କୁଡୁମୀ ସଙ୍ଗଠନ କର୍ମକର୍ତ୍ତାଙ୍କ ବିରୋଧରେ କଟୁ ମନ୍ତବ୍ଯ ଦେଇ ବିବାଦରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

The Sakala Picture
Published On

ବାରିପଦା:  କୁଡୁମୀ ସଙ୍ଗଠନ ଆନ୍ଦୋଳନର ନେତୃତ୍ବ ପ୍ରତି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ମିଳିତ କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ଇଂ ବିଶେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ ସହ ବିରୋଧ କରାଯାଇଛି। କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ଥିବା ବେଳେ କେନ୍ଦ୍ରମନ୍ତ୍ରୀ କୁଡୁମୀ ସମାଜ ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ମାନେ ଲୋକଙ୍କୁ ଭକୁଆ ବନେଇବାରେ ଲାଗିଛନ୍ତି। ଆନ୍ଦୋଳନ ନାମରେ ଲୋକଙ୍କୁ ଗାଁରୁ […]

ବାରିପଦା:  କୁଡୁମୀ ସଙ୍ଗଠନ ଆନ୍ଦୋଳନର ନେତୃତ୍ବ ପ୍ରତି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ମିଳିତ କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ଇଂ ବିଶେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ ସହ ବିରୋଧ କରାଯାଇଛି। କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ଥିବା ବେଳେ କେନ୍ଦ୍ରମନ୍ତ୍ରୀ କୁଡୁମୀ ସମାଜ ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ମାନେ ଲୋକଙ୍କୁ ଭକୁଆ ବନେଇବାରେ ଲାଗିଛନ୍ତି। ଆନ୍ଦୋଳନ ନାମରେ ଲୋକଙ୍କୁ ଗାଁରୁ ଦିଲ୍ଲୀ ଯାଏ ବୋହି ନେଇ ସେମାନଙ୍କୁ ଭକୁଆ ବନାଉଥିବା ନେଇ ଏକ ବିବାଦୀୟ ମନ୍ତବ୍ୟ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରଦାନ କରିଥିଲେ। ଯାହାକୁ ନେଇ ଗୁରୁବାର ଠାରୁ ଜିଲ୍ଲା ସାରା ବିରୋଧ ଦେଖିବାକୁ ମିଳିଛି। ଶୁକ୍ରବାର ମିଳିତ କୁଡୁମୀ ସମାଜ ପକ୍ଷରୁ ଏନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁଙ୍କ କୁଶ ପୁତ୍ତଳିକାରେ ଜୋତା ମାଳ ପିନ୍ଧାଇ ମାଡ ମାରି ଦାହ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ସୂଚନା ଅନୁଯାୟୀ, କୁଡୁମୀ ସମ୍ପ୍ରଦାୟକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା। ଏଥି ପରେ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ଦାବି ହେଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ। ତେଣୁକରି ଆଦିବାସୀ ମାନ୍ୟତା ସହ କୁଡୁମାଲି ଭାଷାକୁ ସମ୍ବିଧାନରେ ସାମିଲ୍ କରିବା ଆଦି ଦାବି ନେଇ କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ମାନେ କର୍ମକର୍ତ୍ତା ମାନେ ୨୦ତାରିଖରେ ଏକତ୍ରିତ ହୋଇ ଭଞ୍ଜପୁର ରେଳ ଷ୍ଟେସନ ଠାରେ ୩ଘଣ୍ଟା ଧରି ରେଳ ଧାରଣା ଉପରେ କରି ବସି ଆନ୍ଦୋଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ରମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଏକ ଘରୋଇ ବୈଦୁତିକ ଗଣମାଧ୍ୟମରେ ପ୍ରଦାନ କରିଥିଲେ। ଯାହାକୁ କେନ୍ଦ୍ର କରି ଅଶାନ୍ତିର ବହ୍ନି ଜଳିବା ଆରମ୍ଭ ହୋଇଛି । ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତ, ଅବନୀ ମହାନ୍ତ, ବସନ୍ତ ମହାନ୍ତ, ମନୋଜ ମହାନ୍ତ, ଡାକ୍ତର ମହାନ୍ତ, ହୃଦାନନ୍ଦ ମହାନ୍ତ, ରଜନୀକାନ୍ତ ମହାନ୍ତ, ହରିଶଙ୍କର ମହାନ୍ତ ଓ ଦିପୁ ମହାନ୍ତ ପ୍ରମୁଖଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

23 Sep 2022 By The Sakala

କୁଡୁମୀ ସଙ୍ଗଠନ କର୍ମକର୍ତ୍ତାଙ୍କ ବିରୋଧରେ କଟୁ ମନ୍ତବ୍ଯ ଦେଇ ବିବାଦରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ବାରିପଦା:  କୁଡୁମୀ ସଙ୍ଗଠନ ଆନ୍ଦୋଳନର ନେତୃତ୍ବ ପ୍ରତି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ମିଳିତ କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ଇଂ ବିଶେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ ସହ ବିରୋଧ କରାଯାଇଛି। କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ଥିବା ବେଳେ କେନ୍ଦ୍ରମନ୍ତ୍ରୀ କୁଡୁମୀ ସମାଜ ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ମାନେ ଲୋକଙ୍କୁ ଭକୁଆ ବନେଇବାରେ ଲାଗିଛନ୍ତି। ଆନ୍ଦୋଳନ ନାମରେ ଲୋକଙ୍କୁ ଗାଁରୁ ଦିଲ୍ଲୀ ଯାଏ ବୋହି ନେଇ ସେମାନଙ୍କୁ ଭକୁଆ ବନାଉଥିବା ନେଇ ଏକ ବିବାଦୀୟ ମନ୍ତବ୍ୟ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରଦାନ କରିଥିଲେ। ଯାହାକୁ ନେଇ ଗୁରୁବାର ଠାରୁ ଜିଲ୍ଲା ସାରା ବିରୋଧ ଦେଖିବାକୁ ମିଳିଛି। ଶୁକ୍ରବାର ମିଳିତ କୁଡୁମୀ ସମାଜ ପକ୍ଷରୁ ଏନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁଙ୍କ କୁଶ ପୁତ୍ତଳିକାରେ ଜୋତା ମାଳ ପିନ୍ଧାଇ ମାଡ ମାରି ଦାହ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ସୂଚନା ଅନୁଯାୟୀ, କୁଡୁମୀ ସମ୍ପ୍ରଦାୟକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା। ଏଥି ପରେ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ଦାବି ହେଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ। ତେଣୁକରି ଆଦିବାସୀ ମାନ୍ୟତା ସହ କୁଡୁମାଲି ଭାଷାକୁ ସମ୍ବିଧାନରେ ସାମିଲ୍ କରିବା ଆଦି ଦାବି ନେଇ କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ମାନେ କର୍ମକର୍ତ୍ତା ମାନେ ୨୦ତାରିଖରେ ଏକତ୍ରିତ ହୋଇ ଭଞ୍ଜପୁର ରେଳ ଷ୍ଟେସନ ଠାରେ ୩ଘଣ୍ଟା ଧରି ରେଳ ଧାରଣା ଉପରେ କରି ବସି ଆନ୍ଦୋଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ରମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଏକ ଘରୋଇ ବୈଦୁତିକ ଗଣମାଧ୍ୟମରେ ପ୍ରଦାନ କରିଥିଲେ। ଯାହାକୁ କେନ୍ଦ୍ର କରି ଅଶାନ୍ତିର ବହ୍ନି ଜଳିବା ଆରମ୍ଭ ହୋଇଛି । ଆନ୍ଦୋଳନର ନେତୃତ୍ବ ନେଉଥିବା କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତ, ଅବନୀ ମହାନ୍ତ, ବସନ୍ତ ମହାନ୍ତ, ମନୋଜ ମହାନ୍ତ, ଡାକ୍ତର ମହାନ୍ତ, ହୃଦାନନ୍ଦ ମହାନ୍ତ, ରଜନୀକାନ୍ତ ମହାନ୍ତ, ହରିଶଙ୍କର ମହାନ୍ତ ଓ ଦିପୁ ମହାନ୍ତ ପ୍ରମୁଖଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର