରୀକୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଦୂରସ୍ଥାନକୁ ପଠାଇବାପାଇଁ ସମର୍ଥ ହୋଇପାରିବେ। ପାରମ୍ପରିକ କ୍ରାଫ୍ଟରେ ଡୋକ୍ରା କାମ, ଟେରାକୋଟା, ପଟ୍ଟଚିତ୍ର ଆଦି ଭଳି ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରାଯିବ। ଯାହା ମାଧ୍ୟମରେ ରାଜ୍ୟ ତଥା ଦେଶବିଦେଶର ଲୋକେ ସିଧାସଳଖ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିପାରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାରିଗରମାନଙ୍କ ପ୍ରସ୍ତୁତ ପଟ୍ଟଚିତ୍ର, କଟକର ରୂପା ତାରକସି କାମ ସହ ଅଳଙ୍କାର, ଡୋକ୍ରା କାମ, ହସ୍ତତନ୍ତ ସାମଗ୍ରୀ ଆଦି ବିକ୍ରି କରାଯିବ।

ବର୍ତ୍ତମାନ କେବଳ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଗକୁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୋସରୀ ମଧ୍ୟ ସମସ୍ତେ ଡାକ ମାଧ୍ୟମରେ କିଣିବାର ସୁଯୋଗ ପାଇବେ। ବିଶେଷକରି ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ପ୍ରସ୍ତୁତ ହଜାର ହଜାର ପ୍ରାମାଣିକ ଓ ଜୈବିକ ହସ୍ତକଳା ସାମଗ୍ରୀକୁ ଅନ୍‌‌ଲାଇନ୍‌‌ ମାଧ୍ୟମରେ ବିକ୍ରିର ପ୍ଲାର୍ଟଫର୍ମ ଯୋଗାଇଦେବ ଡାକ ବିଭାଗ। ଗ୍ରାମୀଣ ଅର୍ଥନୀତି ବିକାଶକୁ ଡାକ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ବାହାର ରାଜ୍ୟମାନଙ୍କ ଭଳି ଏବେ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଯୋଜନା କରାଯାଉଛି। ଏହାସହିତ ଏସ୍‌‌ଏଚ୍‌‌ଜିଙ୍କ ସାମଗ୍ରୀର ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରାଯିବ। ସେହିପରି ମହିଳାମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ପାଇଁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଅପହଞ୍ଚ ଇଲାକାମାନଙ୍କରେ ବିଭିନ୍ନ ଶିବିରର ଆୟୋଜନ କରାଯାଉଛି।

12 Oct 2022 By The Sakala

ଏସ୍‌‌ଏଚ୍‌ଜି ମହିଳାଙ୍କ ଉତ୍ପାଦକୁ ମିଳିବ ବଡ଼ ବଜାର, ସାମଗ୍ରୀ ପରିବହନ ସହ ଉତ୍ପାଦର ବ୍ୟବସାୟୀକରଣ ଉପରେ ଗୁରୁତ୍ୱ ଦେବ ଡାକ ବିଭାଗ

ଭୁବନେଶ୍ୱର : ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ଡାକ ବିଭାଗ ନା କେବଳ ସାମଗ୍ରୀ ପରିବହନ କରିବ ବରଂ ସେମାନଙ୍କ ଉତ୍ପାଦର ବ୍ୟବସାୟୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିତ୍ତିୟ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ଡାକ ବିଭାଗ ଜାରି ରଖିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏସଏଚଜି ଉତ୍ପାଦର ବିପଣନ ଓ ବ୍ୟବସାୟୀକରଣ କରାଯିବ ବୋଲି ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ସୁବାସ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି।

ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ଦେଶବିଦେଶରେ ବେଶ୍‌‌ ଆଦୃତ ହୋଇପାରୁଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଡାକଘର ମାଧ୍ୟମରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଓଡ଼ିଶା ଡାକ ବିଭାଗ ସହାୟତା ଯୋଗାଇବ। ସହଜ ଓ ସରଳ ଉପାୟରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସୁଲଭ ମୂଲ୍ୟରେ ବିକ୍ରି କରିପାରିବେ। ଫଳରେ ମା’ମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହେବା ସହ ମା’ମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଦିଗରେ ସହଯୋଗ କରିବ। ଦେଶର କିଛି ରାଜ୍ୟରେ ଡାକ ବିଭାଗର ଏହି ଉଦ୍ୟମ ହେତୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବେଶ୍‌‌ ଉପକୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଆରମ୍ଭ ହେବ।

ସମ୍ପ୍ରତି ସମ୍ବଲପୁରରେ ଥିବା ଏକ ଡାକ ଘରେ କେବଳ ସମ୍ବଲପୁରୀ ବାନ୍ଧ ଏବଂ ଅନ୍ୟ ପାରମ୍ପାରିକ ବୟନ ଉତ୍ପାଦର ବିପଣନ କରାଯାଉଛି। ଏହି ଡାକ ଘରେ ପାର୍ସଲ ପାଇଁ ବହୁ ଅର୍ଡର ମିଳୁଛି। ତେଣୁ ଏହାକୁ ଏକ ଉଦାହରଣ ଭାବେ ଗ୍ରହଣ କରି ରାଜ୍ୟର ବିଭିନ୍ନ ଡାକ ଘରେ ଏସ୍‌‌ଏଚ୍‌‌ଜିଙ୍କ ପାଇଁ ବ୍ୟବସ୍ଥା କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି ଡାକ ବିଭାଗରେ ଏସ୍‌‌ଏଚଜି ନିଜ ଉତ୍ପାଦ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ନିକଟକୁ ପଠାଇପାରିବେ। ଫଳରେ ସେମାନେ ସ୍ୱଳ୍ପ ଖର୍ଚ୍ଚ ଦେବେ।

ମିଶନ ଶକ୍ତି ବିଭାଗ ପକ୍ଷରୁ ମିଶନ ଶକ୍ତି ବଜାର ପୋର୍ଟାଲରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ ଥିବାବେଳେ ଗୋଟିଏ ଉତ୍ପାଦକ ମହିଳା ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ମହିଳା କାରିଗରୀକୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଦୂରସ୍ଥାନକୁ ପଠାଇବାପାଇଁ ସମର୍ଥ ହୋଇପାରିବେ। ପାରମ୍ପରିକ କ୍ରାଫ୍ଟରେ ଡୋକ୍ରା କାମ, ଟେରାକୋଟା, ପଟ୍ଟଚିତ୍ର ଆଦି ଭଳି ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରାଯିବ। ଯାହା ମାଧ୍ୟମରେ ରାଜ୍ୟ ତଥା ଦେଶବିଦେଶର ଲୋକେ ସିଧାସଳଖ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିପାରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାରିଗରମାନଙ୍କ ପ୍ରସ୍ତୁତ ପଟ୍ଟଚିତ୍ର, କଟକର ରୂପା ତାରକସି କାମ ସହ ଅଳଙ୍କାର, ଡୋକ୍ରା କାମ, ହସ୍ତତନ୍ତ ସାମଗ୍ରୀ ଆଦି ବିକ୍ରି କରାଯିବ।

ବର୍ତ୍ତମାନ କେବଳ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଗକୁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୋସରୀ ମଧ୍ୟ ସମସ୍ତେ ଡାକ ମାଧ୍ୟମରେ କିଣିବାର ସୁଯୋଗ ପାଇବେ। ବିଶେଷକରି ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ପ୍ରସ୍ତୁତ ହଜାର ହଜାର ପ୍ରାମାଣିକ ଓ ଜୈବିକ ହସ୍ତକଳା ସାମଗ୍ରୀକୁ ଅନ୍‌‌ଲାଇନ୍‌‌ ମାଧ୍ୟମରେ ବିକ୍ରିର ପ୍ଲାର୍ଟଫର୍ମ ଯୋଗାଇଦେବ ଡାକ ବିଭାଗ। ଗ୍ରାମୀଣ ଅର୍ଥନୀତି ବିକାଶକୁ ଡାକ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ବାହାର ରାଜ୍ୟମାନଙ୍କ ଭଳି ଏବେ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଯୋଜନା କରାଯାଉଛି। ଏହାସହିତ ଏସ୍‌‌ଏଚ୍‌‌ଜିଙ୍କ ସାମଗ୍ରୀର ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରାଯିବ। ସେହିପରି ମହିଳାମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ପାଇଁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଅପହଞ୍ଚ ଇଲାକାମାନଙ୍କରେ ବିଭିନ୍ନ ଶିବିରର ଆୟୋଜନ କରାଯାଉଛି।

https://www.thesakala.in/latest-odisha-news/postal-department-will-focus-on-transportation-and-commercialization-of-shg-womens-products/article-15658
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର