ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ମେଧା ତାଲିକା ପ୍ରକାଶିତ, ୧୬ରୁ ଆରମ୍ଭ ହେବ ନାମଲେଖା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। ରାଜ୍ୟୱାରୀ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ବାଣିଜ୍ୟରେ ପିଜି ନାମଲେଖା ପାଇଁ ୩୧୭୩ ଜଣ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଛି। ଆନ୍ଥ୍ରୋପୋଲଜି(ନୃତତ୍ତ୍ୱ)ରେ ନାମଲେଖା ପାଇଁ ୧୭୩, ଇଂରାଜୀରେ ପିଜି ନାମଲେଖା ପାଇଁ ୧୫୬୦, ରାଜନୀତି ବିଜ୍ଞାନରେ ୪୬୯୨, ବାୟୋଟେକନୋଲଜିରେ ୧୯୫୨, ପରିସଂଖ୍ୟାନରେ ୨୨୫ ଭଳି ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନକାରୀଙ୍କୁ ସାମ୍ସ ପକ୍ଷରୁ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। ରାଜ୍ୟୱାରୀ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ବାଣିଜ୍ୟରେ ପିଜି ନାମଲେଖା ପାଇଁ ୩୧୭୩ ଜଣ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଛି। ଆନ୍ଥ୍ରୋପୋଲଜି(ନୃତତ୍ତ୍ୱ)ରେ ନାମଲେଖା ପାଇଁ ୧୭୩, ଇଂରାଜୀରେ ପିଜି ନାମଲେଖା ପାଇଁ ୧୫୬୦, ରାଜନୀତି ବିଜ୍ଞାନରେ ୪୬୯୨, ବାୟୋଟେକନୋଲଜିରେ ୧୯୫୨, ପରିସଂଖ୍ୟାନରେ ୨୨୫ ଭଳି ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନକାରୀଙ୍କୁ ସାମ୍ସ ପକ୍ଷରୁ ର‍୍ୟାଙ୍କ୍‍ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ତେବେ ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‍ ଆଲମେଣ୍ଟ କରାଯିବ। ସେହିପରି ସେପ୍ଟେମ୍ବର ୧୬ ଏବଂ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୯ ତାରିଖ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲାଇଡ୍‍ ଅପ୍‍ ପାଇଁ ସୁଯୋଗ ଦିଆଯାଇଥିବାବେଳେ ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୯ ତାରିଖରେ ସିଟ୍‍ ଖାଲି ଥିବା ସମ୍ପର୍କରେ ସାମ୍ସ ୱେବ ସାଇଟରେ ତଥ୍ୟ ଅପଲୋଡ ହେବ। ତେବେ ଅକ୍ଟୋବର ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ବର୍ଷ ନାମଲେଖା ସମୟରେ ପିଲାଙ୍କୁ ନାମଲେଖା ଫି’ ଦାଖଲ କରିବାକୁ ପଡ଼ିବନି। ଫି’ ଦାଖଲ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯିବ। ସୂଚନାଯୋଗ୍ୟ ରାଜ୍ୟର ୭୩ଟି ଅନୁଷ୍ଠାନରେ ବିଭିନ୍ନ ବିଭାଗରେ ପିଜି କୋର୍ସରେ ନାମଲେଖା ମୋଟ ୫୪ ହଜାର ୧୪ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ଆବେଦନ କରିଥିବା ବେଳେ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରୁ ଶେଷ ହୋଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

06 Sep 2022 By The Sakala

ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ମେଧା ତାଲିକା ପ୍ରକାଶିତ, ୧୬ରୁ ଆରମ୍ଭ ହେବ ନାମଲେଖା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। ରାଜ୍ୟୱାରୀ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ବାଣିଜ୍ୟରେ ପିଜି ନାମଲେଖା ପାଇଁ ୩୧୭୩ ଜଣ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ ପ୍ରଦାନ କରାଯାଇଛି। ଆନ୍ଥ୍ରୋପୋଲଜି(ନୃତତ୍ତ୍ୱ)ରେ ନାମଲେଖା ପାଇଁ ୧୭୩, ଇଂରାଜୀରେ ପିଜି ନାମଲେଖା ପାଇଁ ୧୫୬୦, ରାଜନୀତି ବିଜ୍ଞାନରେ ୪୬୯୨, ବାୟୋଟେକନୋଲଜିରେ ୧୯୫୨, ପରିସଂଖ୍ୟାନରେ ୨୨୫ ଭଳି ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନକାରୀଙ୍କୁ ସାମ୍ସ ପକ୍ଷରୁ ର‍୍ୟାଙ୍କ୍‍ ପ୍ରଦାନ କରାଯାଇଛି।

ତେବେ ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‍ ଆଲମେଣ୍ଟ କରାଯିବ। ସେହିପରି ସେପ୍ଟେମ୍ବର ୧୬ ଏବଂ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୯ ତାରିଖ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲାଇଡ୍‍ ଅପ୍‍ ପାଇଁ ସୁଯୋଗ ଦିଆଯାଇଥିବାବେଳେ ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ସେପ୍ଟେମ୍ବର ୨୯ ତାରିଖରେ ସିଟ୍‍ ଖାଲି ଥିବା ସମ୍ପର୍କରେ ସାମ୍ସ ୱେବ ସାଇଟରେ ତଥ୍ୟ ଅପଲୋଡ ହେବ। ତେବେ ଅକ୍ଟୋବର ୧୦ ତାରିଖରେ ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ବର୍ଷ ନାମଲେଖା ସମୟରେ ପିଲାଙ୍କୁ ନାମଲେଖା ଫି’ ଦାଖଲ କରିବାକୁ ପଡ଼ିବନି। ଫି’ ଦାଖଲ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯିବ। ସୂଚନାଯୋଗ୍ୟ ରାଜ୍ୟର ୭୩ଟି ଅନୁଷ୍ଠାନରେ ବିଭିନ୍ନ ବିଭାଗରେ ପିଜି କୋର୍ସରେ ନାମଲେଖା ମୋଟ ୫୪ ହଜାର ୧୪ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ଆବେଦନ କରିଥିବା ବେଳେ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରୁ ଶେଷ ହୋଇଛି।

https://www.thesakala.in/latest-odisha-news/merit-list-for-postgraduate-courses-published-admission-from-16th-september/article-14738
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର