ଚଳିତ ମାସରେ ଆଉ ୨ଟି ଲଘୁଚାପ: ୭ରେ ପ୍ରଥମ ଲଘୁଚାପ ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ରାଜ୍ୟରେ ମିଶ୍ରିତ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‍ ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ୨ ଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରଥମ […]

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ରାଜ୍ୟରେ ମିଶ୍ରିତ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‍ ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ୨ ଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରଥମ ଲଘୁଚାପଟି ୭ ତାରିଖ ବେଳକୁ ହୋଇପାରେ ଆକଳନ କରିଛନ୍ତି। ଦ୍ୱିତୀୟ ଲଘୁଚାପ ସମ୍ପର୍କରେ ଏଯାଏ ବିସ୍ତୃତ ତଥ୍ୟ ସ୍ପଷ୍ଟ ହୋଇ ନ ଥିଲେ ହେଁ ପାଣିପାଗ ବିଭାଗ ବିସ୍ତାରିତ ପରିସର ଆକଳନରେ ୨ ଟି ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଛି। ତେଣୁ ୨ ଟି ଲଘୁଚାପରେ ରାଜ୍ୟକୁ ଭଲ ବର୍ଷା ମିଳିବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଅନ୍ୟପଟେ ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହୋଇପାରେ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ଦେଶରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ପ୍ରଥମେ ରାଜସ୍ଥାନ ଓ ପଞ୍ଜାବ ପଟୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଥାଏ। ହେଲେ ଚଳିତ ବର୍ଷ ୧୫ ତାରିଖ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷାର ଆକଳନ କରାଯାଇଛି। ତେଣୁ ମୌସୁମୀ ବିଳମ୍ବରେ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଓଡ଼ିଶାରେ ଅକ୍ଟୋବର ୧୫ ବେଳକୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଥାଏ। ତେଣୁୁ ଓଡ଼ିଶାରୁ ଏହି ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ବର୍ତ୍ତମାନ ଦୁର୍ବଳ ମୌସୁମୀ ଯୋଗୁଁ ନିର୍ମଳ ଆକାଶ ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ୩ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାକୁ ଥିବା ବେଳେ ଶୁକ୍ରବାର ଘଡ଼ଘଡ଼ି ସହ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଶନିବାର ୧୭ ଟି ଜିଲ୍ଲାରେ ଏହି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

02 Sep 2022 By The Sakala

ଚଳିତ ମାସରେ ଆଉ ୨ଟି ଲଘୁଚାପ: ୭ରେ ପ୍ରଥମ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ରାଜ୍ୟରେ ମିଶ୍ରିତ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‍ ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ୨ ଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରଥମ ଲଘୁଚାପଟି ୭ ତାରିଖ ବେଳକୁ ହୋଇପାରେ ଆକଳନ କରିଛନ୍ତି। ଦ୍ୱିତୀୟ ଲଘୁଚାପ ସମ୍ପର୍କରେ ଏଯାଏ ବିସ୍ତୃତ ତଥ୍ୟ ସ୍ପଷ୍ଟ ହୋଇ ନ ଥିଲେ ହେଁ ପାଣିପାଗ ବିଭାଗ ବିସ୍ତାରିତ ପରିସର ଆକଳନରେ ୨ ଟି ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଛି। ତେଣୁ ୨ ଟି ଲଘୁଚାପରେ ରାଜ୍ୟକୁ ଭଲ ବର୍ଷା ମିଳିବ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହୋଇପାରେ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ଦେଶରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ପ୍ରଥମେ ରାଜସ୍ଥାନ ଓ ପଞ୍ଜାବ ପଟୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଥାଏ। ହେଲେ ଚଳିତ ବର୍ଷ ୧୫ ତାରିଖ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷାର ଆକଳନ କରାଯାଇଛି। ତେଣୁ ମୌସୁମୀ ବିଳମ୍ବରେ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଓଡ଼ିଶାରେ ଅକ୍ଟୋବର ୧୫ ବେଳକୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଥାଏ। ତେଣୁୁ ଓଡ଼ିଶାରୁ ଏହି ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

ବର୍ତ୍ତମାନ ଦୁର୍ବଳ ମୌସୁମୀ ଯୋଗୁଁ ନିର୍ମଳ ଆକାଶ ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ୩ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାକୁ ଥିବା ବେଳେ ଶୁକ୍ରବାର ଘଡ଼ଘଡ଼ି ସହ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଶନିବାର ୧୭ ଟି ଜିଲ୍ଲାରେ ଏହି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର