ବିଏମସି ଅଞ୍ଚଳରେ ଡଷ୍ଟବିନ ନ ରଖିଲେ ୫ ହଜାର ଟଙ୍କା ଜରିମାନା; ପ୍ରତି ଘର ଓ ଦୋକାନ ଆଗରେ ୨ଟି ଡଷ୍ଟବିନ ବାଧ୍ୟତାମୂଳକ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କଡା ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ପ୍ରତି ଘର ଓ ଦୋକାନ ଆଗରେ ୨ଟି ଡଷ୍ଟବିନ ରଖିବା ବାଧ୍ୟତାମୂଳକ । ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍, ଦୋକାନ ଓ ଉଠାଦୋକାନ ପରିସରରେ ଦୁଇଟି ଉପଯୁକ୍ତ […]

ଭୁବନେଶ୍ୱର: ଭୁବନେଶ୍ୱରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କଡା ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ପ୍ରତି ଘର ଓ ଦୋକାନ ଆଗରେ ୨ଟି ଡଷ୍ଟବିନ ରଖିବା ବାଧ୍ୟତାମୂଳକ । ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍, ଦୋକାନ ଓ ଉଠାଦୋକାନ ପରିସରରେ ଦୁଇଟି ଉପଯୁକ୍ତ ଆକାରର ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କରିଛି ବିଏମସି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ଶୁଖିଲା ଏବଂ ଓଦା ଅଳିଆ ଆବର୍ଜନା, ଅଲଗା ଅଲଗା ଡଷ୍ଟବିନରେ ପକାଇବେ ଏବଂ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ବିଏମ୍ସି ଗାଡ଼ିରେ ପକାଇବେ । ପରିସରର ୫ ମିଟର ପର୍ଯ୍ୟନ୍ତ ପରିବେଶକୁ ପରିଷ୍କାର ରଖିବା ବାଧ୍ୟତାମୂଳକ ବୋଲି କହିଛି ବିଏମସି । ଓଦା ଏବଂ ଶୁଖିଲା ଅଳିଆ ପାଇଁ ଅଲଗା ଅଲଗା ଡଷ୍ଟବିନ୍ ନ ରଖିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ବିଏମସି ଗାଡ଼ିରେ ଅଲଗା ଅଲଗା ଆବର୍ଜନ ନ ପକାଇଲେ, ୫ ଶହ ଟଙ୍କା ଜରିମାନା ଆଦାୟ କରିବ ବିଏମସି ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

10 Oct 2022 By The Sakala

ବିଏମସି ଅଞ୍ଚଳରେ ଡଷ୍ଟବିନ ନ ରଖିଲେ ୫ ହଜାର ଟଙ୍କା ଜରିମାନା; ପ୍ରତି ଘର ଓ ଦୋକାନ ଆଗରେ ୨ଟି ଡଷ୍ଟବିନ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କଡା ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ପ୍ରତି ଘର ଓ ଦୋକାନ ଆଗରେ ୨ଟି ଡଷ୍ଟବିନ ରଖିବା ବାଧ୍ୟତାମୂଳକ । ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍, ଦୋକାନ ଓ ଉଠାଦୋକାନ ପରିସରରେ ଦୁଇଟି ଉପଯୁକ୍ତ ଆକାରର ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କରିଛି ବିଏମସି ।

ଶୁଖିଲା ଏବଂ ଓଦା ଅଳିଆ ଆବର୍ଜନା, ଅଲଗା ଅଲଗା ଡଷ୍ଟବିନରେ ପକାଇବେ ଏବଂ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ବିଏମ୍ସି ଗାଡ଼ିରେ ପକାଇବେ । ପରିସରର ୫ ମିଟର ପର୍ଯ୍ୟନ୍ତ ପରିବେଶକୁ ପରିଷ୍କାର ରଖିବା ବାଧ୍ୟତାମୂଳକ ବୋଲି କହିଛି ବିଏମସି । ଓଦା ଏବଂ ଶୁଖିଲା ଅଳିଆ ପାଇଁ ଅଲଗା ଅଲଗା ଡଷ୍ଟବିନ୍ ନ ରଖିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ବିଏମସି ଗାଡ଼ିରେ ଅଲଗା ଅଲଗା ଆବର୍ଜନ ନ ପକାଇଲେ, ୫ ଶହ ଟଙ୍କା ଜରିମାନା ଆଦାୟ କରିବ ବିଏମସି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର