୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ କରିଛି, ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ : ଏସ୍‌ଆରସି

The Sakala Picture
Published On

ଭୁବନେଶ୍ବର : ମୁଣ୍ଡୁଳିରେ କମୁଛି ବନ୍ୟା ଜଳ। ଆଜି ସକାଳେ ୧୨ ଲକ୍ଷ ୧ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିଲା, ସନ୍ଧ୍ୟା ୭ଟା ବେଳେ ୧୦ ଲକ୍ଷ ୪୯ ହଜାର ଥିଲା ଏବେ ଅର୍ଥାତ ୮.୩୦ରେ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଏହା ଆହୁରି କମିି ୯ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା […]

ଭୁବନେଶ୍ବର : ମୁଣ୍ଡୁଳିରେ କମୁଛି ବନ୍ୟା ଜଳ। ଆଜି ସକାଳେ ୧୨ ଲକ୍ଷ ୧ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିଲା, ସନ୍ଧ୍ୟା ୭ଟା ବେଳେ ୧୦ ଲକ୍ଷ ୪୯ ହଜାର ଥିଲା ଏବେ ଅର୍ଥାତ ୮.୩୦ରେ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଏହା ଆହୁରି କମିି ୯ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏସଆରସି କହିଛନ୍ତି ୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ ହୋଇସାରିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପିକ୍ ଫ୍ଲଡ କମିବାରେ ଲାଗିଛି । ସେହିଭଳି ୬ଟି ସ୍ଥାନରେ ଘାଇ ସୃଷ୍ଟିି ହୋଇଛି । ଘଳିଆ ପଡିଥିବା ସ୍ଥାନକୁ ମରାମତି କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତାକାଲି ସକାଳେ ଜଳସ୍ତର ଆହୁରି କମିବାକୁ ଲାଗିବ । ଆଜି ରାତି ଗୁରୁତ୍ୱପୂର୍ଣ୍ଣ ତଥା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ପାଣି ଆସୁଥିବାରୁ ବନ୍ୟାରେ ପ୍ରଭାବିତ ସଂଖ୍ୟା ଆହୁରି ବଢିପାରେ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ବନ୍ୟା ଯୋଗୁଁ ରାଜ୍ୟର ୬ ଟି ଘାଇ ସୃଷ୍ଟି ହୋଇଛି। ।୧୯୭ ଘଳିଆ ବନ୍ଦ ହୋଇଛି। କୁଜଙ୍ଗ ପାଇକା ନଦୀରେ କାଠକୋଟ୍ ଠାରେ ଘାଇ ହୋଇଛି, ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି। ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳ ମାନଙ୍କୁ ସତର୍କ କରାଯାଇଛି। ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି। ପ୍ରଶାସନ ପାଖରେ ପଲିଥିନ୍ ଗଛିତ ଅଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୫୦ ହଜାର ଲୋକ ଏବେ ବି ଜଳବନ୍ଦୀ ଅଛନ୍ତି । ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ୪୨୫ ଗାଁ ଜଳବନ୍ଦୀ । ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ। ଦୁଇ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟୀତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଅନ୍ୟପଟେ  ଏବେ ହୀରାକୁଦରେ ରିଜର୍ଭର ୬୨୬.୧୪ ଫୁଟ୍ ଅଛି । ବରମୁଳରେ ଏବେ ପହଞ୍ଚଛି ବନ୍ୟା ଜଳ। ଆସନ୍ତାକାଲି କାଲି ୯ ଟାରେ ମୁଣ୍ଡୁଳୀରେ ପହଞ୍ଚିବ। ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ ୫ ଲକ୍ଷ ୮୦ ହଜାର ୬୪୦ ଏବଂ ଆଉଟଫ୍ଲୋ ୬ ଲକ୍ଷ ୬୯ ହଜାର ୨୯୫ ରହିଛି। ଏବେ ୪୦ ଟି ଗେଟ୍ ଖୋଲା ରହିବ। କାଲିଠୁ ବର୍ଷା ସମ୍ଭାବନା ଥିବାରୁ ଆମେ ହୀରାକୁଦରେ ଜଳ ସ୍ତର ୬୨୨ ଫୁଟ୍ ରଖିବାକୁ ଲକ୍ଷ୍ୟ ରଖିଛୁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର