ମହାନଦୀର ଶାଖା ପାଇକାରେ ୨୦ ଫୁଟର ଘାଈ, ବଡ ବାଲିକଣି ପଞ୍ଚାୟତରେ ବନ୍ୟା ଜଳ ପ୍ରବାହିତ

The Sakala Picture
Published On

ଜଗତସିଂହପୁର : ମହାନଦୀର ଶାଖା ନଦୀ ପାଇକାରେ ୨୦ ଫୁଟର ଏକ ଘାଈ ସୃଷ୍ଟି ହୋଇଛି। ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡ ବାଲିକଣି ପଞ୍ଚାୟତରେ ଏହି ବନ୍ୟା ଜଳ ପ୍ରବେଶ କରିବା ସହିତ ଲୋକମାନେ ପାଣି ଭିତରେ ରହିଥିବା ସୂଚନା ମିଳିଛି। ଖବରରୁ ପ୍ରକାଶ , ମହାନଦୀର ଶାଖା ନଦୀ ପାଇକାର ନଦୀ ବନ୍ଧରେ ପ୍ରଥମେ ଘଳିିଆ ପଡିବାପରେ ଏଠାରେ ଆବଶ୍ୟକ ବାଲି ବସ୍ତା ଦେବାରେ ବିଫଳ ହେବାରୁ ବନ୍ଧ ଭାଂଗି ବନ୍ୟା ଜଳ କୁଜଙ୍ଗ […]

ଜଗତସିଂହପୁର : ମହାନଦୀର ଶାଖା ନଦୀ ପାଇକାରେ ୨୦ ଫୁଟର ଏକ ଘାଈ ସୃଷ୍ଟି ହୋଇଛି। ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡ ବାଲିକଣି ପଞ୍ଚାୟତରେ ଏହି ବନ୍ୟା ଜଳ ପ୍ରବେଶ କରିବା ସହିତ ଲୋକମାନେ ପାଣି ଭିତରେ ରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଖବରରୁ ପ୍ରକାଶ , ମହାନଦୀର ଶାଖା ନଦୀ ପାଇକାର ନଦୀ ବନ୍ଧରେ ପ୍ରଥମେ ଘଳିିଆ ପଡିବାପରେ ଏଠାରେ ଆବଶ୍ୟକ ବାଲି ବସ୍ତା ଦେବାରେ ବିଫଳ ହେବାରୁ ବନ୍ଧ ଭାଂଗି ବନ୍ୟା ଜଳ କୁଜଙ୍ଗ ବ୍ଲକର ବଡ ବାଲିକଣି ପଞ୍ଚାୟତରେ ପବେଶ କରିଥିଲା। ଚାହୁଁ ଚାହୁଁ ଏଠାରେ ୨୦ ଫୁଟର ଘାଈ ହେବା ସହିତ ବନ୍ୟାଜଳ ଗ୍ରାମ ଭିତରେ ପ୍ରବାହିତ ହୋଇଥିିଲା। ତେବେ ଏହି ବନ୍ୟାଜଳ ଗ୍ରାମକୁ ପ୍ରବେଶ କରିବା ପରେ ଆଖପାଖ କେତୋଟି ପଂଚାୟତର ଲୋକ ଜଳବନ୍ଦି ହୋଇ ପଡିବାର ସଂମ୍ଭାବନା ରହିଛି। ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ସହାୟତା ପହଂଚାଇବା ପାଇଁ ଉଦ୍ୟମ ଜାରି ରହିଛି। କୁଜଙ୍ଗ ବ୍ଲକରେ ୯ଟି ରାସ୍ତା , ୫ଟି ବ୍ରିଜ , ୨୦ଟି ବିଦ୍ୟାଳୟ ଓ ଗୋଟିଏ କଲ୍ୟାଣ ମଣ୍ଡପ ଜଳମଗ୍ନ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର