ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଭିକେ ପାଣ୍ଡିଆନ୍

The Sakala Picture
Published On

ସମ୍ବଲପୁର: ଓଡିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମାଆ ସମଲେଶ୍ବରୀଙ୍କ ପୀଠର ଚାଲିଥିବା ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍। ସୂଚନା ଅନୁଯାୟୀ, ପ୍ରଥମେ ଭିସୁଟ ଯାଇ ଏହାର ରୂପାନ୍ତରଣ ସମ୍ପର୍କରେ ଅନୁଧ୍ୟାନ କରିବେ । ପରେ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ଓ ଲେଡି ଲୁଇସ ସ୍କୁଲ୍ ରୂପାନ୍ତରଣ ବୁଲି ଦେଖିବେ । ଏହାପରେ ସମଲେଶ୍ବରୀ ମନ୍ଦିର […]

ସମ୍ବଲପୁର: ଓଡିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମାଆ ସମଲେଶ୍ବରୀଙ୍କ ପୀଠର ଚାଲିଥିବା ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍। ସୂଚନା ଅନୁଯାୟୀ, ପ୍ରଥମେ ଭିସୁଟ ଯାଇ ଏହାର ରୂପାନ୍ତରଣ ସମ୍ପର୍କରେ ଅନୁଧ୍ୟାନ କରିବେ । ପରେ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ଓ ଲେଡି ଲୁଇସ ସ୍କୁଲ୍ ରୂପାନ୍ତରଣ ବୁଲି ଦେଖିବେ । ଏହାପରେ ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିବା ସହିତ ମନ୍ଦିରର ସୌନ୍ଦଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବେ । ଆସନ୍ତା ବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ଏହି ଡ୍ରିମ ପ୍ରୋଜେକ୍ଟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସେହିପରି ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତରଣ କରି ଦୁର୍ଗାପାଲିଠାରେ ଏକ କଲୋନୀରେ ଅବସ୍ଥାପିତ କରାଯିବାର ବ୍ୟବସ୍ଥା ହୋଇଛି। ମନ୍ଦିରର ବିକାଶ କାର୍ଯ୍ୟର ଅନୁଧ୍ୟାନ ପରେ ଭିସୁଟ ପରିଦର୍ଶନରେ ଯିବେ ସିଏସ ଓ ଫାଇବ ଟି ସଚିବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର