ପ୍ରେମିକ ସହ ବିବାହ କରାଇଦେବାକୁ ମାଁ ସମଲେଇଙ୍କୁ ଗୁହାରି; ହୁଣ୍ଡିରୁ ବାହାରିଲା ପ୍ରେମିକାଙ୍କ ପ୍ରେମଭରା ଚିଠି

The Sakala Picture
Published On

ସମ୍ବଲପୁର: ମା ସମଲେଇଙ୍କ ଭରସାରେ ପ୍ରେମିକା । ମା’ ସମଲେଶ୍ୱରୀଙ୍କ ଦାନ ହୁଣ୍ଡିରୁ ଟଙ୍କା ଗଣତି ବେଳେ ବାହାରିଲା ଜଣେ ପ୍ରେମିକାଙ୍କ ପ୍ରେମଭରା ଚିଠି । ପ୍ରେମକୁ ସ୍ବୀକୃତି ଦେଇ ବିବାହ କରାଇଦେବାକୁ ମା’ ସମଲେଶ୍ବରୀଙ୍କୁ ଚିଠି ଲେଖିଛନ୍ତି ଜଣେ ଯୁବତୀ । ପ୍ରେମିକ ରବୀନ୍ଦ୍ର ସହିତ ବିବାହ କରାଇଦେବା ପାଇଁ ମାଆଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଜଣେ ଅଜଣା ଯୁବତୀ । ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର। […]

ସମ୍ବଲପୁର: ମା ସମଲେଇଙ୍କ ଭରସାରେ ପ୍ରେମିକା । ମା’ ସମଲେଶ୍ୱରୀଙ୍କ ଦାନ ହୁଣ୍ଡିରୁ ଟଙ୍କା ଗଣତି ବେଳେ ବାହାରିଲା ଜଣେ ପ୍ରେମିକାଙ୍କ ପ୍ରେମଭରା ଚିଠି । ପ୍ରେମକୁ ସ୍ବୀକୃତି ଦେଇ ବିବାହ କରାଇଦେବାକୁ ମା’ ସମଲେଶ୍ବରୀଙ୍କୁ ଚିଠି ଲେଖିଛନ୍ତି ଜଣେ ଯୁବତୀ । ପ୍ରେମିକ ରବୀନ୍ଦ୍ର ସହିତ ବିବାହ କରାଇଦେବା ପାଇଁ ମାଆଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଜଣେ ଅଜଣା ଯୁବତୀ ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର। ମାଁ ମୁଇଁ ତୋର ନିକେ ଗୁଟେ ଆଶା ନେଇ କରି ଆସିଛେ। ମାଆ ଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗେ ମୋତେ ବିହା କରେଇ ଦେ, ମାଆ ସମକିରର ସହମତିରେ। ଜୟ ମା’ ଜଗତଜନନୀ କି ଜୟ। ଆଜି ମା ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଛି ଏହି ଚିଠି। ଚିଠିରେ ରହିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଜଣେ ଭକ୍ତର ଆକୁଳ ନିବେଦନ। ନିଜ ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଜଣାଇଛନ୍ତି ମନର କଥା। ତାଙ୍କ ଗୁହାରୀର ମାଧ୍ୟମ ହେଉଛି ଏ ହାତଲେଖା ଚିଠି। ଆଜି ସମେଲେଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ବେଳେ ସାମ୍ନାକୁ ଆସିଛି ଏଭଳି ଚିଠି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ତେବେ ମାଆଙ୍କ ଦାନ ହୁଣ୍ଡିରୁ ଦୁଇଟି ଚିଠି ମିଳିଥିବାବେଳେ, ଗୋଟିଏ ଚିଠି ଓଡ଼ିଆରେ ଲେଖାଅଛି । ଅନ୍ୟଟି ବଙ୍ଗଳା ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି । ସିନ୍ଦୂର ବୋଳା ହୋଇ ଚିଠିଟି ମା’ଙ୍କ ହୁଣ୍ଡିରେ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର