ଅକ୍ଟୋବର ୩୧ରୁ ଓଡିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା , ଶହେ ଦିନରେ ୨୨୫୦ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ

The Sakala Picture
Published On

ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ପ୍ରାୟ ଦେଢ ବର୍ଷ ସମୟ ରହିଛି। ‘ଏକ ଦେଶ, ଏକ ନିର୍ବାଚନ’ ନିମନ୍ତେ ଆଗ୍ରହୀ କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ରରୁ କ୍ଷମତାରୁ ଯିବା ପରେ କଂଗ୍ରେସ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କରିଛି। ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପର୍ଯ୍ୟାୟକ୍ରମେ […]

ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ପ୍ରାୟ ଦେଢ ବର୍ଷ ସମୟ ରହିଛି। ‘ଏକ ଦେଶ, ଏକ ନିର୍ବାଚନ’ ନିମନ୍ତେ ଆଗ୍ରହୀ କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ରରୁ କ୍ଷମତାରୁ ଯିବା ପରେ କଂଗ୍ରେସ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କରିଛି। ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପର୍ଯ୍ୟାୟକ୍ରମେ ଉତ୍ତର, ମଧ୍ୟ ଓ ଉତ୍ତରପୂର୍ବ ଭାରତକୁ ପ୍ରସାରିତ ହେବ। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରୁ ଓଡ଼ିଶା ବାଦ ପଡ଼ିଥିଲେ ହେଁ ରାଜ୍ୟ କଂଗ୍ରେସ ନେତୃତ୍ୱ ଓଡ଼ିଶାରେ ଏହି ଯାତ୍ରା କରାଯିବା ଉପରେ ଗୁରୁତ୍ୱ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ରାଜ୍ୟରେ ପ୍ରାୟ ୧୬୦୦ କି.ମି ପଦଯାତ୍ରା କରିବେ ବୋଲି ପ୍ରାଥମିକ ଭାବେ ସ୍ଥିର କରାଯାଇଛି। ଏହିକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଏବଂ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରବିବାର ଏହି ଦୁଇ ଏଆଇସିସି ନେତା ରାଜ୍ୟ ନେତୃତ୍ୱ ଓ ପ୍ରଭାରୀମାନଙ୍କ ସହ ଆଲୋଚନା କରି ଓଡ଼ିଶାରେ ଭାରତ ଯୋଡୋ ଯାତ୍ରାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ବରଗଡ଼ ହୋଇପାରେ ବୋଲି ଆଲୋଚନା ହେଉଛି। ମାତ୍ର ଏନେଇ ଚୂଡାନ୍ତ ନିଷ୍ପତ୍ତି ଏଆଇସିସି ନେବ। ଯେପରି ଢାଞ୍ଚାରେ ରାହୁଲ ଗାନ୍ଧୀ କଣ୍ଟେନର ସାହଯ୍ୟରେ ଯାତ୍ରା କରୁଛନ୍ତି। ଅନୁରୂପ ଭାବେ ରାଜ୍ୟ ନେତୃତ୍ୱ ମଧ୍ୟ ସେହି ଢ଼ାଞ୍ଚାରେ ଯାତ୍ରା ଆରମ୍ଭ କରିବେ। ଏ ସମ୍ପର୍କରେ ବ୍ଲକ ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ସହ ଏନେଇ ଆଲୋଚନା କରାଯାଇଛି। ସେହିପରି ଏଆଇସିସି ନିର୍ବାଚନରେ ପିସିସିର ସକ୍ରିୟ ଅଂଶଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛି ଦଳ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

୩୧ ଅକ୍ଟୋବରରୁ ଓଡିଶାରେ ‘ଭାରତ ଯୋଡ଼ୋ’

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଓଡ଼ିଶାରେ ଅକ୍ଟୋବର ୩୧ରୁ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଯାତ୍ରା।  ଏଥିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

୭ ସେପ୍ଟେମ୍ବରରୁ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ଯାଏ ୨୧୦କିଲୋମିଟର ଅତିକ୍ରମ ହେଲାଣି । ସାଢେ ପାଞ୍ଚ ମାସରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଏହା ହେବ ।ପ୍ରତିଦିନ ୨୨  କିଲୋମିଟର ପଦଯାତ୍ରା ହେଉଛି। ୩୦ ପ୍ରତିଶତ ମହିଳା ପଦଯାତ୍ରା କରୁଛନ୍ତି। ଯେଉଁମାନଙ୍କ ବୟସ ୩୮ ବର୍ଷ ବୟସ ହେବ । ପ୍ରତିଦିନ ସକାଳ ୭ ରୁ ୧୦.୩୦ ଯାଏଁ ହେଉଛି। ସନ୍ଧ୍ୟାରେ ୪ରୁ ସାଢେ ୭  ଯାଏ ପଦଯାତ୍ରା ହେଉଛି । କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବାକୁ ପଦଯାତ୍ରା ଗୋଟିଏ ମାଧ୍ୟମ ବୋଲି ଓଡ଼ିଶା ଗସ୍ତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି।

ଏଥି ସହିତ କଂଗ୍ରେସର ଭାରତ ଯୋଡ ଯାତ୍ରା ଅନ୍ୟ ୩ଟି କାରଣ ପାଇଁ ହେଉଛି। ସେଗୁଡିକ ହେଲା….

1. RSS ଓ ବିଜେପି ନୀତି ଯୋଗୁ ଭାରତ ଭାଙ୍ଗୁଛି। ଦରଦାମ ବଢୁଛି, ବେକାରୀ ବଢୁଛି, ଦୁଇ ପୁଞ୍ଜିପତିଙ୍କ ହାତରେ ଦେଶ ଟେକି ଦେଇଛନ୍ତି।
2. ଧର୍ମ, ଜାତି ନାଁରେ ସମାଜକୁ ରାଜନୈତିକ ଉଦେଶ୍ୟରେ ଭଙ୍ଗା ଯାଉଛି।
3. ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ଆଇନ କରୁଛନ୍ତ । ଯାହା ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରୁଛି । କ୍ଷମତା ନିଜ ହାତକୁ ନେଇ ଦେଶ ଭାଙ୍ଗୁଛି।

ଅନ୍ୟପକ୍ଷରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ନିଜର ସ୍ଥିତି ସଜାଡ଼ିବାକୁ ଯୋଜନା ଆରମ୍ଭ କରିଛନ୍ତି। ସିପିଆଇ, ସିପିଏମ, ଜେଏମଏମକୁ କଂଗ୍ରେସ ସାଥୀରେ ନେଇ ନିର୍ବାଚନ ଲଢ଼ିବା ଆପାତତଃ ଚୂଡ଼ାନ୍ତ ହୋଇଛି। ବାମଦଳଗୁଡ଼ିକ ହାତଗଣତି ବିଧାନସଭା ଏବଂ ଜେଏମ୍‍ଏମ ମୟୂରଭଞ୍ଜ ଜିଲ୍ଲାରେ ଫୋକସ୍‍ କରିବ। ଏହି ଯାତ୍ରାରେ ସମଭାବାପନ୍ନ ଦଳକୁ ସାମିଲ କରିବା ପାଇଁ ଚିନ୍ତା କରାଯାଉଛି। ରାଜ୍ୟରେ ଏକପ୍ରକାର ସ୍ଥିତିହୀନ ଅବସ୍ଥାରେ ଥିବା ଏନ୍‍ସିପି ମଧ୍ୟ ନିଜକୁ ସକ୍ରିୟ କରିଛି। ନବ ନିର୍ବାଚିତ ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ଦଳ ପ୍ରମୁଖ ଶରଦ ପାୱାର ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଏନସିପିର ସମ୍ଭାବନାକୁ ନେଇ ଉଭୟ ପାୱାର ଓ ପଟେଲଙ୍କ ସହ ବିକ୍ରମ ଆଲୋଚନା କରିଛନ୍ତି। ଓଡ଼ିଶା ପାଇଁ ଏନସିପିର ମହାରାଷ୍ଟ୍ରର ରାଇଗଡ଼ ଏମପି ସୁନୀଲ ତତକାରେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଖୁବ୍‍ଶୀଘ୍ର ଶ୍ରୀ ତତ୍‍କାରେ ଓଡ଼ିଶା ଗସ୍ତ କରିବେ ଓ ଏହା ପରେ ପ୍ରଫୁଲ୍ଲ ପଟେଲ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ପ୍ରଥମଥର ପାଇଁ ଏନସିପି ଶ୍ରୀ ପଟେଲଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ତେଣୁ ଜାତୀୟସ୍ତରୀୟ ବିକଳ୍ପ ମେଣ୍ଟ ରାଜନୀତିରେ ତାଙ୍କ ଭୂମିକା ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।

18 Sep 2022 By The Sakala

https://www.thesakala.in/latest-odisha-news/bharat-jodo-yatra-start-in-odisha-from-october-31/article-15062
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର