ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ‘ଆହାର’ ରନ୍ଧନଶାଳାର ପରିଚାଳନା ଦାୟିତ୍ୱ, ଆହୁରି ବ୍ୟାପକ ହେବ ‘ଆହାର’ ଯୋଜନା

The Sakala Picture
Published On

ଭୁବନେଶ୍ୱର: ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ କରାଯାଉଛି। ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଆହାର ଯୋଜନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏହି ରନ୍ଧନଶାଳାଗୁଡ଼ିକୁ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ଦାୟିତ୍ୱ […]

ଭୁବନେଶ୍ୱର: ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ କରାଯାଉଛି। ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଆହାର ଯୋଜନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏହି ରନ୍ଧନଶାଳାଗୁଡ଼ିକୁ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ଦାୟିତ୍ୱ ଦିଆଯିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ଦିଗଦର୍ଶନରେ ୨୦୧୫ରୁ ‘ଆହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ୯୦ ମାସ ମଧ୍ୟରେ ଏହା ସର୍ବଜନାଦୃତ ହୋଇପାରିଛି। ଏହି ଯୋଜନାରେ ଭୋକିଲାଙ୍କ ପେଟକୁ ଦାନା ଦିଆଯାଉଥିବା ବେଳେ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ଼ କରିଛି। ମିଶନ ଶକ୍ତି ସଦସ୍ୟାମାନେ ଏହି ଆହାର କେନ୍ଦ୍ର ତଥା ପାକଶାଳାଗୁଡ଼ିକର ପରିଚାଳନା କରୁଛନ୍ତି। ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା କହିଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ୧୬୭ ଟି ଆହାର କେନ୍ଦ୍ର ଚାଲୁଛି। ଏହାର ପରିଚାଳନା ଦାୟିତ୍ୱରେ ୧୮୫ଟି ମିଶନ୍‌‌ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନିଯୋଜିତ ରହିଛନ୍ତି। ୫ ଟଙ୍କାରେ ସୁସ୍ୱାଦୁ ପୁଷ୍ଟିକର ଭାତ ଡାଲମା ସହିତ ଆଚାର ପ୍ରସ୍ତୁତ ତଥା ପରିବେଷଣ କରିବା ପାଇଁ ୩୮ଟି କେନ୍ଦ୍ରୀୟ ରନ୍ଧନଶାଳା ଓ ବ୍ରହ୍ମପୁର, ଢେଙ୍କାନାଳ ତଥା ବାରିପଦାରେ ୩ ଟି ଆଚାର ତିଆରି କେନ୍ଦ୍ର ସ୍ଥାପନ କରାଯାଇଛି। ଅତ୍ୟାଧୁନିକ ଷ୍ଟେନଲେସ୍‌‌ ଷ୍ଟିଲ୍‌‌ ରନ୍ଧନ ଉପକରଣ ଓ ପରଷିବା ପାତ୍ର ସହ ୮୬ଟି ପରିଷ୍କାର ଓ ବିଶୋଧିତ ପରିବହନ ଯାନରେ ଏହି ରନ୍ଧା ଖାଦ୍ୟ ବିଭିନ୍ନ ଆହାର କେନ୍ଦ୍ର ମାନଙ୍କରେ ସୁସଂଯୋଜିତ ଉପାୟରେ ପହଞ୍ଚାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଆହାର କେନ୍ଦ୍ରଗୁଡ଼ିକରେ ୧୩ କୋଟି ଭୋଜନ ପରିବେଷିତ ହୋଇଥିବା ବେଳେ, କୋଭିଡ ମହାମାରୀର ଭୟାବହତା କାଳରେ ୧ କୋଟିରୁ ଅଧିକ ଭୋଜନ ଲୋକଙ୍କ ପାଖରେ ପହଞ୍ଚାଯାଇପାରିଛି। ଏହି ‘ଆହାର କେନ୍ଦ୍ର’ ମାନଙ୍କର ପରିଚାଳନା ନିମନ୍ତେ କୌଣସି ଯୋଜନା ପାଇଁ ଉଦ୍ଦିଷ୍ଟ ଅନୁଦାନ ଉପରେ ନିର୍ଭର ନ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଭଳି ସ୍ୱତନ୍ତ୍ର ପାଣ୍ଠିର ଉପଯୋଗ କରାଯାଉଛି। ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା) ଜରିଆରେ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନକୁ ପରିଦର୍ଶନ କରି ଜ୍ଞାନ ଆହରଣ କରିବାକୁ ଓଡ଼ିଶାର ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଇ ଖାଦ୍ୟର ମାନ ଓ ଗୁଣବତ୍ତା ସୁନିଶ୍ଚିତ କରାଯାଇଛି ବୋଲି ନଗର ଉନ୍ନୟନ ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

01 Oct 2022 By The Sakala

ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ‘ଆହାର’ ରନ୍ଧନଶାଳାର ପରିଚାଳନା ଦାୟିତ୍ୱ, ଆହୁରି ବ୍ୟାପକ ହେବ ‘ଆହାର’ ଯୋଜନା

ଭୁବନେଶ୍ୱର: ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ କରାଯାଉଛି। ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଆହାର ଯୋଜନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏହି ରନ୍ଧନଶାଳାଗୁଡ଼ିକୁ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ଦାୟିତ୍ୱ ଦିଆଯିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ଦିଗଦର୍ଶନରେ ୨୦୧୫ରୁ ‘ଆହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ୯୦ ମାସ ମଧ୍ୟରେ ଏହା ସର୍ବଜନାଦୃତ ହୋଇପାରିଛି। ଏହି ଯୋଜନାରେ ଭୋକିଲାଙ୍କ ପେଟକୁ ଦାନା ଦିଆଯାଉଥିବା ବେଳେ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ଼ କରିଛି। ମିଶନ ଶକ୍ତି ସଦସ୍ୟାମାନେ ଏହି ଆହାର କେନ୍ଦ୍ର ତଥା ପାକଶାଳାଗୁଡ଼ିକର ପରିଚାଳନା କରୁଛନ୍ତି। ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା କହିଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ୧୬୭ ଟି ଆହାର କେନ୍ଦ୍ର ଚାଲୁଛି। ଏହାର ପରିଚାଳନା ଦାୟିତ୍ୱରେ ୧୮୫ଟି ମିଶନ୍‌‌ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନିଯୋଜିତ ରହିଛନ୍ତି। ୫ ଟଙ୍କାରେ ସୁସ୍ୱାଦୁ ପୁଷ୍ଟିକର ଭାତ ଡାଲମା ସହିତ ଆଚାର ପ୍ରସ୍ତୁତ ତଥା ପରିବେଷଣ କରିବା ପାଇଁ ୩୮ଟି କେନ୍ଦ୍ରୀୟ ରନ୍ଧନଶାଳା ଓ ବ୍ରହ୍ମପୁର, ଢେଙ୍କାନାଳ ତଥା ବାରିପଦାରେ ୩ ଟି ଆଚାର ତିଆରି କେନ୍ଦ୍ର ସ୍ଥାପନ କରାଯାଇଛି। ଅତ୍ୟାଧୁନିକ ଷ୍ଟେନଲେସ୍‌‌ ଷ୍ଟିଲ୍‌‌ ରନ୍ଧନ ଉପକରଣ ଓ ପରଷିବା ପାତ୍ର ସହ ୮୬ଟି ପରିଷ୍କାର ଓ ବିଶୋଧିତ ପରିବହନ ଯାନରେ ଏହି ରନ୍ଧା ଖାଦ୍ୟ ବିଭିନ୍ନ ଆହାର କେନ୍ଦ୍ର ମାନଙ୍କରେ ସୁସଂଯୋଜିତ ଉପାୟରେ ପହଞ୍ଚାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆହାର କେନ୍ଦ୍ରଗୁଡ଼ିକରେ ୧୩ କୋଟି ଭୋଜନ ପରିବେଷିତ ହୋଇଥିବା ବେଳେ, କୋଭିଡ ମହାମାରୀର ଭୟାବହତା କାଳରେ ୧ କୋଟିରୁ ଅଧିକ ଭୋଜନ ଲୋକଙ୍କ ପାଖରେ ପହଞ୍ଚାଯାଇପାରିଛି। ଏହି ‘ଆହାର କେନ୍ଦ୍ର’ ମାନଙ୍କର ପରିଚାଳନା ନିମନ୍ତେ କୌଣସି ଯୋଜନା ପାଇଁ ଉଦ୍ଦିଷ୍ଟ ଅନୁଦାନ ଉପରେ ନିର୍ଭର ନ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଭଳି ସ୍ୱତନ୍ତ୍ର ପାଣ୍ଠିର ଉପଯୋଗ କରାଯାଉଛି। ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା) ଜରିଆରେ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନକୁ ପରିଦର୍ଶନ କରି ଜ୍ଞାନ ଆହରଣ କରିବାକୁ ଓଡ଼ିଶାର ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଇ ଖାଦ୍ୟର ମାନ ଓ ଗୁଣବତ୍ତା ସୁନିଶ୍ଚିତ କରାଯାଇଛି ବୋଲି ନଗର ଉନ୍ନୟନ ବିଭାଗ କହିଛି।

https://www.thesakala.in/latest-odisha-news/management-of-the-ahara-kitchen-is-in-the-hands-of-mission-shakti-group/article-15394
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର