ଓଡ଼ିଶାରେ ଅବୈଧ ନୁହେଁ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍‌, କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ୪ ବିଶ୍ୱବିଦ୍ୟାଳୟରେ ଖୋଲିବ ପାର୍ଟଟାଇମ୍‌‌ ବିଇଡି

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷକତା କରିବା ପାଇଁ ଅବୈଧ ନୁହେଁ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍‌। ଯେଉଁ ଛାତ୍ରଛାତ୍ରୀମାନେ ଆନ୍ଧ୍ର ପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍‌ ପାଠ୍ୟକ୍ରମ ପାସ୍‌ କରିଥିବେ ସେମାନେ ଓଡ଼ିଶା ସରକାରଙ୍କ ଅଧିନରେ ସରକାରୀ ସ୍କୁଲରେ ଶିକ୍ଷକଭାବେ ଚାକିରି କରିପାରିବେ। ମାତ୍ର ପ୍ରାଥମିକ ବିଦ୍ୟାଳୟରେ ଚାକିରି ଲାଗି ବିଏଡ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଏବଂ ମାଧ୍ୟମିକ ବିଦ୍ୟାଳୟ ପାଇଁ ସେମାନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି)ରେ […]

ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷକତା କରିବା ପାଇଁ ଅବୈଧ ନୁହେଁ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍‌। ଯେଉଁ ଛାତ୍ରଛାତ୍ରୀମାନେ ଆନ୍ଧ୍ର ପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍‌ ପାଠ୍ୟକ୍ରମ ପାସ୍‌ କରିଥିବେ ସେମାନେ ଓଡ଼ିଶା ସରକାରଙ୍କ ଅଧିନରେ ସରକାରୀ ସ୍କୁଲରେ ଶିକ୍ଷକଭାବେ ଚାକିରି କରିପାରିବେ। ମାତ୍ର ପ୍ରାଥମିକ ବିଦ୍ୟାଳୟରେ ଚାକିରି ଲାଗି ବିଏଡ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଏବଂ ମାଧ୍ୟମିକ ବିଦ୍ୟାଳୟ ପାଇଁ ସେମାନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି)ରେ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ। ଓଟିଇଟି ଏବଂ ଓଏସ୍‌ଏସ୍‌ଟିଇଟି ପରିକ୍ଷାରେ ଯୋଗ୍ୟତା ଅର୍ଜନ କରିବା ପରେ ସରକାରୀ ସ୍କୁଲରେ ଚାକିରି କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଆନ୍ଧ୍ର ପ୍ରଦେଶ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଇଡି ସାର୍ଟିଫିକେଟ୍‌କୁ ଓଡ଼ିଶାରେ ଅବୈଧ ଘୋଷଣା କରିବାକୁ ରଶ୍ମି ରଞ୍ଜନ ଆଚାର୍ଯ୍ୟ ନା‌ମକ ଜୈନିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ। ଯାହାକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗଠାରୁ ରିପୋର୍ଟ ତଲବ କରାଯାଇଥିଲା। ଏନେଇ ବିସ୍ତୁତ ଆଲୋଚନା ପରେ ବିଭାଗ ପକ୍ଷରୁ ଅଭିଯୋଗ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଓ‌ଏସ୍‌ଡିଙ୍କୁ ଏନେଇ ଅବଗତ କରାଯାଇଛି। ବିଭାଗ  କହିଛି ଯେ ଆନ୍ଧ୍ରପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ବିଏଡ୍‌ ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବୈଧ ଘୋଷଣା କରାଯାଇ ପାରିବ ନାହିଁ। ଏନେଇ ଆଇନରେ କୌଣସି ବ୍ୟବସ୍ଥା ହିଁ ନାହିଁ। ଯଦି କୌଣସି ସାର୍ଟିଫିକେଟ୍‌ ନକଲି ହୋଇଥିବ ତେବେ ତାହାକୁ ଅବୈଧ ଘୋଷଣା କରାଯାଇପାରେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କାର୍ଯ୍ୟରତ ଶିକ୍ଷକ ପାଇଁ ଅଧ୍ୟୟନ ସୁଯୋଗ,୪ ବିଶ୍ୱବିଦ୍ୟାଳୟରେ ଖୋଲିବ ପାର୍ଟଟାଇମ୍‌‌ ବିଇଡି

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ରାଜ୍ୟର ୪ ବିଶ୍ୱବିଦ୍ୟାଳୟରେ ପାର୍ଟଟାଇମ୍‌‌ ବିଇଡି ପାଠ୍ୟକ୍ରମ ଖୋଲିବ। ବିଇଡି କରି ନ ଥିବା କାର୍ଯ୍ୟରତ ଶିକ୍ଷକମାନେ ଏଣିକି ଚାକିରି ସମୟରେ ହିଁ ବିଇଡି କରିବାର ସୁଯୋଗ ପାଇବେ। ମୟୂରଭଞ୍ଜର ଉତ୍ତର ଓଡ଼ିଶା(ଏମଏସସିବି), ବାଲେଶ୍ୱରର ଫକୀରମୋହନ, ବଲାଙ୍ଗିରର ରାଜେନ୍ଦ୍ର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏହି ପାର୍ଟ ଟାଇମ୍‌‌ ବିଇଡି ପାଠ୍ୟକ୍ରମ ଖୋଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିବା ସହ ଏ ସମ୍ପର୍କରେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛି। ଏହି ପାଠ୍ୟକ୍ରମର ଅବଧି ୩ ବର୍ଷ ରହିବ। ସର୍ବାଧିକ ୫ ବର୍ଷ ମଧ୍ୟରେ ପାଠ୍ୟକ୍ରମ ସାରିବାକୁ ପଡ଼ିବ। ପ୍ରତିବର୍ଷ ୫୦ ଲେଖାଏଁ ଶିକ୍ଷକ ପାର୍ଟ ଟାଇମ୍‌‌ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବେ।

30 Sep 2022 By The Sakala

ଓଡ଼ିଶାରେ ଅବୈଧ ନୁହେଁ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍‌, କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ୪ ବିଶ୍ୱବିଦ୍ୟାଳୟରେ ଖୋଲିବ ପାର୍ଟଟାଇମ୍‌‌ ବିଇଡି

ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷକତା କରିବା ପାଇଁ ଅବୈଧ ନୁହେଁ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍‌। ଯେଉଁ ଛାତ୍ରଛାତ୍ରୀମାନେ ଆନ୍ଧ୍ର ପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍‌ ପାଠ୍ୟକ୍ରମ ପାସ୍‌ କରିଥିବେ ସେମାନେ ଓଡ଼ିଶା ସରକାରଙ୍କ ଅଧିନରେ ସରକାରୀ ସ୍କୁଲରେ ଶିକ୍ଷକଭାବେ ଚାକିରି କରିପାରିବେ। ମାତ୍ର ପ୍ରାଥମିକ ବିଦ୍ୟାଳୟରେ ଚାକିରି ଲାଗି ବିଏଡ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଏବଂ ମାଧ୍ୟମିକ ବିଦ୍ୟାଳୟ ପାଇଁ ସେମାନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି)ରେ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ। ଓଟିଇଟି ଏବଂ ଓଏସ୍‌ଏସ୍‌ଟିଇଟି ପରିକ୍ଷାରେ ଯୋଗ୍ୟତା ଅର୍ଜନ କରିବା ପରେ ସରକାରୀ ସ୍କୁଲରେ ଚାକିରି କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆନ୍ଧ୍ର ପ୍ରଦେଶ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଇଡି ସାର୍ଟିଫିକେଟ୍‌କୁ ଓଡ଼ିଶାରେ ଅବୈଧ ଘୋଷଣା କରିବାକୁ ରଶ୍ମି ରଞ୍ଜନ ଆଚାର୍ଯ୍ୟ ନା‌ମକ ଜୈନିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ। ଯାହାକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗଠାରୁ ରିପୋର୍ଟ ତଲବ କରାଯାଇଥିଲା। ଏନେଇ ବିସ୍ତୁତ ଆଲୋଚନା ପରେ ବିଭାଗ ପକ୍ଷରୁ ଅଭିଯୋଗ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଓ‌ଏସ୍‌ଡିଙ୍କୁ ଏନେଇ ଅବଗତ କରାଯାଇଛି। ବିଭାଗ  କହିଛି ଯେ ଆନ୍ଧ୍ରପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ବିଏଡ୍‌ ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବୈଧ ଘୋଷଣା କରାଯାଇ ପାରିବ ନାହିଁ। ଏନେଇ ଆଇନରେ କୌଣସି ବ୍ୟବସ୍ଥା ହିଁ ନାହିଁ। ଯଦି କୌଣସି ସାର୍ଟିଫିକେଟ୍‌ ନକଲି ହୋଇଥିବ ତେବେ ତାହାକୁ ଅବୈଧ ଘୋଷଣା କରାଯାଇପାରେ।

କାର୍ଯ୍ୟରତ ଶିକ୍ଷକ ପାଇଁ ଅଧ୍ୟୟନ ସୁଯୋଗ,୪ ବିଶ୍ୱବିଦ୍ୟାଳୟରେ ଖୋଲିବ ପାର୍ଟଟାଇମ୍‌‌ ବିଇଡି

ରାଜ୍ୟର ୪ ବିଶ୍ୱବିଦ୍ୟାଳୟରେ ପାର୍ଟଟାଇମ୍‌‌ ବିଇଡି ପାଠ୍ୟକ୍ରମ ଖୋଲିବ। ବିଇଡି କରି ନ ଥିବା କାର୍ଯ୍ୟରତ ଶିକ୍ଷକମାନେ ଏଣିକି ଚାକିରି ସମୟରେ ହିଁ ବିଇଡି କରିବାର ସୁଯୋଗ ପାଇବେ। ମୟୂରଭଞ୍ଜର ଉତ୍ତର ଓଡ଼ିଶା(ଏମଏସସିବି), ବାଲେଶ୍ୱରର ଫକୀରମୋହନ, ବଲାଙ୍ଗିରର ରାଜେନ୍ଦ୍ର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏହି ପାର୍ଟ ଟାଇମ୍‌‌ ବିଇଡି ପାଠ୍ୟକ୍ରମ ଖୋଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିବା ସହ ଏ ସମ୍ପର୍କରେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛି। ଏହି ପାଠ୍ୟକ୍ରମର ଅବଧି ୩ ବର୍ଷ ରହିବ। ସର୍ବାଧିକ ୫ ବର୍ଷ ମଧ୍ୟରେ ପାଠ୍ୟକ୍ରମ ସାରିବାକୁ ପଡ଼ିବ। ପ୍ରତିବର୍ଷ ୫୦ ଲେଖାଏଁ ଶିକ୍ଷକ ପାର୍ଟ ଟାଇମ୍‌‌ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବେ।

https://www.thesakala.in/latest-odisha-news/good-news-for-working-teacherspart-time-bed-opening-in-4-universities/article-15377
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର