ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ, ସ୍ୱାଗତ ଲାଗି ଓଡ଼ିଶା ପ୍ରସ୍ତୁତ

The Sakala Picture
Published On

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷର ସମର୍ପିତ ସେବା ଓ ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀରେ ସମ୍ମାନିତ ହେବା ପରେ ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବ ଭୁବନେଶ୍ୱରରେ ଆଜିଠାରୁ ପହଞ୍ଚିବାରେ ଲାଗିଛନ୍ତି। ସୂଚନାଅନୁସାରେ […]

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷର ସମର୍ପିତ ସେବା ଓ ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀରେ ସମ୍ମାନିତ ହେବା ପରେ ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବ ଭୁବନେଶ୍ୱରରେ ଆଜିଠାରୁ ପହଞ୍ଚିବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନାଅନୁସାରେ ମଙ୍ଗଳବାର ଦିନ ପ୍ରାୟ ୧୧ଟା ୩୦ମିନିଟ୍‍ ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ପୁରୁଣା ବିମାନବନ୍ଦର ଫାଟକ ଦେଇ ମୁଖ୍ୟମନ୍ତ୍ରୀ ବାହାରିବା ବେଳେ ବିଜେଡିର ବିଧାୟକ ଓ ସାଂସଦମାନେ ତାଙ୍କୁ ପାଛୋଟି ଆଣିବେ। ସେମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବସ୍‍ରେ ନବୀନ ନିବାସ ଅଭିମୁଖେ ବାହାରିବେ। ବିମାନବନ୍ଦର ପ୍ରବେଶପଥରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିବା ସହ କର୍ମୀମାନଙ୍କୁ ଉଦ୍‍ବୋଧନ ଦେବେ। ଏହାପରେ ତାଙ୍କୁ ପଟୁଆରରେ ନବୀନ ନିବାସ ଯାଏ ନିଆଯିବ। ଏଥିପାଇଁ ପୁରୁଣା ବିମାନବନ୍ଦରରୁ ନବୀନ ନିବାସ ଯାଏ ରାସ୍ତା ପାର୍ଶ୍ବରେ ବିରାଟ ବିରାଟ ହୋର୍ଡ଼ିଂ ଲଗାଯାଇଛି। ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯିବ। ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ୍‍ ପୁଲିସ ଫୋର୍ସଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯାଇଛି। ଅତିରିକ୍ତ ୩ଟି ଜାଗାରେ ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ଗାଡ଼ି ପାର୍କି ବ୍ୟବସ୍ଥା କରାଯାଇଛି। ଏହା ସହ ସୋମବାର ବିମାନରେ ଯାତ୍ରା କରିବାକୁ ଥିବା ଲୋକମାନେ ଧାର୍ଯ୍ୟ ସମୟର ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚି ଯିବାକୁ କମିଶନରେଟ୍‍ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର